ଭାଲୁ ହାବୁଡରେ ପଡ଼ିଗଲେ ଯୁବକ

କୋକସରା,୧୭।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଭାଲୁ ଆକ୍ରମଣରେ କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ତେତେଲପଡ଼ା ଗ୍ରାମର କମଳ ଲୋଚନ ନାଗ(୪୦) ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଲୋଚନ ଶୌଚ ପାଇଁ ଗାଁ ନାଲାକୁ ଯାଇଥିଲେ। ସେତିକିବେଳେ ଗାଁ ନିକଟକୁ ଖାଦ୍ୟ ଅନ୍ବେଷଣରେ ଆସିଥିବା ଏକ ଭାଲୁ ତାଙ୍କୁ ହଠାତ୍‌ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ଲୋଚନଙ୍କ ମୁହଁରେ ଗଭୀର ଆଘାତ ଲାଗିଛି।

ଯୁବକଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ ଯୋଗେ କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି। ଖବର ପାଇ ଆମପାଣି ଫରେଷ୍ଟ ଗାର୍ଡ ମହେଶ ମହାପାତ୍ର କର୍ମଚାରୀଙ୍କ ସହ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ସରକାରଙ୍କ ନିୟମ ଅନୁଯାୟୀ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗ (EC) ବିବାଦକୁ ନେଇ ବଢୁଛି ଜ୍ଞାନେଶ କୁମାରଙ୍କ ଅଡୁଆ, ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ବିରୋଧୀ

ନୂଆଦିଲ୍ଲୀ,୨୪।୯: ନିର୍ବାଚନ ଆୟୋଗ ଏବଂ SIR (ସିଷ୍ଟମାଟିକ ଇନଫର୍ମେସନ ରିଟ୍ରାଇଭାଲ) ପ୍ରକ୍ରିୟା ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବର୍ତ୍ତମାନ…

ପ୍ରତି ମ୍ୟାଚ ପିଛା ୪.୮ କୋଟି ଟଙ୍କା… ଟିମ ଇଣ୍ଡିଆ ପାଇଁ ବଡ଼ ଲାଭ; ବିସିସିଆଇ (BCCI) ପାଇଲା…

ନୂଆଦିଲ୍ଲୀ,୨୪।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ‘ଟାଇଟଲ ସ୍ପନ୍ସର’ (ମୁଖ୍ୟ ପ୍ରାୟୋଜକ) ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ସୂତ୍ରରୁ ମିଳିଥିବା ଖବର…

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଲଘୁଚାପ ବର୍ଷା

ଛତ୍ରପୁର,୨୪।୯(ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଖରିଫ ଋତୁ ଫସଲ ପରେ ନୂଆ ଫସଲ ଚାଷ କରିବା ପାଇଁ ଚାଷୀମାନେ…

ଇସ୍ତଫା ଦେବେ ଅଜିତ ଅଗରକର; ଏହି ତାରିଖରେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ ନାମ ଘୋଷଣା କରିବ BCCI

ନୂଆଦିଲ୍ଲୀ,୨୪।୯: ବର୍ତ୍ତମାନ ‘ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ’ (BCCI) ସମ୍ମୁଖରେ ଥିବା ସବୁଠାରୁ ବଡ଼ ସମସ୍ୟା ହେଉଛି ଜଣେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ…

‘ଜ୍ଞାନେଶ ତୁରନ୍ତ ଇସ୍ତଫା ଦିଅନ୍ତୁ, ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦ-ଶାହା’, ରାହୁଲଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୨୪।୯: ନିର୍ବାଚନ ଆୟୋଗକୁ ନେଇ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

ଶ୍ରୀବଣା ଗାଁରେ ପୂର୍ବତନ ବିଧାୟକଙ୍କ ସହାୟତା, ଆବାସ ଯୋଜନାରେ ଘର ଯୋଗାଇଦେବାକୁ ବିଡିଓଙ୍କ ସହ ଆଲୋଚନା

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ ଶ୍ରୀବଣା ଗ୍ରାମର ଡ଼ି ଦୁର୍ଯ୍ୟଧନ ପାତ୍ରଙ୍କର ନିଜସ୍ୱ ଘର ନଥିବାରୁ ଗାଁ ଶେଷରେ ଟିଣ ପକାଇ…

ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ଯାଜପୁର,୨୪।୯: ଯାଜପୁର ଜିଲା ବିଞ୍ଝାରପୁର ଖରସ୍ରୋତା ନଦୀ ବ୍ରିଜ ଉପରୁ ଗୁରୁବାର ଜଣେ ମହିଳା ଡେଇଁ ପଡିଥିଲେ। ମହିଳା ଜଣକ ବ୍ରିଜ୍‌ ଉପରେ ଚପଲ ଓ ଛତା…

ପ୍ରସୂତିଙ୍କୂ ମିଳିଲାନି ଆମ୍ବୁଲାନ୍ସ ସେବା: ଅଧାବାଟରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା,୨୪।୯(ଜଗନ୍ନାଥ ଧଳ): ଆମ୍ବୁଲାନ୍ସ ସେବା ନ ପାଇ କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁର ସିଏଚ୍‌ସି ଅଧୀନ ନିକିରାଇ ଥାନା ଅନ୍ତର୍ଗତ ପୂର୍ବ ନିକିରାଇ ଗ୍ରାମରେ ଗୁରୁବାର ଜଣେ ପ୍ରସୂତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?