ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲ, କାମ ଦିଅ

କାଳିଆପାଣି, ୩୦ା୭ (ଅସିତ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଶ୍ରମିକଙ୍କ ରୋଷର ଏବେ ଶିକାର ହୋଇଛନ୍ତି ପୂର୍ବତନ   ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଏଥିସହିତ ତାଙ୍କ ଦ୍ୱାରା ନିୟନ୍ତ୍ରିତ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘ ଅଡ଼ୁଆରେ ପଡ଼ିଛି। ୨୦୨୪ ନିର୍ବାଚନ ବେଳେ ବିଜେଡିର ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରୀତିରଞ୍ଜନଙ୍କୁ ଜିତାଇଲେ ଚାକିରି କରାଇ ଦେବାକୁ ଶ୍ରମିକ ସଂଘ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲା। ହେଲେ ଭାଜପାର ପ୍ରଦୀପ ବଳସାମନ୍ତ ବିଧାୟକ ହେବା ପରେ ବିଜେଡିକୁ ସମର୍ଥନ ଦେଇଆସୁଥିବା ଶ୍ରମିକମାନେ ଖଣି ଅଞ୍ଚଳରେ କାମ ପାଇବା କଷ୍ଟକର ହେଉଛି। ଏଭଳି ସ୍ଥଳେ ସେମାନେ ଉକ୍ତ ଶ୍ରମିକ ସଂଘ ନିକଟରେ ଦାବି କରି କହୁଛନ୍ତି ‘ପ୍ରତିଶ୍ରୁତି ଦେଇଥିଲ, ଏବେ କାମ ଦିଅ’। ପ୍ରୀତିରଞ୍ଜନ ନିର୍ବାଚନରେ ପରାସ୍ତ ହୋଇଥିଲେ ମଧ୍ୟ ନିଜର ଜନ ସମର୍ଥନ ବଜାୟ ରଖିବା ଲାଗି ପ୍ରୟାସ କରୁଛନ୍ତି। ହେଲେ କାମ ନ ପାଇବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳୁଛି।
  ଶ୍ରମିକଙ୍କ ବାରମ୍ବାର ଦାବିକୁ ସାମ୍ନା କରିବାରେ ଅକ୍ଷମ ଥିବା ଶ୍ରମିକ ସଂଘ ଅନନ୍ୟୋପାୟ ହୋଇ ସୋମବାର କେତେଜଣ ଶ୍ରମିକଙ୍କୁ ଧରି ଲୋଡିଂ ଠିକାଦାରଙ୍କ ଟାଟା ବଜାରସ୍ଥିତ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସଂଘର ନୂତନ ସମ୍ପାଦକ ଭରତ ମହାନ୍ତଙ୍କ ସହ ଭଗବତୀ ମହାନ୍ତ, ପ୍ରଭାତ ପ୍ରଧାନ ଓ କିଛି ଛାମୁଆ ବିଜେଡି କର୍ମୀ ଶ୍ରମିକଙ୍କୁ କାମ ଦେବା ନେଇ ଠିକାଦାର ପ୍ରାଣକୃଷ୍ଣ ମହାନ୍ତଙ୍କ ନିକଟରେ ଦାବି ଜଣାଇଛନ୍ତି। ତେବେ ଦାବି କରିଥିବା ଶ୍ରମିକମାନେ କେବେ ଲୋଡିଂ କାମ କରି ନ ଥିବା କିମ୍ବା ସେମାନେ ତାଙ୍କଠାରେ ରେଜିଷ୍ଟ୍ରୀଭୁକ୍ତ ନୁହନ୍ତି ବୋଲି ପ୍ରାଣକୃଷ୍ଣ କହିିଛନ୍ତି।
ଶ୍ରମିକଙ୍କ ଦାବିକୁ ନେଇ ଉପୁଜିଥିବା ଅସ୍ବାଭାବିକ ସ୍ଥିତି ବିଷୟରେ ଜାଣିବା ପାଇଁ ପ୍ରୀତିରଞ୍ଜନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। ଅନ୍ୟପକ୍ଷରେ ଭାଜପା ୩୭ ନମ୍ବର ଜୋନ୍‌ ପ୍ରଭାରୀ ସତ୍ୟଜିତ ଦାସ କହିଛନ୍ତି, ପ୍ରତିଥର ନିର୍ବାଚନରେ ଖଣିରେ ନିଯୁକ୍ତି ଭେଳିକି ଦେଖାଇ ଲୋକଙ୍କ ଭୋଟ ହାତଉଥିବା ବିଜେଡି ଛାମୁଆ ଶ୍ରମିକ ସଂଘର ନେତା ନିର୍ବାଚନରେ ହାରିବା ପରେ ଶ୍ରମିକଙ୍କୁ ଉତ୍ତର ଦେବାରେ ବିଫଳ ହୋଇଛନ୍ତିି। ଶ୍ରମିକ ସଂଘ ସଭାପତି ପ୍ରୀତିରଞ୍ଜନ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଦେଖାଇହେବା ପାଇଁ ବର୍ତ୍ତମାନ ଏଭଳି ଭେଳିକି କରିଛନ୍ତି ବୋଲି ଦାସ ପ୍ରକାଶ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri