‘ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର’

ନୂଆପଡା,୧୧।୧୨(ମକାରୁ ବେମାଲ): କେନ୍ଦ୍ର ଅର୍ଥ ସେବା ବିଭାଗଙ୍କ ନିର୍ଦ୍ଦେଶକ୍ରମେ ଜିଲା ଲିଡ୍‌ ବ୍ୟାଙ୍କ ପକ୍ଷରୁ ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର ଶୀର୍ଷକ ସଚେତନତା ଶିବିର ଆସନ୍ତା ୧୨ରେ ନୀଳାଦ୍ରିବିହାର ନୂଆପଡା ଠାରେ ଅନୁଷ୍ଠିତ ହେବ । ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲାର ସମସ୍ତ ବ୍ୟାଙ୍କ ଓ ଗ୍ରାହକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଶିବିରରେ ଦାବିହୀନ ଖାତାର ଅର୍ଥରାଶି ପ୍ରଦାନ ସହିତ ବ୍ୟାଙ୍କ ଗୁଡିକରେ ଦାବିହୀନ ଖାତା ସମ୍ବନ୍ଧୀୟ ସବିଶେଷ ସୂଚନା ଜନସାଧାରଣଙ୍କୁ ପ୍ରଦାନ କରାଯିବ । ଜନସାଧାରଣ ନିଜ ପୁଞ୍ଜି ଉପରେ ପୂର୍ବ ଅଧିକାର ସାବ୍ୟସ୍ତକୁ ସଫଳ କରିବା ଉଦ୍ଧେଶ୍ୟରେ ଏହି ସଚେତନତା ଶିବିର କେନ୍ଦ୍ର ଅର୍ଥ ସେବା ବିଭାଗଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ଏଲଡିଏମ ହରି ଶଙ୍କର ନିଆଲ ପ୍ରକାଶ କରିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?