୨୯ରୁ ଲାଗୁ ହେବ ଏଲ୍‌ଆର୍‌ପି

ଭୁବନେଶ୍ୱର, ୨୧।୯(ବ୍ୟୁରୋ):  କରୋନା ଯୋଗୁ ଗତ ଦୁଇବର୍ଷ ପାଠପଢ଼ା ବ୍ୟାପକ କ୍ଷତି ହୋଇଥିଲା। ଏହି କ୍ଷତିକୁ ଭରଣା କରିବା ପାଇଁ ଗଣଶିକ୍ଷା ବିଭାଗ ଚେଷ୍ଟା ଜାରି ରଖିଛି। ପିଲା କିପରି ପୂର୍ବପରି ପାଠପଢ଼ାରେ ଧ୍ୟାନ ଦେବେ, ଦୁଇବର୍ଷ ପଢ଼ି ନ ଥିବା ପୁରୁଣା ପାଠ କିପରି ଶିଖିପାରିବେ, ସେଥିପାଇଁ ବିଭାଗ ପ୍ରସ୍ତୁତି ଚଳାଇଛି। ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ପ୍ରଥମେ ଲର୍ନିଂ ଏନ୍‌ହାନ୍ସମେଣ୍ଟ ପ୍ରୋଗ୍ରାମ କରାଗଲା। ଆଉ ଏବେ ଗଣଶିକ୍ଷା ବିଭାଗ ଲର୍ନିଂ ରିକଭରି ପ୍ରୋଗ୍ରାମ (ଏଲ୍‌ଆର୍‌ପି) ଆସନ୍ତା ୨୯ ତାରିଖରେ ଲାଗୁ କରିବାକୁ ଯାଉଛି। ସ୍କୁଲ ପିଲାଙ୍କ ନିମନ୍ତେ ଆରମ୍ଭ ହେବାକୁ ଥିବା ଏହି ଏଲ୍‌ଆର୍‌ପି ଲାଗି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ୨୯ ତାରିଖରୁ ପିଲାମାନେ ପୁରୁଣା ପାଠ ପଢ଼ିବେ। କରୋନା ସକାଶେ ଦୁଇବର୍ଷର ଶିକ୍ଷାରେ ଯେଉଁ କ୍ଷତି ହୋଇଥିଲା, ତାକୁ ଭରଣା କରିବାକୁ ଏଲ୍‌ଆର୍‌ପି ଜରିଆରେ ଛାତ୍ରୀଛାତ୍ରମାନେ ଏକ୍ସଟ୍ରା (ଅତିରିକ୍ତ) କ୍ଲାସରେ ପାଠ ପଢ଼ିବେ। ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରିଛନ୍ତି। ଦୁଇଟି ଘରୋଇ ସଂସ୍ଥା ଦ୍ୱାରା ଶିକ୍ଷାଦାନ କରାଯିବ। ପ୍ରତିଦିନ ଦୁଇଟି ଅତିରିକ୍ତ କ୍ଲାସ ହେବ। କରୋନା ସମୟରେ ଛାତ୍ରୀଛାତ୍ରମାନେ ପୁରୁଣା ପାଠ କେତେ ପଢ଼ିଛନ୍ତି, ତାହା ଜାଣିବା ପାଇଁ ବେସ୍‌ ଲାଇନ ଟେଷ୍ଟ ହେବ। ଯେଉଁ ଛାତ୍ରୀଛାତ୍ର ଏଥିରେ ବିଫଳ ହେବେ, ସେମାନଙ୍କୁ ଅତିରିକ୍ତ କ୍ଲାସ ଜରିଆରେ ୨ଟି ସଂସ୍ଥା ପାଠ ପଢ଼ାଇବାକୁ ନିଷ୍ପତ୍ତି ହୋଇଛି। ସେହି ୨ ସଂସ୍ଥା ହେଲେ ଓଡ଼ିଶା ନଲେଜ କର୍ପୋରେଶନ ଲିମିଟେଡ୍‌ ଏବଂ ଶୁଭଦ୍ରା ଚ୍ୟାରିଟେବଲ୍‌ ଟ୍ରଷ୍ଟ। ଏହି କାର୍ଯ୍ୟକ୍ରମ ପାଇଁ ୭୨କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି।
ସୂଚନାନୁଯାୟୀ, ରାଜ୍ୟର ୫୫,୭୪୫ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଏଲ୍‌ଆର୍‌ପି ହେବ। ଶିକ୍ଷାଦାନ ପାଇଁ ଦୁଇଟି ଘରୋଇ ସଂସ୍ଥା ମଧ୍ୟରେ ସମାନ ଭାବେ ଜିଲାଗୁଡ଼ିକ ବଣ୍ଟାଯାଇଛି। ତିନି ମାସ ଭିତରେ ଏହି ପ୍ରୋଗ୍ରାମ ସରିବ। ଏ ସମ୍ପର୍କରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହ କହିଛନ୍ତି, ଏହି କାର୍ଯ୍ୟକ୍ରମ ପାଇଁ ସବୁ ପୁସ୍ତକ ପ୍ରିଣ୍ଟ ହୋଇସାରିଛି। ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଲାଗି ଓଡ଼ିଆ, ଗଣିତ ଓ ପରିବେଶ ବିଜ୍ଞାନ କ୍ଲାସ୍‌ ହେବ। ସେହିପରି ଚତୁର୍ଥରୁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଗଣିତ, ଇଂଲିଶ ଓ ବିଜ୍ଞାନ ପାଠ ପଢ଼ାଯିବ। ଏଥିଲାଗି ଆସନ୍ତା ୨୨ ତାରିଖରୁ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ୨୭ ତାରିଖ ସୁଦ୍ଧା ପ୍ରଶିକ୍ଷଣ ଶେଷ ହେବାର ଯୋଜନା ରହିଛି। ଦିନିକିଆ ସ୍କୁଲ ପରିଚାଳନା ବୈଠକ ସହ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ଜରିଆରେ ଏଲ୍‌ଆର୍‌ପି ନେଇ ସଚେତନ କରାଯିବ। ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ୱାରା ଦୁଇଟି ମନିଟରିଂ ଟିମ୍‌ ଗଠନ କରାଯାଇ କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ତଦାରଖ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri