୨୯ରୁ ଲାଗୁ ହେବ ଏଲ୍‌ଆର୍‌ପି

ଭୁବନେଶ୍ୱର, ୨୧।୯(ବ୍ୟୁରୋ):  କରୋନା ଯୋଗୁ ଗତ ଦୁଇବର୍ଷ ପାଠପଢ଼ା ବ୍ୟାପକ କ୍ଷତି ହୋଇଥିଲା। ଏହି କ୍ଷତିକୁ ଭରଣା କରିବା ପାଇଁ ଗଣଶିକ୍ଷା ବିଭାଗ ଚେଷ୍ଟା ଜାରି ରଖିଛି। ପିଲା କିପରି ପୂର୍ବପରି ପାଠପଢ଼ାରେ ଧ୍ୟାନ ଦେବେ, ଦୁଇବର୍ଷ ପଢ଼ି ନ ଥିବା ପୁରୁଣା ପାଠ କିପରି ଶିଖିପାରିବେ, ସେଥିପାଇଁ ବିଭାଗ ପ୍ରସ୍ତୁତି ଚଳାଇଛି। ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ପ୍ରଥମେ ଲର୍ନିଂ ଏନ୍‌ହାନ୍ସମେଣ୍ଟ ପ୍ରୋଗ୍ରାମ କରାଗଲା। ଆଉ ଏବେ ଗଣଶିକ୍ଷା ବିଭାଗ ଲର୍ନିଂ ରିକଭରି ପ୍ରୋଗ୍ରାମ (ଏଲ୍‌ଆର୍‌ପି) ଆସନ୍ତା ୨୯ ତାରିଖରେ ଲାଗୁ କରିବାକୁ ଯାଉଛି। ସ୍କୁଲ ପିଲାଙ୍କ ନିମନ୍ତେ ଆରମ୍ଭ ହେବାକୁ ଥିବା ଏହି ଏଲ୍‌ଆର୍‌ପି ଲାଗି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ୨୯ ତାରିଖରୁ ପିଲାମାନେ ପୁରୁଣା ପାଠ ପଢ଼ିବେ। କରୋନା ସକାଶେ ଦୁଇବର୍ଷର ଶିକ୍ଷାରେ ଯେଉଁ କ୍ଷତି ହୋଇଥିଲା, ତାକୁ ଭରଣା କରିବାକୁ ଏଲ୍‌ଆର୍‌ପି ଜରିଆରେ ଛାତ୍ରୀଛାତ୍ରମାନେ ଏକ୍ସଟ୍ରା (ଅତିରିକ୍ତ) କ୍ଲାସରେ ପାଠ ପଢ଼ିବେ। ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରିଛନ୍ତି। ଦୁଇଟି ଘରୋଇ ସଂସ୍ଥା ଦ୍ୱାରା ଶିକ୍ଷାଦାନ କରାଯିବ। ପ୍ରତିଦିନ ଦୁଇଟି ଅତିରିକ୍ତ କ୍ଲାସ ହେବ। କରୋନା ସମୟରେ ଛାତ୍ରୀଛାତ୍ରମାନେ ପୁରୁଣା ପାଠ କେତେ ପଢ଼ିଛନ୍ତି, ତାହା ଜାଣିବା ପାଇଁ ବେସ୍‌ ଲାଇନ ଟେଷ୍ଟ ହେବ। ଯେଉଁ ଛାତ୍ରୀଛାତ୍ର ଏଥିରେ ବିଫଳ ହେବେ, ସେମାନଙ୍କୁ ଅତିରିକ୍ତ କ୍ଲାସ ଜରିଆରେ ୨ଟି ସଂସ୍ଥା ପାଠ ପଢ଼ାଇବାକୁ ନିଷ୍ପତ୍ତି ହୋଇଛି। ସେହି ୨ ସଂସ୍ଥା ହେଲେ ଓଡ଼ିଶା ନଲେଜ କର୍ପୋରେଶନ ଲିମିଟେଡ୍‌ ଏବଂ ଶୁଭଦ୍ରା ଚ୍ୟାରିଟେବଲ୍‌ ଟ୍ରଷ୍ଟ। ଏହି କାର୍ଯ୍ୟକ୍ରମ ପାଇଁ ୭୨କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି।
ସୂଚନାନୁଯାୟୀ, ରାଜ୍ୟର ୫୫,୭୪୫ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଏଲ୍‌ଆର୍‌ପି ହେବ। ଶିକ୍ଷାଦାନ ପାଇଁ ଦୁଇଟି ଘରୋଇ ସଂସ୍ଥା ମଧ୍ୟରେ ସମାନ ଭାବେ ଜିଲାଗୁଡ଼ିକ ବଣ୍ଟାଯାଇଛି। ତିନି ମାସ ଭିତରେ ଏହି ପ୍ରୋଗ୍ରାମ ସରିବ। ଏ ସମ୍ପର୍କରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହ କହିଛନ୍ତି, ଏହି କାର୍ଯ୍ୟକ୍ରମ ପାଇଁ ସବୁ ପୁସ୍ତକ ପ୍ରିଣ୍ଟ ହୋଇସାରିଛି। ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଲାଗି ଓଡ଼ିଆ, ଗଣିତ ଓ ପରିବେଶ ବିଜ୍ଞାନ କ୍ଲାସ୍‌ ହେବ। ସେହିପରି ଚତୁର୍ଥରୁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଗଣିତ, ଇଂଲିଶ ଓ ବିଜ୍ଞାନ ପାଠ ପଢ଼ାଯିବ। ଏଥିଲାଗି ଆସନ୍ତା ୨୨ ତାରିଖରୁ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ୨୭ ତାରିଖ ସୁଦ୍ଧା ପ୍ରଶିକ୍ଷଣ ଶେଷ ହେବାର ଯୋଜନା ରହିଛି। ଦିନିକିଆ ସ୍କୁଲ ପରିଚାଳନା ବୈଠକ ସହ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ଜରିଆରେ ଏଲ୍‌ଆର୍‌ପି ନେଇ ସଚେତନ କରାଯିବ। ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ୱାରା ଦୁଇଟି ମନିଟରିଂ ଟିମ୍‌ ଗଠନ କରାଯାଇ କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ତଦାରଖ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?