ଟ୍ରକ ଧକ୍କାରେ ଯୁବ ଚାଷୀଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବି ନେଇ ୪ ଘଣ୍ଟା ଧରି ରାମପୁର ରାସ୍ତା ଉପରେ ରାସ୍ତା ରୋକ

ଡୁଙ୍ଗୁରିପାଲି ୨୩।୧ (ଦୀନବନ୍ଧୁ ସୁନା ) : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି -ବିନିକା ରାସ୍ତାର ରାମପୁର ଏଟିଏମ ଛକ ନିକଟରେ ବରପାଲି ପଟରୁ ଆସୁଥିବା ଏକ ଟ୍ରକ, ବାଇକରେ ଆସୁଥିବା ଯୁବଚାଷୀଙ୍କୁ ମୁହାଁମୁହିଁ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ମୃତ ଯୁବଚାଷୀ ହେଲେ ରାମପୁର ଚମାରପଡାର ଶତ୍ରୁଘନ ମେହେର (୨୫) ।
ଏହାକୁ ନେଇ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିଲେ ପରିବାର ଲୋକେ ଓ ଗ୍ରାମବାସୀ। ଯାହାପରେ ସମାଧାନ ପରେ ରାସ୍ତାରୁ ହଟିଲେ ପରିବାର ଲୋକେ।

ସୂଚନା ଅନୁଯାୟୀ ଶୁକ୍ରବାର ଦିନ ୧ଟା ୩୦ ମିନିଟ ରେ ଡୁଙ୍ଗୁରିପାଲି -ବିନିକା ରାସ୍ତାର ରାମପୁର ଚମାରପଡା ଘରୁ ବାହାରି ଶତ୍ରୁଘନ ମେହେରବାଇକ ଯୋଗେ ଚାଷଜମିକୁ ଯାଉଥିଲେ। ଏତିକି ବେଳେ ପ୍ରାୟ ୧ଟା ୩୦ମିନିଟରେ ରାମପୁର ଏଟିଏମ ଛକ ନିକଟରେ ଶତ୍ରୁଘନ ମେହେରକୁ ବରପାଲି ପଟରୁ ଆସିଥିବା ଦ୍ରୁତ ବେଗରେ ଏକ ଟ୍ରକ ଆସି ଗାଡି ନମ୍ୱର OR ୨୩F୪୩୮୮ ଶତ୍ରୁଘନ ମେହେରକୁ ଧକ୍କା ଦେଇ ତାକୁ ବାଇକ ଶହ ୨୦ ଫୁଟ ଘୋଷା ନେଇ ଚାପି ଦେଇଥିଲା। ପାର୍ଶ୍ୱରେ ଏକ ବାରିକ ଦୋକାନରେ ମୃତ୍ୟୁ ଶତ୍ରୁଘନଙ୍କ ବାପା କେଶ କଟାଇ ଆସିଥିବା ବେଳେ ଏହାଦେଖି ଦୁର୍ଘଟଣା ସ୍ଥଳକୁ ତୁରନ୍ତ ପହଂଚି ମୋର ପୁଅକୁ ବଞ୍ଚାଓ ବୋଲି ଡାକ ପକାଇଥିଲେ। ଏହାପରେ ତୁରନ୍ତ ପରିବାର ଲୋକେ ଶତ୍ରୁଘନକୁ ସ୍ଥାନୀୟ ରାମପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଶତ୍ରୁଘନକୁ ମୃତ୍ୟୁ ଘୋଷଣା କରିଥିଲେ। ପରିବାର ଲୋକେ ଓ ରାମପୁର ଗ୍ରାମବାସୀ କ୍ଷତିପୂରଣ ପାଇବା ନେଇ ଦୀର୍ଘ ୪ ଘଣ୍ଟା ଧରି ରାସ୍ତା ଉପରେ ଶତ୍ରୁଘନଙ୍କ ମରଶରୀର ରଖି ରାସ୍ତାରୋକ କରିଥିଲେ।

ଘଟଣା ସ୍ଥଳକୁ ରାମପୁର ପୋଲିସ ଓ ବିନିକା ଥାନା ଅଧିକାରୀ ସତ୍ୟନାରାୟଣ ପଧାନ, ରାମପୁର ସରପଞ୍ଚ ମନୋଜ କୁମାର ପୁରୋହିତ ପହଞ୍ଚିଥିଲେ। ଯାନବାହାନ ଯାତାୟତ ୪ ଘଣ୍ଟା ଧରି ବନ୍ଦ ରହିଥିଲା। ପରେ ରାମପୁର ତହସିଲଦାର ବିମଳ କିଶୋର ପାତ୍ର ପହଁଚି ଜିଲା ରେଡକ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ପରିବାର ବର୍ଗଙ୍କୁ ପ୍ରଦାନ କରିଥିଲେ। ଘଟଣାସ୍ଥଳକୁ ସୋନପୁର ଏସଡିପିଓ ରେଣୁକା ସୁନା ଆସି ପରବାର ବର୍ଗଙ୍କୁ ସମବେଦନା ଜଣାଇ ଆଲୋଚନା କରିଥିଲେ। କ୍ଷତିପୂରଣ ବାବଦକୁ ନେଇ ସମାଧାନ ହେଲା ପରେ ପରିବାର ଲୋକେ ରାସ୍ତାରୁ ହଟିଥିଲେ। ସଂଧ୍ୟାରେ ପରିବାରର ଉଦୟ ମେହେର ଥାନା ଲିଖିତ ଜଣାଇଥିଲେ। ଏ ନେଇ ରାମପୁର ଥାନା ଅଧିକାରୀ ଡୋଳାମଣି ନାଏକ ଟ୍ରକ କୁ ଜବତ କରି ଟ୍ରକ ଡ୍ରାଇଭକୁ ଥାନାରେ ଅଟକ ରଖି କେସ୍‌ ନଂ -୩୩ /୨୩ରେ ଅଣ୍ଡରସେକ୍ସନ ଦଫା ୨୮୧/ ୧୦୬(୧) ଭାରତୀୟ ନ୍ୟାୟ ସହିତା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଜାରିରଖିଛନ୍ତି । ମୃତ ଶତ୍ରୁଘନଙ୍କ ମରଶରୀର ଶନିବାର ବ୍ୟବଚ୍ଛେଦ କଳାପରେ ପରିବାର ଲୋକଙ୍କୁ ରାମପୁର ପୋଲିସ ହସ୍ତାନ୍ତର କରାଯିବ। ମୃତ ଶତ୍ରୁଘନ ୨୦୧୯ ରେ ବିବାହ କରିଥିଲେ। ତାଙ୍କ ଦୁଇଟି ଛୋଟ ଛୋଟ ପୁଅ ଓ ଝିଅ ଅଛନ୍ତି। ଶତ୍ରୁଘନଙ୍କ ମୃତ୍ୟୁକୁ ନେଇ ରାମପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?