ମନ୍ଦିରର ଉନ୍ନୟନ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଲେ ଯୁବ ସମାଜସେବୀ ଦୀପକ ମୁଦୁଲି

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ବ୍ୟାରେକସାହିସ୍ଥିତ ଶ୍ରୀ ସମ୍ପଦ ବିନାୟକ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଯୁବ ସମାଜସେବୀ ଦୀପକ କୁମାର ମୁଦୁଲି। ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିବା ସହ ମନ୍ଦିରର ଉନ୍ନତି ପାଇଁ ସେ ସର୍ବଦା ସହଯୋଗ କରିବେ ବୋଲି କହିଛନ୍ତି।

ଏହି ଅବସରରେ ମନ୍ଦିରର ଆଜୀବନ ସଦସ୍ୟ ଦେୟ ବାବଦକୁ ବକେୟା ଥିବା ୧ ଲକ୍ଷ ୧୮ ହଜାର ଟଙ୍କା ଦୀପକ କୁମାର ମୁଦୁଲି ଆର୍ଥିକ ସହାୟତା ଭାବେ ପ୍ରଦାନ କରିଥିଲେ। ଆଗାମୀ ଦିନରେ ମନ୍ଦିରରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମଧ୍ୟ ସେ ସହଯୋଗର ହାତ ବଢ଼ାଇବେ ବୋଲି ଶ୍ରୀ ମୁଦୁଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ୧୧ ନମ୍ବର ୱାର୍ଡର କାଉନସିଲର ସନ୍ତୋଷୀ ସେଠୀ, ୧୦ ନମ୍ବର ୱାର୍ଡର କାଉନସିଲର ଦେବାଶିଷ ମିଶ୍ର, ମନ୍ଦିର ପରିଚାଳନା କମିଟିର ସଭାପତି ବିଜୟ କୁମାର ପଣ୍ଡା, ସମ୍ପାଦକ ସନମୁଖ ପଟ୍ଟନାୟକ, କୋଷାଧ୍ୟକ୍ଷ ବିଶ୍ୱଜିତ ପଟ୍ଟନାୟକ, ଟୁଟୁ ସାହୁ, ବି. ଗୋପାଳ ସ୍ୱାମୀ, ଭି. ମଙ୍ଗେଶ୍ୱର ରାଓ, ଅବସରପ୍ରାପ୍ତ ପିଇଓ ସୁଦର୍ଶନ ବେହେରା, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଆଦିକନ୍ଦ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ବିନାୟକ ପଣ୍ଡା, ଟୁଟୁ ସେନାପତି, ଓଡ଼ିଶା ସାମ୍ବାଦିକ ସଂଘର ଗଞ୍ଜାମ ଜିଲା ସଭାପତି ପ୍ରଶାନ୍ତ କୁମାର ମହାରଣା, ଛତ୍ରପୁର ପ୍ରେସ କ୍ଲବର ସଭାପତି ସରୋଜ କୁମାର ସାମଲ, ସାମ୍ବାଦିକ କେ. ସତ୍ୟନାରାୟଣ ରେଡ୍ଡୀ, ବସନ୍ତ କୁମାର ମହାରଣା, ଦିଲ୍ଲୀପ କୁମାର ସାମଲ, ସନ୍ତୋଷ କୁମାର ସାହୁ, ସୁଜୟ ସୁପ୍ରକାଶ ଧଳ, ଗୌର ପ୍ରସାଦ ମହାପାତ୍ର ଓ ପୂଜକ ରାମଚନ୍ଦ୍ର ପଣ୍ଡାଙ୍କ ସମେତ ମନ୍ଦିର କମିଟିର ଅନ୍ୟାନ୍ୟ ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଛତ୍ରପୁର ସହରରେ ଶ୍ରୀ ସମ୍ପଦ ବିନାୟକ ମନ୍ଦିର ପ୍ରତି ଲୋକଙ୍କର ଅଗାଢ଼ ବିଶ୍ୱାସ ରହିଛି। ବର୍ଷର ବିଭିନ୍ନ ସମୟରେ, ବିଶେଷକରି ଗଣେଶ ପୂଜା ଭଳି ପର୍ବପର୍ବାଣୀରେ ବହୁ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ଭିଡ଼ ଜମାଇ ଶ୍ରୀ ସମ୍ପଦ ବିନାୟକଙ୍କ ଦର୍ଶନ କରିଥାନ୍ତି। ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ଭକ୍ତିକୁ ଦୃଷ୍ଟିରେ ରଖି ମନ୍ଦିରର ଅଧିକ ଉନ୍ନତି ଆବଶ୍ୟକ ବୋଲି ଯୁବ ସମାଜସେବୀ ଦୀପକ କୁମାର ମୁଦୁଲି କହିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କୁ ଦେଖି ଦୌଡିଲେ କଲେକ୍ଟର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଚେନ୍ନାଇ,୧୦।୮: ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତିରୁଭନ୍ନାମଲାଇର ପ୍ରସିଦ୍ଧ ଅନ୍ନାମଲାଇର ମନ୍ଦିର ପରିଦର୍ଶନ କରି ବିଶେଷ ପ୍ରାର୍ଥନା କରିଥିଲେ।…

