Posted inଜାତୀୟ

ଚଳନ୍ତା ଟ୍ରେନ୍‌ର ଟଏଲେଟ୍‌ ସାମ୍ନାରେ ବିବାହିତା ମହିଳାଙ୍କ ମୁଣ୍ଡରେ ସିନ୍ଦୁର ଦେଲେ ଯୁବକ, କାରଣ ଜାଣିଲେ…

ପାଟଣା,୧୧ା୬: ବିହାରର ସୁଲତାନଗଞ୍ଜରୁ ଏମିତି ଏକ ବିବାହ ଖବର ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ ଘଟଣା। ଜଣେ ବିବାହିତା ମହିଳା ଟ୍ରେନ୍‌ର ଟଏଲେଟ୍‌ ସାମ୍ନାରେ ପ୍ରେମିକଙ୍କୁ ବିବାହ କରିଛନ୍ତି। ଏହି ଘଟଣା ଭୀରଖୁର୍ଦର ଉଧାଡିହ ଗାଁର।

ସୂଚନାନୁଯାୟୀ, ୨ ମାସ ପୂର୍ବେ ଏହି ମହିଳା ଜଣକ କିରଣପୁର ଗାଁର ଜଣେ ଯୁବକଙ୍କୁ ବିବାହ କରିଥିଲେ। ଏହା ପରେ ସେ ଶାଶୁଘରୁ ପ୍ରେମିକ ଆଶୁ କୁମାରଙ୍କ ସହ ଫେରାର ହୋଇଯାଇଥିଲେ। ଆଶୁ ଚଳନ୍ତା ଟ୍ରେନ୍‌ର ଟଏଲେଟ୍‌ ସାମ୍ନାରେ ତାଙ୍କୁ ବିବାହ କରିଛନ୍ତି। ବିବାହ ପରେ ଦୁହିଁଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆଶୁ କୁହନ୍ତି, ଗାଁର ଯୁବତୀ ଅନୁ କୁମାରଙ୍କ ସହ ତାଙ୍କର କିଛି ବର୍ଷ ଧରି ପ୍ରେମସମ୍ପର୍କ ଥିଲା। ଏହା ଜାଣି ତାଙ୍କ ପରିବାର ଲୋକେ ଅନୁଙ୍କ ଅଲଗା ଜାଗାରେ ବିବାହ କରିଦେଇଥିଲେ। ମାତ୍ର ଆମେ ଦୁଇଜଣ ସାରା ଜୀବନ ଏକାଠି ରହିବୁ ବୋଲି ଚାହୁଁଥିଲୁ। ବୁଧବାର ତାଙ୍କୁ ଏହି ସୁଯୋଗ ମିଳିଥିଲା। ଅନୁ ଶାଶୁଘର ଛାଡ଼ି ସୁଲତାନଗଞ୍ଜ ଷ୍ଟେଶନରେ ପହଞ୍ଚି ଟ୍ରେନ୍‌ରେ ବାଙ୍ଗାଲୁରୁ ଯିବା ପାଇଁ ଛିଡ଼ା ହୋଇଥିଲେ। ଏହି ସମୟରେ ଆଶୁ ଅନୁଙ୍କ ମୁଣ୍ଡରେ ସିନ୍ଦୁର ଦେଇ ସ୍ତ୍ରୀ ଭାବରେ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ରାୟ ନେଇ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଉତ୍ତରପ୍ରଦେଶର ସମସ୍ତ ଜିଲାରେ ହାଇ ଆଲର୍ଟ

ଲକ୍ଷ୍ନୌ,୨୧।୧୦: ଅଯୋଧ୍ୟା ରାୟ ନେଇ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସମ୍ପର୍କରେ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି...

ବାଣଫୁଟାକୁ ନେଇ ଦୁଇପକ୍ଷ ମୁହାଁମୁହିଁ, ୧୯ ଜଣ ପୋଲିସ ହେପାଜତରେ…

ଅହମଦାବାଦ,୨୫।୧୦: ଦୀପାବଳି ଅବସରରେ ଗୁଜରାଟର ବଡୋଦରା ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ବାଣଫୁଟାକୁ ନେଇ ସଂଘର୍ଷ ହୋଇଥିଲା। ଏହା ପରେ ପୋଲିସ ଉଭୟ ପକ୍ଷରୁ ୧୯...

ଭାରତକୁ ସାଲ୍ୟୁଟ୍‌ କଲା ଜାତିସଂଘ

କୋଭିଡ୍‌-୧୯ ମହାମାରୀ ବିରୋଧୀ ଲଢ଼େଇରେ ଅନ୍ୟ ଦେଶକୁ ସହାୟତା କରିଥିବା ଭାରତ ଓ ଅନ୍ୟ ରାଷ୍ଟ୍ରଙ୍କୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସାଲ୍ୟୁଟ୍‌ ଜଣାଇଛନ୍ତି। କରୋନା...

ଜିଲାପାଳଙ୍କ ଅଫିସରୁ ନୂଆ ଭୋଟରଙ୍କ ପାଖକୁ ଯାଉଛି ପୋଷ୍ଟକାର୍ଡ

ଅହମ୍ମଦାବାଦ,୧୬।୪: ଲୋକ ସଭା ନିର୍ବାଚନରେ ଅଧିକରୁ ଅଧିକ ଭୋଟ ଦେବାକୁ ଭୋଟରଙ୍କୁ ଉତ୍ସାହିତ କରିବା ଲାଗି ଗୁଜରାଟ ଅହମ୍ମଦାବାଦର ଜିଲାପାଳ ଏକ ଅଭିନବ ଉପାୟ ଚିନ୍ତା...

ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ

ନୂଆଦିଲ୍ଲୀ, ୧।୫(ପି.ଟି.): ଦେଶରେ ଗତ କିଛିଦିନ ହେଲା ପ୍ରତ୍ୟହ ୩ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକଙ୍କ ଜୀବନ ନେଉଛି କରୋନା ମହାମାରୀ।...

ସୁପ୍ରିମକୋର୍ଟ ରାୟ ପୂର୍ବରୁ ଭୂଜବଳ କହିଲେ ମହାରାଷ୍ଟ୍ରରେ ହେବ ଶିବସେନା, ଏନ୍‌ସିପି, କଂଗ୍ରେସ ସରକାର

ମୁମ୍ବାଇ,୨୪।୧୧:ମହାରାଷ୍ଟ୍ର ରାଜନୀତି ଉପରେ ଏବେ ସମସ୍ତଙ୍କ ନଜର। ଏହାକୁ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି ରବିବାର ହେବା ପୂର୍ବରୁ ଭିନ୍ନ ଭିନ୍ନ ଦଳ ଭିନ୍ନ...

ଯୋଗୀଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୩ା୧: ସୁପ୍ରିମକୋର୍ଟରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଯୋଗୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ...

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ବେରେ ଦୁର୍ଘଟଣା: ୭ ମୃତ, ୩୪ ଆହତ

ମୈନପୁରି,୨୧।୪: ଉତ୍ତର ପ୍ରଦେଶର ମୈନିପୁରିଠାରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ରବିବାର ଭୋର ସମୟରେ ଟ୍ରକ ସହ ଏକ ବସ୍‌ ଧକ୍କା ହେବା ଫଳରେ ଏଥିରେ ଅତିକମ୍‌ରେ ୭...

Advertisement
Archives

Model This Week