ଯୁବକଙ୍କ କାଠଫାଳିଆ ମାଡ଼ରେ ଆଉ ଜଣେ ଯୁବକଙ୍କ ଜୀବନ ଗଲା

ପାରଳାଖେମୁଣ୍ଡି,୧୫ା୩(ଗିରିଧାରୀ ପରିଛା): ଜଣେ ଯୁବକଙ୍କ କାଠ ଫାଳିଆ ମାଡ଼ରେ ଆଉ ଜଣେ ଯୁବକଙ୍କ ଜୀବନ ଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକଠାରେ। ମୃତ ଯୁବକ ଜଣକ ହେଲେ ମୋହନା ଥାନା ପିଣ୍ଡିକି ଗାଁର ଭକ୍ତ ବନ୍ଧୁ ନାୟକ। ଶୁକ୍ରବାର ପୂର୍ବାହ୍ନରେ ଭକ୍ତବନ୍ଧୁ ନିଜ ଦୋକାନ ବାରଣ୍ଡାରେ ମୋବାଇଲ ଦେଖୁଥିବା ସମୟରେ ନୀଳାଞ୍ଚଳ ସାହୁ ନାମକ ଯୁବକ ଅତର୍କିତ ଭାବେ କାଠଫାଳିଆରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ କିଛି ଯୁବକ ଭକ୍ତବନ୍ଧୁଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରିଥଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବ୍ରହ୍ମପୁର ମେଡିକାଲରେ ଭକ୍ତବନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। କାଠ ଫାଳିଆରେ ଆକ୍ରମଣ କରିଥିବା ଯୁବକ ନୀଳାଞ୍ଚଳଙ୍କୁ ମୋହନା ପୋଲିସ ଅଟକ ରଖି ଅଧିକ ତଦନ୍ତ କରାଯାଉଥିବା ଏସ୍‌ଡିପିଓ ଅଶ୍ୱିନୀ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାଜମିରେ ଚାଲିଥିଲା ମାଇନିଂ ଗାଡ଼ି, ପ୍ରଶାସନର ପ୍ରତିଶ୍ରୁତି ପରେ ବି ମିଳିଲାନି ନ୍ୟାୟ, ଶେଷରେ…

ବଣାଇଁ,୧୩ା୬(ପ୍ରଦୀପ ତ୍ରିପାଠୀ): ଖଣି ସମୃଦ୍ଧ ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଆସିଛି ପ୍ରଶାସନିକ ଅବହେଳା ଓ ଜନ ଅସନ୍ତୋଷର ଏକ ସାଂଘାତିକ ଚିତ୍ର। ନିଜ ପଟ୍ଟା ଜମି…

ଭାରତୀୟ ବାୟୁସେନା ବିମାନ କ୍ରାଶ୍‌: ୫ ଯବାନ ଶହୀଦ

ନୂଆଦିଲ୍ଲୀ,୧୩।୬: ଶନିବାର ଆସାମର ଜୋରହାଟରେ ଏକ ଭାରତୀୟ ବାୟୁସେନା (IAF) AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ପାଞ୍ଚ ଜଣ ବାୟୁସେନା କର୍ମଚାରୀ ପ୍ରାଣ ହରାଇଛନ୍ତି।…

ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଗୁରୁ ଦାୟିତ୍ୱ, ଜୁନ ୩୦ରେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ,୧୩।୬: କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଉପ ସେନା…

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ରମେଶ-ଦେବାଶିଷଙ୍କୁ ଭାଜପା ଦେଲା ନୂଆ ଦାୟିତ୍ୱ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ…

ପ୍ରକଳ୍ପ ସମୀକ୍ଷା କଲେ ଆଇନ ମନ୍ତ୍ରୀ: ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୩।୬(ଦିଲ୍ଲୀପ ସାମଲ): ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲା ପ୍ରଭାରୀ ପୃଥୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ…

ମମତାଙ୍କ ପାଇଁ ଆସିଲା ଖୁସି ଖବର! ଦଳରେ ବିଦ୍ରୋହ ଭିତରେ ଏକାଠି ହେଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ (TMC) ଭିତରେ ଗତ କିଛି ଦିନ ହେବ କଳହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri