ଇୟୁର ଯୁବ ସଭାନେତ୍ରୀ

ଛୋଟିଆ ୟୁରୋପୀୟ ରାଷ୍ଟ୍ର ମାଲ୍‌ଟା। ଆୟତନରେ ବିଶ୍ୱର ୧୦ମ କ୍ଷୁଦ୍ର ଦେଶ। ସମୁଦାୟ ଲୋକସଂଖ୍ୟା ୫,୧୫,୦୦୦ରୁ ଅଧିକ। ସେହି ଦେଶର ୪୩ ବର୍ଷୀୟା ମହିଳା ରୋବର୍ଟା ମେଟ୍‌ସୋଲା ୟୁରୋପୀୟ ସଂଘ (ଇୟୁ) ପାର୍ଲାମେଣ୍ଟର ସଭାପତି ନିର୍ବାଚିତ ହୋଇଛନ୍ତି। ଫଳରେ ସେ ଏହି ପଦବୀ ହାସଲ କରିବାରେ ତୃତୀୟ ମହିଳା ଓ ସର୍ବକନିଷ୍ଠ ସଭାପତି ହୋଇପାରିଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଆକର୍ଷଣୀୟ ହୋଇପାରିଛି। ପୂର୍ବରୁ ଫ୍ରାନ୍ସର ମାଜିଷ୍ଟ୍ରେଟ୍‌ ତଥା ରାଜନେତା ସିମୋନି ଭେଲ୍‌ ଓ ସେହି ଦେଶର ରାଜନେତା ନିକୋଲେ ଫୋନ୍‌ଟେନ୍‌ ମହିଳା ଭାବେ ଇୟୁ ପାର୍ଲାମେଣ୍ଟର ସଭାପତି ଆସନ ମଣ୍ଡନ କରିଥିଲେ। ସୂଚନାଯୋଗ୍ୟ, ୧୧ ଜାନୁୟାରୀ ୨୦୨୨ରେ ଡାଭିଡ୍‌ ସାସୋଲିଙ୍କ ମୃତ୍ୟୁ ପରେ ରୋବର୍ଟା ପାର୍ଲାମେଣ୍ଟର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ଉଲ୍ଲେଖଯୋଗ୍ୟ ଯେ, ୨୭ ରାଷ୍ଟ୍ର ବିଶିଷ୍ଟ ୟୁରୋପୀୟ ସଂଘର ପାର୍ଲାମେଣ୍ଟର ବ୍ୟବସ୍ଥା ଅନୁଯାୟୀ ସମୁଦାୟ ସଦସ୍ୟଙ୍କ ସଂଖ୍ୟା ୭୦୫ (୭୦୪ ଓ ସଭାପତି)ରୁ ଅଧିକ ହୋଇପାରିବ ନାହିଁ। ପ୍ରତ୍ୟେକ ଦେଶର ଲୋକସଂଖ୍ୟା ଅନୁପାତରେ ସଦସ୍ୟ ସଂଖ୍ୟା ସ୍ଥିର କରାଯାଇଛି। ତେବେ କୌଣସି ରାଷ୍ଟ୍ରରେ ସର୍ବନିମ୍ନ ୬ ଓ ସର୍ବାଧିକ ୯୬ ସଦସ୍ୟରୁ ଅଧିକ ରହିପାରିବେ ନାହିଁ। ୧୮ ଜାନୁୟାରୀରେ ହୋଇଥିବା ନିର୍ବାଚନରେ ରୋବର୍ଟା ୬୧୬ରୁ ୪୫୮ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି ା ତାଙ୍କ କାର୍ଯ୍ୟକାଳ ୨ ବର୍ଷ ୫ ମାସ ପର୍ଯ୍ୟନ୍ତ ରହିବ। ନୂତନ ଭବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ କହିଛନ୍ତି, ଲିଙ୍ଗଗତ ସମାନତା ଓ ମହିଳାଙ୍କ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସେ ଅଗ୍ରାଧିକାର ଦେବେ।
