ଅଭିଯୋଗ ନ ଶୁଣିବାରୁ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ଭଦ୍ରକ ଅଫିସ,୨୨।୮: ଭଦ୍ରକ ପୁରୁଣା ବଜାରରେ ଏକ ଅଭାବନୀୟ କାଣ୍ଡ ଘଟିଛି। ପୋଲିସ ଅଭିଯୋଗ ନ ଶୁଣିବାରୁ ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ପୁରୁଣା ବଜାରରେ ରହୁଥିବା ସେକ ଫୟାଜଙ୍କ ନାଁରେ ପାରିବାରିକ କଳହକୁ ନେଇ ଏକ ଏତଲା ଦିଆଯାଇଥିଲା। ପରେ ସେ ମଧ୍ୟ ପାଲଟା ଅଭିଯୋଗ କରିଥିଲେ। ହେଲେ ଥାନାକୁ ଅଭିଯୋଗ ନେଇ ବାରମ୍ବାର ଦୌଡୁଥିଲେ ମଧ୍ୟ ଥାନାବାବୁ ଅଭିଯୋଗକୁ ଗୁରୁତ୍ୱ ଦେଉ ନ ଥିଲେ। ଫଳରେ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଅଭିଯୋଗକାରୀ ଯୁବକ ଫୟାଜ ଥାନା ସମ୍ମୁଖରେ ନିଜ ଦେହରେ ସାନିଟାଇଜର ପକାଇ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସଙ୍ଗେ ସଙ୍ଗେ ପୋଲିସ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଫୟାଜଙ୍କ ହାତ, ଗୋଡ଼ ଓ ବିଭିନ୍ନ ସ୍ଥାନ ପୋଡ଼ିଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାରଙ୍କୁ ଘେରାଉ ପରେ ଖୋଲିଲା ଔଷଧ ଦୋକାନ

ପାଟପୁର,୩୦ା୭-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡା ଗ୍ରାମରେ ପଜିଟିଭ ଚିହ୍ନଟ ପରେ ଗ୍ରାମରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟ ଔଷଧ ଦୋକାନ ଗୁଡିକୁ ରବିବାର ସିଲ୍‌...

ଆଦିବାସୀ ହସ୍ତଶିଳ୍ପ କଳାର ବଢୁଛି ଆଦୃତି

ବାଲେଶ୍ୱର ଅଫିସ, ୨।୩ (ମାନସ ବିଶ୍ୱାଳ)-ଜଙ୍ଗଲ ସହିତ ଆଦିବାସୀଙ୍କ ସଂସ୍କୃତି, ଜୀବନଜୀବିକା ଜଡ଼ିତ। ବନଜାତ ସାମଗ୍ରୀକୁ ନେଇ ସେମାନେ ସୁନ୍ଦର ହସ୍ତକଳା ପ୍ରଦର୍ଶନ କରି ଆସୁଛନ୍ତି।...

ଦାୟିତ୍ୱ ନେଲେ ସିଏମ୍‌ସିର ନୂଆ କମିଶନର, ‘ଅଭିଜ୍ଞତାକୁ ନେଇ ସମସ୍ୟାର ସମାଧାନ କରିବି’

କଟକ ଅଫିସ,୨୭।୬: କଟକ ମ୍ୟୁନିସିପାଲ କର୍ପୋରେଶନ (ସିଏମ୍‌ସି)ର କମିଶନର ଭାବେ ନିଖିଲ ପୱନ କଲ୍ୟାଣ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୱନ କଲ୍ୟାଣ କାର୍ଯ୍ୟରେ ଯୋଗ...

ମହିଳାଙ୍କୁ ଆକ୍ରମଣ, ଅସଦାଚରଣ ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୩୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏକ ମାମଲା...

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା: ଖାଲି ଗଞ୍ଜାମରୁ ୩

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୬ଜଣଙ୍କ ମୁଣ୍ଡ ନେଇଛି କରୋନା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୩ଜଣ ଗଞ୍ଜାମ ଜିଲାର ଥିବା...

ବେଧଡ଼କ ଚାଲିଛି ବେଆଇନ କରତକଳ

ରୂପ୍‌ସା,୭।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ସମେତ ବସ୍ତା, ବାଲିଆପାଳ ଓ ଭୋଗରାଇ ଆଦି ଅଞ୍ଚଳରେ ଅବାଧରେ ବେଆଇନ ଭାବେ କରତକଳ ଚାଲୁଥିବା ଅଭିଯୋଗ ହେଉଛି।...

ବେଆଇନ କରତକଳ ଉପରେ ଚଢ଼ାଉ : ୩ ମାଲିକଙ୍କ ସମେତ ୧୧ ଅଟକ

ଭୋଗରାଇ, ୨୮।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ୩ଟି ବେଆଇନ କରତକଳ ଉପରେ ଶନିବାର ଟାସ୍କଫୋର୍ସ ଓ ପୋଲିସ୍‌ ଆକସ୍ମିକ ଭାବେ ଚଢ଼ାଉ କରିଛି।...

ମଦଭାଟି ସ୍ଥାନାନ୍ତର ନେଇ କୃଷକ ନେତାଙ୍କ ଅନଶନ: ପାଣି ପିଆଇ ଅନଶନ ଭାଙ୍ଗିଲେ ଉପଜିଲାପାଳ

ବଡ଼ଗାଁ,୧।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଫିସ ସମ୍ମୁଖରେ ମଦଭାଟି ସ୍ଥାନାନ୍ତର ନେଇ ଗତ ୨୫ ତାରିଖରୁ କୃଷକ ନେତା ରବୀନ୍ଦ୍ର ପଟେଲ ଆମରଣ ଅନଶନରେ...

Advertisement
Archives

Model This Week