Posted inଫୁରସତ

ପ୍ରେମିକଙ୍କୁ ବିବାହ କରିବା ପାଇଁ ବାଂଲାଦେଶରୁ ଭାରତ ପହଁରି ପହଁରି ଆସିଲେ ଯୁବତୀ

ପ୍ରେମରେ ବହୁତ ଶକ୍ତି ଥାଏ ବୋଲି କୁହାଯାଏ। ଯଦି ପ୍ରେମ ସତ୍ୟ ତେବେ ଜଣେ ବ୍ୟକ୍ତି କିଛି ବି କରିପାରେ। ବାଂଲାଦେଶର ଜଣେ ଯୁବତୀ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି। ୨୨ ବର୍ଷୀୟା ଯୁବତୀ ବାଙ୍ଗଲାଦେଶରୁ ଭାରତକୁ ପହଁରି ପହଁରି ଆସିଥିଲେ।

ବର୍ତ୍ତମାନ ପ୍ରେମ ସହଜ ନୁହେଁ। ଯୁବତୀ ଜଣକ ପ୍ରମାଣ କରି ଦେଖାଇଛନ୍ତି ଯେ, ନଦୀ ହେଉ କି ଅଗ୍ନି ହେଉ ଏହାକୁ ଅତିକ୍ରମ କରିବାକୁ ପଡ଼ିବ। ଏହି ପ୍ରେମ କାହାଣୀ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ୟୁଜରମାନେ ମଧ୍ୟ ଏହା କହିଛନ୍ତି ଯେ, ଫିଲ୍ମର ଗୀତ।‘ସାତ୍‌ ସମନ୍ଦର ପାର୍‌ କେ ମୈ ତେରେ ପିଛେ ପିଛେ ଆ ଗୟି’

ଉଭୟଙ୍କ ମଧ୍ୟରେ ଫେସ୍‌ବୁକ୍‌ରେ ପ୍ରେମ ହୋଇଥିଲା। ଯୁବତୀଙ୍କ ନାମ କୃଷ୍ଣା ମଣ୍ଡଳ। ସେ ବାଂଲାଦେଶର ଅଟନ୍ତି। ସେ ଭର୍ଚୁଆଲ ଦୁନିଆରେ ଫେସ୍‌ବୁକ୍‌ ମାଧ୍ୟମରେ ଭାରତର ଅଭିକ ମଣ୍ଡଳଙ୍କୁ ପ୍ରେମ କରି ବସିଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଏବଂ ପରେ ପ୍ରେମ। ଭାରତ ଆସିବା କୃଷ୍ଣାଙ୍କ ନିକଟରେ ପାସପୋର୍ଟ ଏବଂ ଆବଶ୍ୟକୀୟ କାଗଜପତ୍ର ନ ଥିଲା। ତେଣୁ ସେ ଜଳପଥକୁ ବାଝି ନେଇଥିଲେ। କ୍ରିଷ୍ଟା ସୁନ୍ଦରବନ ଜଙ୍ଗଲ ଦେଇ ଯିବାବେଳେ ପ୍ରାୟ ଏକ ଘଣ୍ଟା ଧରି ପହଁଣି ଭାରତରେ ପହଞ୍ଚିଥିଲେ। ଏଠାକୁ ଆସି ସେ କୋଲକାତାର କାଳୀଘାଟ ମନ୍ଦିରରେ ନିଜ ପ୍ରେମିକଙ୍କୁ ବିବାହ କରିଥିଲେ। ବେଆଇନ ଭାବେ ସୀମା ପାର କରିଥିବାରୁ ତାଙ୍କୁ ପୋଲିସ ଗିରଫ କରିଛି।

କୃଷ୍ଣାଙ୍କୁ ବାଂଲାଦେଶ ହାଇ କମିଶନଙ୍କୁ ହସ୍ତାନ୍ତର କରାଯାଇପାରିବ, କିନ୍ତୁ ଏହି ଖବର ଇଣ୍ଟରନେଟ୍‌ରେ ଆସିବା ମାତ୍ରେ ଲୋକଙ୍କ ସୃଜନଶୀଳତା ବଢ଼ିବାକୁ ଲାଗିଲା। ଜଣେ ୟୁଜର ଲେଖିଛନ୍ତ, ପ୍ରେମ ସୀମା ସରହଦ ଜାଣେ ନାହିଁ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି – ‘ସାତ୍‌ ସମନ୍ଦର ପାର୍‌ କେ ମୈ ତେରେ ପିଛେ ପିଛେ ଆ ଗୟି’। ସେହିପରି ଅନ୍ୟ ୟୁଜରମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri