Posted inଜାତୀୟ

ଶୋରୁମ୍‌ରେ ଚାଷୀଙ୍କୁ କହିଲେ ‘ପାଖରେ ୧୦ ଟଙ୍କା ନାହିଁ, ଗାଡ଼ି କିଣିବାକୁ ଆସିଛ’, ତା’ ପରେ

ବାଙ୍ଗାଲୋର,୨୪।୧: ବୋଲେରୋ ପିକ୍‌ ଅପ୍‌ ଟ୍ରକ କିଣିବାକୁ ଶୋରୁମ୍‌ ଆସିଥିବା ଜଣେ ଚାଷୀଙ୍କୁ ଅପମାନ ଦେଇଥିଲେ ଜଣେ ସେଲ୍ସମ୍ୟାନ। ଉତ୍ତ୍ୟକ୍ତ ହୋଇ ଚାଷୀ ଘଣ୍ଟାକ ମଧ୍ୟରେ ଟଙ୍କା ନେଇ ଆସିଥିଲେ। ଶେଷରେ କ୍ଷମାପ୍ରାର୍ଥନା କରିଥିଲେ ସେଲ୍ସମ୍ୟାନ। ଘଟଣାଟି କର୍ନାଟକର ତୁମାକୁରୁ ଅଞ୍ଚଳରେ ଥିବା ମହିନ୍ଦ୍ରା ଶୋରୁମ୍‌ରେ ଶୁକ୍ରବାର ଘଟିଥିଲା। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି ଭିଡିଓକୁ ଟୁଇଟରରେ ଶେୟାର କରିଛନ୍ତି ଆନନ୍ଦ ମନିନ୍ଦ୍ରା।

ଚାଷୀ କେମ୍ପେଗୌଡ଼ା ସାଙ୍ଗମାନଙ୍କ ସହ ବୋଲେରୋ ପିକ୍‌ ଅପ୍‌ କିଣିବାକୁ ଯାଇଥିଲେ। କିନ୍ତୁ ତାଙ୍କ ରୂପ ଓ ପୋଷାକ ଦେଖି ସେଲ୍ସମ୍ୟାନ୍‌ କହିଥିଲେ, କାରର ମୂଲ୍ୟ ୧୦ ଲକ୍ଷ। ସମ୍ଭବତଃ ତୁମ ପକେଟରେ ୧୦ ଟଙ୍କା ନ ଥିବ। ଏଥି ଯୋଗୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ‘ଘଣ୍ଟାକ ମଧ୍ୟରେ ଟଙ୍କା ଆଣି ଆସୁଛି। ଏସ୍‌ୟୁଭି ଡେଲିଭରୀ ବ୍ୟବସ୍ଥା କର’ କହି ଶୋରୁମ୍‌ରୁ ଚାଲି ଆସିଥିଲେ କେମ୍ପେଗୌଡ଼ା।

କିଛି ଘଣ୍ଟା ପରେ ସେ ଟଙ୍କା ଧରି ଫେରିଥିଲେ। ଏଥିରେ ଚକିତ ହୋଇଯାଇଥିଲେ ସେଲ୍ସ ଏକ୍ସକ୍ୟୁଟିଭ। କିନ୍ତୁ ସଙ୍ଗେସଙ୍ଗେ ଏସ୍‌ୟୁଭି ଡେଲିଭର କରିବାରେ ବିଫଳ ହୋଇଥିଲେ। ସାଧାରଣତଃ ଏସ୍‌ୟୁଭି ପାଇଁ ଲମ୍ବା ଓ୍ବେଟ୍‌ଲିଷ୍ଟ ରହିଥାଏ। ଏସ୍‌ୟୁଭି ଡେଲିଭର ପାଇଁ ଅତିକ୍ରମରେ ୪ ଦିନ ଲାଗେ। କେମ୍ପେଗୌଡ଼ା ଓ ତାଙ୍କ ସାଙ୍ଗମାନେ ସେଲ୍ସମ୍ୟାନଠାରୁ କ୍ଷମା ପ୍ରାର୍ଥନା ଦାବି କରିବାରୁ ପୁଣି ଥରେ ଯୁକ୍ତିତର୍କ ବଢ଼ିଥିଲା। ଏପରି କି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଶେଷରେ ସେଲ୍ସମ୍ୟାନ କ୍ଷମା ମାଗିଥିଲେ।

“ମୁଁ ଏହି ଶୋରୁମ୍‌ରୁ କାର କିଣିବାକୁ ଚାହୁଁ ନାହିଁ” କହି ଚାଷୀ ୧୦ ଲକ୍ଷ ଟଙ୍କା ଧରି ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ମୃତ୍ୟୁର ରେକର୍ଡ ନାହିଁ, ଅନୁକମ୍ପାମୂଳକ ସହାୟତା ଦେବାରେ ପ୍ରଶ୍ନ ଉଠୁନି…

ନୂଆଦିଲ୍ଲୀ,୧।୧୨: ବିବାଦୀୟ କୃଷି ଆଇନ ରଦ୍ଦ କରିବାକୁ ଦାବି କରି ଏକ ବର୍ଷ ଧରି ଚାଲିଥିବା ଆନ୍ଦୋଳନରେ କେତେ ଚାଷୀଙ୍କ ମୃତ୍ୟୁ ଘଟିଛି ତାହାର କୌଣସି...

ଏମ୍‌ପିରେ ବଢୁଛି ଶିଶୁ ଯୌନ ଉତ୍ପୀଡ଼ନକାରୀଙ୍କ ସଂଖ୍ୟା

ଭୋପାଳ,୧।୩: ଆମେରିକାର ନ୍ୟାଶନାଲ ସେଣ୍ଟର ଫର୍‌ ମିସିଙ୍ଗ୍‌ ଆଣ୍ଡ୍‌ ଏକ୍ସପ୍ଲୋଏଟେଡ୍‌ ଚିଲ୍‌ଡ୍ରେନ୍‌ (ଏନ୍‌ସିଏମ୍‌ଇସି) ଏଜେନ୍ସି ପକ୍ଷରୁ କରାଯାଇଥିବା ସର୍ଭେରେ ମଧ୍ୟପ୍ରଦେଶରୁ ୩୦,୦୦୦ ଶିଶୁ ଯୌନ ଉତ୍ପୀଡ଼ନକାରୀଙ୍କୁ...

ମଙ୍କିପକ୍ସ ଭାଇରସ ସମ୍ପର୍କରେ ଜାଣିବା ପାଇଁ ଏମ୍ସରେ ସାମ୍ପଲ ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୪ ।୮: ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଉଭୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗର ଚିନ୍ତାକୁ ବଢାଇ ଦେଇଛି ।...

ଗୁଜରାଟ ଦଙ୍ଗା: ୨୨ ଅଭିଯୁକ୍ତ ଖଲାସ

ଗୋଧ୍ରା,୨୫ା୧:ଗୁଜରାଟର ଗୋଧ୍ରାରେ ଘଟିଥିବା ଦଙ୍ଗା ମାମଲାରେ ହାଲୋଲସ୍ଥିତ ଏକ କୋର୍ଟ ବୁଧବାର ପ୍ରମାଣ ଅଭାବରୁ ୨୨ ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି। ୨୦୦୨ ଫେବୃୟାରୀ ୨୮ରେ ଏକ...

ୟୁନିଫର୍ମ ସିଭିଲ୍‌ କୋଡ୍‌ ଲାଗୁ ପାଇଁ କମିଟି ଗଠନ କଲା ