ଯୁବକଙ୍କ ବେକ, ଯୌନାଙ୍ଗ କାଟି ହତ୍ୟାକଲେ ଭିଣୋଇ

ଯାଜପୁର ରୋଡ୍‌, ୫।୧୦ (ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ୍‌ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବେକ ଓ ଯୌନାଙ୍ଗକୁ କାଟି ଭିଣୋଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ମିଥୁନ ବେହେରା। ଅଭିଯୁକ୍ତ ଭିଣୋଇ କହ୍ନେଇ ବେହେରା ଫେରାର ହୋଇଯାଇଛନ୍ତି। ଏନେଇ ମୃତକଙ୍କ ବଡ଼ଭାଇ ରସିକଙ୍କ ଅଭିଯୋଗ ଅନୁଯାୟୀ ଯାଜପୁର ରୋଡ୍‌ ଥାନା ପୋଲିସ ନଂ.୫୮୮/୨୦୨୫ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଖୁବ୍‌ଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ଆଶିଷ କୁମାର ସାହୁ କହିଛନ୍ତି।
ସୂଚନା ଅନୁଯାୟୀ ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ୨ ନମ୍ବର ୱାର୍ଡ ପନାସିଆ ଆଦିବାସୀ ବସ୍ତି ରେଳଲାଇନ କଡ଼ରେ ଶନିବାର ଭୋର ସମୟରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟଣା ଘଟିଛି। ଦଶହରା ପୂଜା ଛୁଟି କାଟିବା ପାଇଁ ୨ ଦିନ ତଳେ ଅର୍ଥାତ୍‌ ଗୁରୁବାର କେନ୍ଦୁଝର ଜିଲା ରାଇସୁଆଁ ଥାନା ଗୁହାଳିଚଟୁଆ ଗ୍ରାମର ମିଥୁନ ବେହେରା(୨୪) ସପରିବାର ବ୍ୟାସନଗର ସହର ପନାସିଆକୁ ଆସିଥିଲେ। ବଡ଼ଭାଇ ରସିକ ବେହେରା ଜଣେ ନିର୍ମାଣ ଶ୍ରମିକ ଭାବେ ଏଠାରେ ରହି କାମ କରୁଥିଲେ। ରସିକଙ୍କ ଭଉଣୀ ରୀନା ବେହେରା କିଛି ବର୍ଷ ତଳେ ରାଜମିସ୍ତ୍ରି କହ୍ନେଇ ବେହେରାଙ୍କୁ ବିବାହ କରିଥିଲେ। କହ୍ନେଇ ନିଶାଗ୍ରସ୍ତ ହେବା ସହ ତାଙ୍କ ଅସାମାଜିକ ଗୁଣ ପାଇଁ ରୀନା ପ୍ରାୟ ୨ବର୍ଷ ତଳୁ ତାଙ୍କୁୁ ଛାଡି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। କହ୍ନେଇ ଏଥିରେ ଉତ୍‌କ୍ଷିପ୍ତ ହୋଇ ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ରସିକଙ୍କ ଘରେ ଗଣ୍ଡଗୋଳ କରୁଥିଲେ। ଏପରିକି ରୀନାଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ଦେଇଆସୁଥିଲେ। ଅଭିଯୋଗ ଅନୁସାରେ ଶୁକ୍ରବାର ରାତିରେ ସମସ୍ତେ ବସି ଟିଭିରେ ସିନେମା ଦେଖୁଥିଲେ। ଶନିବାର ଭୋର ୪ଟା ବେଳେ କହ୍ନେଇ ଆସି ରସିକଙ୍କ ଘରେ ପହଞ୍ଚିଥିଲେ। ଏହାପରେ ରସିକଙ୍କୁ ବାହାରକୁ ଯାଇ ମଦ ପିଇବାକୁ କହିଥିଲେ। ରସିକ ଫିଲ୍ମ ଦେଖୁଛି କହି ଯିବାକୁ ମନା କରିବା ପରେ ପୂଜା ବୁଲିବାକୁ ଆସିଥିବା ସାନ ଶଳା ମିଥୁନଙ୍କୁ ମଦ ପିଇବାକୁ ଡାକିଥିଲେ। ଘରଠାରୁ କିଛି ବାଟ ଯିବା ପରେ ରେଳଲାଇନ୍‌ କଡ଼ ନିଛାଟିଆ ସ୍ଥାନରେ କହ୍ନେଇ ବର୍ବରକାଣ୍ଡ ଘଟାଇଥିଲେ। କହ୍ନେଇ ପ୍ରଥମେ ମିଥୁନଙ୍କ ବେକ ଏବଂ ପରେ ଯୌନାଙ୍ଗକୁ ବ୍ଲେଡ୍‌ରେ କାଟି ଦେଇଥିଲେ। ମିଥୁନ ଜୀବନ ବଞ୍ଚାଇବା ପାଇଁ ଘରକୁ ଦୌଡ଼ିଥିଲେ। ଏହି ସମୟରେ ପ୍ରାୟ ୨୦୦ ମିଟର ଯାଏ ରାସ୍ତାରେ ରକ୍ତ ପଡ଼ିଥିଲା। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ମିଥୁନଙ୍କ ମୃତ୍ୟୁ ଘଟିଥିଲା। ଏହାପରେ କହ୍ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ଥାନା ଅଧିକାରୀ ଆଶିଷ କୁମାର ସାହୁ, ଏସ୍‌ଆଇ ଲିଙ୍ଗରାଜ ବେହେରା ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri