ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ: ଏପରି କାର୍ଯ୍ୟାନୁଷ୍ଠାନ ନେବୁ, ପଶ୍ଚାତାପ କରିବେ ପ୍ରଦର୍ଶନକାରୀ

ଲଣ୍ଡନ,୫।୮: ବ୍ରିଟେନରେ ପ୍ରବାସୀ ନାଗରିକଙ୍କ ବିରୋଧରେ ହିଂସାତ୍ମକ ସଂଘର୍ଷ ବନ୍ଦ ହେଉନାହିଁ। ୧୫୦ରୁ ଅଧିକ ଲୋକଙ୍କୁ ପୋଲିସ ଗିରଫ କରିଛି। କ୍ରମାଗତ ହିଂସା ସମ୍ପର୍କରେ ବ୍ରିଟେନର ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର କହିଛନ୍ତି, ଏହି ଦଙ୍ଗାରେ ଯୋଗ ଦେଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ବ୍ରିଟେନରେ ପ୍ରବାସୀ ବିରୋଧୀ କଠୋର ଜାତୀୟତାବାଦୀ ସଂଗଠନଗୁଡ଼ିକ ପକ୍ଷରୁ ହିଂସାତ୍ମକ ସଂଘର୍ଷ ଓ ଅଶାନ୍ତି ଲାଗିରହିଥିବାବେଳେ ପୋଲିସ୍‌ ଶତାଧିକ ଲୋକଙ୍କୁ ଗିରଫ କଲାଣି। ହିଂସାକାଣ୍ଡ ଘଟାଉଥିବା ଉଗ୍ରବାଦୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆଶ୍ରୟ ନେଇଥିବା ଏକ ହୋଟେଲରେ ବିକ୍ଷୋଭକାରୀ ଭଙ୍ଗାରୁଜା କରିବା ସହ କେତେକ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି। ଲିଭରପୁଲ୍‌, ହୁଲ୍‌, ବ୍ରିଷ୍ଟଲ, ଲିଡ୍ସ, ବ୍ଲାକପୁଲ୍‌, ଷ୍ଟୋକ୍‌-ଅନ୍‌-ଟ୍ରେଣ୍ଟ, ବେଲ୍‌ପାଷ୍ଟ, ନଟ୍ଟିଙ୍ଗ୍‌ହାମ ଏବଂ ମଞ୍ଚେଷ୍ଟରରେ ଶନିବାର ପୋଲିସ ଏବଂ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଭଳି ଆପରାଧିକ ବିଶୃଙ୍ଖଳା ଓ ହିଂସା ପାଇଁ ବିକ୍ଷୋଭକାରୀଙ୍କୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ବ୍ରିଟେନ୍‌ ଗୃହ ସଚିବ ୟବେଟେ କୁପର ଚେତାବନୀ ଦେଇଛନ୍ତି। ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରତି ସରକାରଙ୍କ ପୂର୍ଣ୍ଣ ସମର୍ଥନ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଶନିବାର ମନ୍ତ୍ରୀମାନଙ୍କ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଅଭିବ୍ୟକ୍ତି ସ୍ବାଧୀନତା ଅଧିକାର ଏବଂ ହିଂସାତ୍ମକ ବିଶୃଙ୍ଖଳା ଦୁଇଟି ଭିନ୍ନ ଜିନିଷ। ଯେକୌଣସି ପ୍ରକାର ହିଂସାକୁ କଦାପି କ୍ଷମା ଦିଆଯିବ ନାହିଁ ବୋଲି ଷ୍ଟାର୍ମର କହିଛନ୍ତି। ହିଂସାକାଣ୍ଡ ଯୋଗୁ ବ୍ରିଟିଶ ମୁସଲମାନମାନେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ସେମାନେ ସ୍ଥାନୀୟ ମସ୍‌ଜିଦକୁ ଯିବା ପାଇଁ ଡରୁଛନ୍ତି। ବିଶେଷ କରି ଅଣଶ୍ୱେତାଙ୍ଗମାନେ ଭୟରେ ରହୁଛନ୍ତି। ହିଂସାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରିଟେନ୍‌ ପୋଲିସିଂ ମନ୍ତ୍ରୀ ଡିଆନା ଜନ୍‌ସନ୍‌ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri