Posted inଜାତୀୟ

ଶୋରୁମ୍‌ରେ ଚାଷୀଙ୍କୁ କହିଲେ ‘ପାଖରେ ୧୦ ଟଙ୍କା ନାହିଁ, ଗାଡ଼ି କିଣିବାକୁ ଆସିଛ’, ତା’ ପରେ

ବାଙ୍ଗାଲୋର,୨୪।୧: ବୋଲେରୋ ପିକ୍‌ ଅପ୍‌ ଟ୍ରକ କିଣିବାକୁ ଶୋରୁମ୍‌ ଆସିଥିବା ଜଣେ ଚାଷୀଙ୍କୁ ଅପମାନ ଦେଇଥିଲେ ଜଣେ ସେଲ୍ସମ୍ୟାନ। ଉତ୍ତ୍ୟକ୍ତ ହୋଇ ଚାଷୀ ଘଣ୍ଟାକ ମଧ୍ୟରେ ଟଙ୍କା ନେଇ ଆସିଥିଲେ। ଶେଷରେ କ୍ଷମାପ୍ରାର୍ଥନା କରିଥିଲେ ସେଲ୍ସମ୍ୟାନ। ଘଟଣାଟି କର୍ନାଟକର ତୁମାକୁରୁ ଅଞ୍ଚଳରେ ଥିବା ମହିନ୍ଦ୍ରା ଶୋରୁମ୍‌ରେ ଶୁକ୍ରବାର ଘଟିଥିଲା। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି ଭିଡିଓକୁ ଟୁଇଟରରେ ଶେୟାର କରିଛନ୍ତି ଆନନ୍ଦ ମନିନ୍ଦ୍ରା।

ଚାଷୀ କେମ୍ପେଗୌଡ଼ା ସାଙ୍ଗମାନଙ୍କ ସହ ବୋଲେରୋ ପିକ୍‌ ଅପ୍‌ କିଣିବାକୁ ଯାଇଥିଲେ। କିନ୍ତୁ ତାଙ୍କ ରୂପ ଓ ପୋଷାକ ଦେଖି ସେଲ୍ସମ୍ୟାନ୍‌ କହିଥିଲେ, କାରର ମୂଲ୍ୟ ୧୦ ଲକ୍ଷ। ସମ୍ଭବତଃ ତୁମ ପକେଟରେ ୧୦ ଟଙ୍କା ନ ଥିବ। ଏଥି ଯୋଗୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ‘ଘଣ୍ଟାକ ମଧ୍ୟରେ ଟଙ୍କା ଆଣି ଆସୁଛି। ଏସ୍‌ୟୁଭି ଡେଲିଭରୀ ବ୍ୟବସ୍ଥା କର’ କହି ଶୋରୁମ୍‌ରୁ ଚାଲି ଆସିଥିଲେ କେମ୍ପେଗୌଡ଼ା।

କିଛି ଘଣ୍ଟା ପରେ ସେ ଟଙ୍କା ଧରି ଫେରିଥିଲେ। ଏଥିରେ ଚକିତ ହୋଇଯାଇଥିଲେ ସେଲ୍ସ ଏକ୍ସକ୍ୟୁଟିଭ। କିନ୍ତୁ ସଙ୍ଗେସଙ୍ଗେ ଏସ୍‌ୟୁଭି ଡେଲିଭର କରିବାରେ ବିଫଳ ହୋଇଥିଲେ। ସାଧାରଣତଃ ଏସ୍‌ୟୁଭି ପାଇଁ ଲମ୍ବା ଓ୍ବେଟ୍‌ଲିଷ୍ଟ ରହିଥାଏ। ଏସ୍‌ୟୁଭି ଡେଲିଭର ପାଇଁ ଅତିକ୍ରମରେ ୪ ଦିନ ଲାଗେ। କେମ୍ପେଗୌଡ଼ା ଓ ତାଙ୍କ ସାଙ୍ଗମାନେ ସେଲ୍ସମ୍ୟାନଠାରୁ କ୍ଷମା ପ୍ରାର୍ଥନା ଦାବି କରିବାରୁ ପୁଣି ଥରେ ଯୁକ୍ତିତର୍କ ବଢ଼ିଥିଲା। ଏପରି କି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଶେଷରେ ସେଲ୍ସମ୍ୟାନ କ୍ଷମା ମାଗିଥିଲେ।

“ମୁଁ ଏହି ଶୋରୁମ୍‌ରୁ କାର କିଣିବାକୁ ଚାହୁଁ ନାହିଁ” କହି ଚାଷୀ ୧୦ ଲକ୍ଷ ଟଙ୍କା ଧରି ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ପ୍ରଚାର କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ରୋଡ୍‌ ଶୋ’ କରି ଭାଜପା ପ୍ରାର୍ଥୀଙ୍କ…

ଭୁବନେଶ୍ୱର,୨୭ା୪: ପଶ୍ଚିମବଙ୍ଗରେ ମାରାଥନ ପ୍ରଚାର କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରୋଡ୍‌ ଶୋ’ ସାଙ୍ଗକୁ ପରିବର୍ତ୍ତନ ସମାବେଶରେ ଯୋଗଦେବେ। ଏଥିସହିତ ବଗଡ଼ାରେ ରୋଡ୍‌ ଶୋ’…

ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ନେଲେ ଚରମ ନିଷ୍ପତ୍ତି, ଗରା ବାଲଟି ଧରି ଧାରଣାରେ ବସିଲେ

ଉଦଳା,୨୭ା୪(ସନ୍ତୋଷ କୁମାର ବାଚ୍ଛିନୀ): ଦୀର୍ଘ ବର୍ଷ ହେବ ଗ୍ରାମରେ ରହିଛି ପାନୀୟ ଜଳ ସମସ୍ୟା। ଯାହାକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କେହି ନ ଶୁଣିବାରୁ…

ଗଞ୍ଜାମ ଏନ୍‌ଏସିର ଠିକଣା ବଦଳିଲା, ଏଣିକି ନୂଆ ପରିଚୟ ହେଉଛି…

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରଠାରେ ଥିବା ବହୁ ପୁରାତନ ଏନ୍‌ଏସି କାର୍ଯ୍ୟାଳୟ ଏବେ ଖାଁ ଖାଁ। ବର୍ତ୍ତମାନ ଗଞ୍ଜାମ ଏନ୍‌ଏସିର ନୂଆ ପରିଚୟ ଏବେ…

ପାକିସ୍ତାନକୁ ଭାରତୀୟ ସେନାର କଡ଼ା ଚେତାବନୀ, କହିଲା ‘ପ୍ରମାଣ ଯୁକ୍ତି କରେ ନାହିଁ; ଏହା ନିଷ୍ପତ୍ତି ନିଏ – କେବଳ ୨୨ ମିନିଟରେ…”

ନୂଆଦିଲ୍ଲୀ,୨୭।୪: ଅପରେଶନ ସିନ୍ଦୂରର ବାର୍ଷିକୀ ପୂର୍ବରୁ, ଭାରତୀୟ ସେନା ସୋମବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲା, ଯେଉଁଥିରେ ସେ ବର୍ଣ୍ଣନା କରିଥିଲା ଯେ କିପରି…

ରାଜ୍ୟସଭା ସଚିବାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଭାଜପାର ହେଲେ ରାଘବ ଚଢାଙ୍କ ସମେତ ସମସ୍ତ ୭ ବିଦ୍ରୋହୀ ଏଏପି ଏମପି

ନୂଆଦିଲ୍ଲୀ,୨୭।୪: ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (AAP) କୁ ବଡ଼ ଝଟକା ଲାଗିଛି। ରାଜ୍ୟ ସଭା ସମସ୍ତ ବିଦ୍ରୋହୀ AAP ଏମପିଙ୍କୁ – ରାଘବ ଚଡ୍ଡାଙ୍କ…

ଆନ୍ଧ୍ର ବି.ଇଡି ନାମଲେଖା ନାଁରେ ଠକେଇ, ୨ ଗିରଫ

ଝାରସୁଗୁଡ଼ା,୨୭।୪ (ଆଶିଷ ରଞ୍ଜନ ଦାଶ): ଓଡ଼ିଶାର ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳୁଥିବା ଏକ ଆନ୍ତଃରାଜ୍ୟ ଶିକ୍ଷା ଠକେଇ ର଼୍ୟାକେଟକୁ ଝାରସୁଗୁଡ଼ା ପୋଲିସ ଧରିଛି। ଆନ୍ଧ୍ରପ୍ରଦେଶର ବିଭିନ୍ନ…

ଆରମ୍ଭ ହେବ ମା’ ମୁତ୍ୟାଲୁମାଙ୍କ ନବଦିନ ଘଟଯାତ୍ରା, ରଙ୍ଗବେରଙ୍ଗ ଆଲୋକମାଳା ଝଲସୁଛି କୋରାପୁଟ ସହର

କୋରାପୁଟ,୨୭।୪(ଅମିତାଭ ବେହେରା ): ସୋମବାରଠୁ କୋରାପୁଟ ସହରରେ ଆରମ୍ଭ ହେବାକୁ ଯାଉଛି ମା’ ମୁତ୍ୟାଲୁମାଙ୍କ ନବଦିନ ଘଟଯାତ୍ରା । ତେଣୁ ମା’ଙ୍କ ପୁଚିଲାସାହିସ୍ଥିତ ଅସ୍ଥାୟୀ ମଣ୍ଡପ ସମେତ…

‘ମୁଁ ବଳାତ୍କାରୀ ନୁହେଁ…’ନିଜ ସହିତ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ଏହାର ବଡ଼ କାରଣ

ଓ୍ବାଶିଂଟନ,୨୭।୪: ୱାଶିଂଟନ, ଡି.ସି.ରେ ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନ ସମୟରେ ଏକ ଅସ୍ତ୍ରଶସ୍ତ୍ର ଧରି ଜଣେ ସନ୍ଦିଗ୍ଧ ବ୍ୟକ୍ତି କାର୍ଯ୍ୟକ୍ରମ ଭଙ୍ଗ କରିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri