ହାଇଦ୍ରାବାଦ,୧୪।୧୦-ହାଇଦ୍ରାବାଦରେ ତାଣ୍ଡବ ରହିଛି ଲଗାଣ ବର୍ଷା। ଫଳରେ ସହରରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିସ୍ଥିତିରେ ହାଇଦ୍ରାବାଦରୁ ଆସିଛି ଏକ ହୃଦୟ ବିଦାରକ ଭିଡିଓ। ଜଣେ ବ୍ୟକ୍ତି କିପରି ବର୍ଷା ପାଣିରେ ରାସ୍ତାରେ ଭାସି ଯାଉଛନ୍ତି, ତା’ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ସହରର ଏକ ରାସ୍ତାରେ ପ୍ରବଳ ମାତ୍ରାରେ ବର୍ଷା ଜଳ ପ୍ରବାହିତ ହେଉଛି। ସେହି ସମୟରେ ଜଣେ ବ୍ୟକ୍ତି ପାଣିରେ ଭାସି ଯାଉଥିବା ଦେଖିବାକୁ ମିଳୁଛି। ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ କିଛି ଲୋକ ଉଦ୍ୟମ କରୁଥିବା ମଧ୍ୟ ଦେଖାଯାଇଛି।
The most scary visual of the #HyderabadRains, from the Old city. #HyderabadFloods pic.twitter.com/QS5xyoHdYC
— Sudhir Sahasranaman (@Iamtssudhir) October 14, 2020