ରୋବର୍ଟା ମାଲ୍‌ଟାର ଗିଜିରା ସହରରେ ଜନ୍ମ ଗ୍ରହଣ କରିଥିଲେ। ମାତାପିତା ଓ ଦୁଇ ଭଉଣୀଙ୍କ ସହ ସେ ସେହିଠାରେ ବଢ଼ିଥିଲେ। ସ୍ଲିଏମାସ୍ଥିତ ସେଣ୍ଟ୍‌ ଯୋଶେଫ୍‌ ସ୍କୁଲରେ ତାଙ୍କର ପ୍ରାଥମିକ ଶିକ୍ଷା ହୋଇଥିଲା। ୨୦୦୩ରେ ସେ ମାଲ୍‌ଟା ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୨୦୦୪ରେ ବେଲ୍‌ଜିୟମ୍‌ର କଲେଜ ଅଫ୍‌ ବ୍ରୁଗେସ୍‌ରୁ ସେ ୟୁରୋପିଆନ୍‌ ଷ୍ଟଡିଜ୍‌ରେ ଡିପ୍ଲୋମା କରିଥିଲେ। ଫିନ୍‌ଲାଣ୍ଡ ନାଗରିକ ତଥା ନ୍ୟାଶନାଲ କୋଆଲିସନ୍‌ ପାର୍ଟି ନେତା ଉକ୍କୋ ମେଟ୍‌ସୋଲାଙ୍କ ସହ ରୋବର୍ଟାଙ୍କ ୧୯୯୯ରେ ଦେଖାହେବା ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା। ୨୦୦୫ ଅକ୍ଟୋବରରେ ସେମାନଙ୍କ ବିବାହ ହୋଇଥିଲା। ସେମାନଙ୍କ ୪ ପୁଅ ଅଛନ୍ତି।
ରୋବର୍ଟା ଓ ଉକ୍କୋ ହେଉଛନ୍ତି ପ୍ରଥମ ଦମ୍ପତି, ଯିଏକି ଦୁଇଟି ଭିନ୍ନ ଦେଶରୁ ୨୦୦୯ ୟୁରୋପୀୟ ପାର୍ଲାମେଣ୍ଟ ନିର୍ବାଚନ ଲଢ଼ି ଇତିହାସ ରଚିଥିଲେ। ତେବେ ରୋବର୍ଟାଙ୍କ ରାଜନୈତିକ କ୍ୟାରିୟର ଦେଖିଲେ ସେ ଯୁବାବସ୍ଥାରୁ ରାଜନୀତି ପ୍ରତି ଆକର୍ଷିତ ହୋଇଥିଲେ। ମାଲ୍‌ଟାର ପାର୍ଟିଟି ନାଜ୍‌ଜୋନାଲିଷ୍ଟା (ପିଏନ୍‌) ତାଙ୍କୁ ପ୍ରଭାବିତ କରିଥିଲା। ଛାତ୍ରାବସ୍ଥାରେ ସେ ଷ୍ଟୁଡେଣ୍ଟି ଡୋମୋକ୍ରିଷ୍ଟ୍‌ଜାନି ମାଲ୍‌ଟିନ୍‌ (ଏସ୍‌ଡିଏମ୍‌) ଗଠନ କରି ତାହାର ନେତୃତ୍ୱ ନେଇଥିଲେ। ୟୁରୋପିଆନ୍‌ ଡେମୋକ୍ରାଟ୍‌ ଷ୍ଟୁଡେଣ୍ଟସ୍‌ (ଇଡିଏସ୍‌)ର ସାଧାରଣ ସମ୍ପାଦକ ହେବା ପୂର୍ବରୁ ସେ ବିଭିନ୍ନ ରାଜନୈତିକ ମଞ୍ଚରେ ପ୍ରତିଭା ପ୍ରଦର୍ଶନ କରି ବିଶିଷ୍ଟ ରାଜନେତାଙ୍କ ଦୃଷ୍ଟିକୁ ଆସିଥିଲେ। ୨୦୦୨ରେ ତାଙ୍କୁ ଯେତେବେଳେ ମାତ୍ର ୨୩ ବର୍ଷ, ସେ ଫ୍ୟୁଚର ଅଫ୍‌ ୟୁରୋପ୍‌ର ୟୁଥ୍‌ କନ୍‌ଭେନଶନ ଏକ୍‌ଜିକ୍ୟୁଟିଭ୍‌ ବୋର୍ଡର ଦୁଇ ଉପସଭାପତିଙ୍କ ମଧ୍ୟରୁ ଅନ୍ୟତମ ଭାବେ ନିର୍ବାଚିତ ହୋଇଥିଲେ। ତା’ ପରବର୍ଷ ସେ ଇୟୁ ମେମ୍ବରଶିପ୍‌ ରେଫେରେଣ୍ଡମ୍‌ରେ ଫିଏନ୍‌ ଲାଗି ‘ୟେସ୍‌ ଭୋଟ୍‌’ ଅଭିଯାନରେ ସକ୍ରିୟ ଭୂମିକା ନେଇଥିଲେ। ଏହି କାର୍ଯ୍ୟରେ ତାଙ୍କୁ ମାଲ୍‌ଟାର ପ୍ରଧାନମନ୍ତ୍ରୀ ସେତେବେଳେ ଉତ୍ସାହିତ କରିଥିଲେ। ୨୦୦୪ରେ ରୋବର୍ଟା ବେଲ୍‌ଜିୟମ ରାଜଧାନୀ ବ୍ରସେଲ୍ସସ୍ଥିତ ୟୁରୋପିଆନ୍‌ ୟୁନିଅନ୍‌ରେ ମାଲ୍‌ଟାର ସ୍ଥାୟୀ ପ୍ରତିନିଧି ଭାବେ ଯୋଗଦେଇଥିଲେ। ସେଠାରେ ସେ ଆଇନ ଓ ନ୍ୟାୟିକ କାର୍ଯ୍ୟ କରିବାରେ ପ୍ରାୟ ୮ ବର୍ଷ କଟାଇଥିଲେ। ସେହି ସମୟ ହିଁ ତାଙ୍କୁ ଅନ୍ତର୍ଜାତୀୟ ପରିଚିତି ଆଣିଦେଇଥିଲା। ୨୦୦୯ରେ ୟୁରୋପୀୟ ନିର୍ବାଚନରେ ସେ ହାରିଯାଇଥିଲେ ମଧ୍ୟ ମନୋବଳ ଦୁର୍ବଳ କରି ନ ଥିଲେ। ୨୦୧୩ରେ କିନ୍ତୁ ସେ ନିର୍ବାଚନ ଜିତି ୟୁରୋପୀୟ ପାର୍ଲାମେଣ୍ଟରେ ମାଲ୍‌ଟାର ପ୍ରଥମ ମହିଳା ସଦସ୍ୟ ହେବାର ଗୌରବ ହାସଲ କରିଥିଲେ। ପରେ ୨୦୧୯ରେ ନିର୍ବାଚନ ଜିଣିବା ପରେ ରୋବର୍ଟାଙ୍କ ସୂକ୍ଷ୍ମ ବୁଦ୍ଧି ତାଙ୍କୁ ଇୟୁରେ ଏକ ସ୍ବତନ୍ତ୍ର ଆସନ ଦେବା ଲାଗି ପଥ ଦେଖାଇଥିଲା। ୨୦୨୦ ନଭେମ୍ବରରେ ସେ ଇୟୁର ଉପ-ସଭାପତି ହୋଇଥିଲେ। ଏବେ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରି ମହିଳାଙ୍କ ପାଇଁ ଆଦର୍ଶ ପାଲଟିଯାଇଛନ୍ତି।

  • ଜିତେନ୍ଦ୍ର କୁମାର ନାୟକ

Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri