ମୋତେ ତୁମେ କେବେ ଭୁଲି ପାରିବ ନାହିଁ, କାହା ଉଦ୍ଦେଶ୍ୟରେ ଏମିତି କହିଥିଲେ ରେଖା

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖା ତାଙ୍କ ଅଭିନୟରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ରେଖା ସୋସିଆଲ ମିଡିଆଠାରୁ ଦୂରରେ ଥାଇପାରନ୍ତି, କିନ୍ତୁ ସେ ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଭିଡିଓ ଏବଂ ଫଟୋ ମଧ୍ୟ ବହୁତ ଭାଇରାଲ ହୋଇଥାଏ। ରେଖା ୫ ଦଶନ୍ଧି ଧରି ଚଳଚ୍ଚିତ୍ରରେ କାମ କରିଛନ୍ତି। ରେଖାଙ୍କ ରିଲ ଜୀବନ ଯେତିକି ମଜାଳିଆ, ତା’ର ପ୍ରକୃତ ଜୀବନ ମଧ୍ୟ ସେତିକି ରହସ୍ୟମୟ।
ରେଖାଙ୍କ ପ୍ରକୃତ ନାମ ହେଉଛି ଭାନୁରେଖା ଗଣେସନ, କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ରେଖା ନାମରେ ଜଣାଶୁଣା। ରେଖା ତାଙ୍କ କ୍ୟାରିଅର୍‌ ସମୟରେ ପ୍ରାୟ ୧୮୦ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ଅଭିନୟ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଫିଲ୍ମଫେୟାର ପୁରସ୍କାର ମଧ୍ୟ ଜିତିଛନ୍ତି। ରେଖା ତେଲୁଗୁ ଚଳଚ୍ଚିତ୍ର ଇନ୍ତି ଗୁଟୁ ଜରିଆରେ ଫିଲ୍ମ ଜଗତରେ ଡେବ୍ୟୁ କରିଥିଲେ, କିନ୍ତୁ ସେ ‘ସାୱନ ଭାଦୋ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ। ରେଖାଙ୍କୁ ସୁପର ନାନି ଏବଂ ଶମିତାଭ ଫିଲ୍ମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ର ସହିତ ସେ ରାଜନୀତିରେ ପାଦ ଥାପିଥିଲେ ଏବଂ ରାଜ୍ୟ ସଭାର ସଦସ୍ୟ ଥିଲେ।
ଏକ ସାକ୍ଷାତକାର ସମୟରେ, ରେଖାଙ୍କଠାରୁ ଦୁଇଟି ଲାଇନ ଗାଇବାକୁ ଅନୁରୋଧ କରାଯାଇଥିଲା। ଏହା ପରେ ସେ ମେହେନ୍ଦି ହାସନଙ୍କ ଗଜଲ ଗାଇ ଶୁଣାଇ ଥିଲେ। ତୁମ୍‌ ମୁଝେ କଭି ଭି ଭୁଲା ନ ସକୋଗେ, ମେରେ ପ୍ୟାର୍‌ କୋ ମିଟା ନ ସକୋଗେ.. ସେ ଏହି ଗଜଲକୁ ଅତି ସୁନ୍ଦର ଭାବରେ ଗାଇଥିଲେ। କୁହାଯାଏ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପାଇଁ ସେ ଏହା କହିଥିଲେ। ଅମିତାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ୮୦ ଦଶକରେ ବେଶ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା। ରେଖା ୧୯୯୦ ମସିହାରେ ବ୍ୟବସାୟୀ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ବିବାହ ଅଧିକ ଦିନ ତିଷ୍ଠି ନ ଥିଲା। ବିବାହର ବର୍ଷେ ମଧ୍ୟରେ ତାଙ୍କ ସ୍ବାମୀ ଆତ୍ମହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷୟ କୁମାରଙ୍କ ବଦାନ୍ୟତା

ଅଭିନେତା ଅକ୍ଷୟ କୁମାରଙ୍କ ହେୟାର ଷ୍ଟାଇଲିଷ୍ଟ ମିଲନ ଯାଦବ ନିକଟରେ ପ୍ରାଣ ହରାଇଛନ୍ତି। ଅକ୍ଷୟଙ୍କ ସହ ସେ ୧୫ ବର୍ଷ କାମ କରିଥିଲେ। ମିଲନଙ୍କ ଆକସ୍ମିକ...

ଏହି ଫିଲ୍ମର ଶେଟ୍‌ରେ ପ୍ରଥମ ଥର ପାଇଁ ନିଶାଙ୍କୁ ଭେଟିଥିଲେ କରନ୍‌; ଗଣମାଧ୍ୟମ ସମ୍ମୁଖରେ କରିଥିଲେ ପ୍ରପୋଜ୍‌; ଏବେ…

ବମ୍ବେ: ସବୁକିଛି ତ ଠିକ୍‌ ଥିଲା। ହେଲେ ଏପରି କ’ଣ ହେଲା ଯେ କଥା ଥାନାରେ ପହଞ୍ଚିଲା। ସୋମବାର ଟେଲି ଅଭିନେତା କରନ୍‌ ମେହେରା ଗିରଫ...

ଫେରିବେ ଶିବାଙ୍ଗୀ, ଖାଲି ବଦଳିବ ଚରିତ୍ର

ବମ୍ବେ: ଫେରୁଛନ୍ତି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ। ଭାବୁଥିବେ କେଉଁଠିକୁ। ଧାରାବାହିକ ‘ୟେ ରିସ୍ତା କ୍ୟା କହଲତା’କୁ ଶିବାଙ୍ଗୀ ଛାଡ଼ୁଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହା...

କୋଟିକୋଟି ଟଙ୍କାର ମାଲିକ ଧନୁଷ: ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି…

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଧନୁଷ ବର୍ତ୍ତମାନ ସ୍ତ୍ରୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ବିବାହ ବିଚ୍ଛେଦ ପରେ ଚର୍ଚ୍ଚାକୁ ଆସିଛନ୍ତି। ଦୁହେଁ ଅଲଗା ହେବାପରେ ମଧ୍ୟ ଉଭୟଙ୍କର...

ପରଲୋକରେ ପ୍ରସିଦ୍ଧ ଗାୟକ

ପ୍ରସିଦ୍ଧ ପଞ୍ଜାବୀ ଗାୟକ ସରଦୁର୍‌ ସିକନ୍ଦରଙ୍କ ପରଳୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। କିଡନୀ ସମସ୍ୟା ଯୋଗୁ ତାଙ୍କୁ ଗତ ସପ୍ତାହରେ...

ଜାଣନ୍ତୁ କିଏ ସେହି ‘ଚେଲ୍ଲମ ସାର୍‌’; ‘ଫ୍ୟାମିଲି ମ୍ୟାନ୍‌-୨’ରେ ଯାହାଙ୍କ ଚରିତ୍ର ଜିଣୁଛି ହୃଦୟ…

ବମ୍ବେ: ରିଲିଜ୍‌ ପରଠାରୁ ଦର୍ଶକଙ୍କ ମନ ଜିଣୁଛି ‘ଦ ଫ୍ୟାମିଲି ମ୍ୟାନ୍‌ ସିଜନ ୨’। ସିରିଜର ପ୍ରତ୍ୟେକଟି ଚରିତ୍ର ସ୍ବତନ୍ତ୍ର ଛାପ ଛାଡ଼ୁଥିବା କୁହାଯାଉଛି। ଏସବୁ...

ବିବାଦରେ ଅମିତାଭ ବଚ୍ଚନ:ଘର ଆଗରେ ବିରୋଧ ପ୍ରଦର୍ଶନ ଜାରି

ବିଦାଦ ଘେରକୁ ଆସିଛନ୍ତି ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନ। ମେଟ୍ରୋ କାର୍‌ ଶେଡ ପାଇଁ ମୁମ୍ବାଇର ଆରେ ଜଙ୍ଗଲର ୨୭୦୦ ଗଛ କଟାଯିବା ନିଷ୍ପତ୍ତିକୁ ବଲିଉଡ୍‌...

୬ ଦିନ ଯାଏ ମୁହଁ ନ ଧୋଇ ଶୁଟିଂସେଟ୍‌ ଯାଇଥିଲେ ଏହି ସୁପରଷ୍ଟାର, କାରଣ ଜାଣିଲେ…

ବମ୍ବେ: ଏତେ ସହଜରେ ସଫଳତା ମିଳେନା। କର୍ତ୍ତବ୍ୟକୁ ନେଇ ନିଜ ଭିତରେ ନିଷ୍ଠା ରହିବାର ଆବଶ୍ୟକତା ରହିଛି। ସେଭଳି କିଛି ଦେଖିବାକୁ ମିଳେ ମହାନାୟକ ଅମିତାଭ...

Advertisement
Archives

Model This Week