ବଡ଼ଭାଇ ମାଡ଼ରେ ସାନ ମୃତ

ଭୁବନେଶ୍ୱର, ୨୧।୯ (ବ୍ୟୁରୋ): ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଛି। ସାନଭାଇକୁ ଆକଟ କରି ମାଡ଼ ମାରିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ରାଜମୋହନ ସେନାପତି (୨୧)। ନୟାପଲ୍ଲୀ ଥାନା ପୋଲିସ ଏହି ଘଟଣାରେ ଏକ ହତ୍ୟା ମାମଲା (ନଂ.୬୨୯/୨୦୨୨) ରୁଜୁ କରି ଅଭିଯୁକ୍ତ ବଡ଼ଭାଇ ବିଶ୍ୱମୋହନ ସେନାପତି (୨୪)ଙ୍କୁ ମଙ୍ଗଳବାର ଗିରଫ କରିଛି। ତାଙ୍କ ଘର ନୟାଗଡ଼ ଜିଲା ଇଟାମାଟି ଥାନା ଅନ୍ତର୍ଗତ ବାରୁଡ଼ ଗ୍ରାମରେ ହୋଇଥିବାବେଳେ ସେ ନୟାପଲ୍ଲୀ ନୂଆସାହିରେ ରହୁଥିଲେ। ଅପରପକ୍ଷରେ ରାଜମୋହନଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଥାନାଧିକାରୀ ବିଶ୍ୱରଞ୍ଜନ ସାହୁ କହିଛନ୍ତି, ମାଡ଼ରେ ବ୍ୟବହୃତ ଏକ ଆଲୁମିନିୟମ୍‌ ପ୍ଲେଟ୍‌ ଜବତ ହୋଇଛି। ଅଭିଯୁକ୍ତ ବଡ଼ଭାଇ ବିଶ୍ୱମୋହନଙ୍କୁ ବୁଧବାର କୋର୍ଟଚାଲାଣ କରାଯିବ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ବଡ଼ଭାଇ ବିଶ୍ୱମୋହନ ତାଙ୍କ ୨ ସାଙ୍ଗଙ୍କ ସହ ନୂଆସାହିରେ ରହୁଛନ୍ତି। ସେ ଏମ୍‌ବିଏ ପଢ଼ିଥିଲେ। କିଛିଦିନ ତଳେ ସେ ବ୍ୟାଙ୍କରେ ଏକ ସ୍ବତନ୍ତ୍ର ପଦବୀରେ ଚାକିରି ପାଇଁ ପ୍ରିଲିମ୍‌ ଓ ମେନ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କର କେବଳ ବ୍ୟକ୍ତିଗତ ସାକ୍ଷାତ୍‌କାର ବାକି ଥିଲା। ଏପଟେ ସାନ ଭାଇ ରାଜମୋହନ ଆନ୍ଧ୍ର ବିଶ୍ୱବିଦ୍ୟାଳୟରେ ବି.ଇଡି କରିବା ସହ ପ୍ରତିଯୋଗିତାମୂଳକ(କମ୍ପିଟେଟିଭ) ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ସେ ୨ସାଙ୍ଗଙ୍କ ସହ ବରମୁଣ୍ଡାରେ ରହୁଥିଲେ। ତେବେ ରାଜମୋହନ ପାଠ ଠିକ୍‌ ଭାବେ ପଢ଼ୁ ନ ଥିଲେ। ସେ ପ୍ରାୟ ସମୟରେ ଘରକୁ ପଳାଇଯାଇ ଟଙ୍କା ଚୋରି କରି ଆଣି ଏଠାରେ ବ୍ୟାପକ ଖର୍ଚ୍ଚ କରୁଥିଲେ। ଏଥିପାଇଁ ପରିବାର ସଦସ୍ୟ ମଧ୍ୟ ମାନସିକ ଚିନ୍ତାରେ ରହୁଥିଲେ। ତେଣୁ ରାଜମୋହନଙ୍କୁ ସୋମବାର ସନ୍ଧ୍ୟାରେ ବିଶ୍ୱମୋହନ ନୂଆସାହିସ୍ଥିତ ଭଡ଼ାଘରକୁ ନେଇ ଆସିଥିଲେ। ସେଠାରେ ରାଜମୋହନଙ୍କୁ ଠିକ୍‌ରେ ପାଠ ପଢ଼ିବା ସହ ଅଯଥା ଖର୍ଚ୍ଚ ନ କରିବାକୁ ତାଗିଦ କରିଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏକ ଆଲୁମିନିୟମ୍‌ ପ୍ଲେଟ୍‌ରେ ରାଜମୋହନଙ୍କୁ ବିଶ୍ୱମୋହନ ମାଡ଼ ମାରିଥିଲେ। ଫଳରେ ରାଜମୋହନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ଏହାପରେ ରାଜମୋହନଙ୍କୁ ତାଙ୍କ ସାଙ୍ଗ ଆସି ବରମୁଣ୍ଡା ନେଇଯାଇଥିଲେ। ତେବେ କିଛି ସମୟ ପରେ ବଡ଼ ଭାଇ ବରମୁଣ୍ଡା ଯାଇ ମେଡିସିନ୍‌ ଦେଇଥିଲେ। ଦେହ ଠିକ୍‌ ନ ହେବାରୁ ସାଙ୍ଗଙ୍କ ସହ ସାନଙ୍କୁ ବିଶ୍ୱମୋହନ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ନୟାପଲ୍ଲୀ ଥାନାକୁ ଖବର ଦେବା ପରେ ଘଟଣା ପଦାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?