ଏମିତି କଥା କହିଲେ ବକ୍ସର, ହସି ହସି ଗଡ଼ିଲେ ମୋଦି: ପଛରେ ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ,୧୦।୬: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଝାରସୁଗୁଡାରେ ଅଜବ ଘଟଣା: ନାଗସାପକୁ କାମୁଡ଼ି ମାରିଦେଲେ ଯୁବକ, ପୂରା ଘଟଣା ଜାଣିଲେ…

ଝାରସୁଗୁଡା,ଲାଇକେରା, ୧୦।୮(ଆଶିଷ ରଞ୍ଜନ ଦାଶ/ରଞ୍ଜନ କୁମାର ମେହେର):ଗୁଣିଆର ଅନ୍ଧବିଶ୍ୱାସୀ କଥାରେ ପଡ଼ି ଜଣେ ଯୁବକ ନାଗସାପର ଫଣାକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ମାରିଦେବା ଭଳି ଏକ ଅଜବ…

ସଞ୍ଜୀବ, ଯଶୋବନ୍ତଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୧୦।୮: ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ସୋମବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ପୋଲିସ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ…

ଗଞ୍ଜାମ ବ୍ଲକ ପ୍ରମୁଖ ଶୈବପୀଠରେ ହଜାର ହଜାର କାଉଡିଆଙ୍କ ଜଳାଭିଷେକ, ଆଉ ଦୁଇଟି ସୋମବାରରେ…

ଗଞ୍ଜାମ,୧୦।୮ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚ ପୁର ପଞ୍ଚାୟତ ମାଳୀ ଜଗନ୍ନାଥ ପୁର ନିକଟସ୍ଥ ବାବା ବାଲୀ ଲୋକନାଥ, ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼…

୯୦ ବର୍ଷ ବୟସରେ ବୃଦ୍ଧଙ୍କୁ ଚଢିଲା ବିବାହ ନିଶା: ଆଉ ତା’ପରେ ଘଟିଗଲା ଏମିତି କିଛି…

ଜୟପୁର,୧୦।୮: ରାଜସ୍ଥାନର ରାଜଧାନୀ ଜୟପୁରରୁ ସାଇବର ଠକେଇ ଏବଂ ଡିଜିଟାଲ ବ୍ଲାକମେଲ୍ର ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର ସାଇବର ଅପରାଧୀମାନେ…

ଶ୍ରାବଣ ଶିବରାତ୍ରିରେ ୪ ଦୁର୍ଲଭ ରାଜଯୋଗର ମହାସଂଯୋଗ: ବୃଷ ସମେତ ୪ ରାଶିକୁ ମିଳିବ ଅପାର ଲାଭ

ଶ୍ରାବଣ ଶିବରାତ୍ରି ଅବସରରେ ଗଠିତ ହେଉଥିବା ଚାରିଟି ରାଜଯୋଗ ବୃଷ, କର୍କଟ, ତୁଳା ଓ କୁମ୍ଭ ରାଶି ପାଇଁ ବେଶ ଶୁଭ ସାବ୍ୟସ୍ତ ହେବ। ଏହି ରାଶିର…

ଜିଲାପାଳଙ୍କ ଶୁଣାଣିରେ ବିଷପିଇ ଜୀବନ ହାରିବାକୁ ଉଦ୍ୟମ: କାବୁ କରି…

ରାଜନଗର,୧୦।୮(ଭାସ୍କର ରାଉତ ରାୟ): ବିଷ ପିଇବାକୁ ଉଦ୍ୟମ ବେଳେ କାବୁ କରିନେଲା ପୋଲିସ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଓ ଢୋଲମରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri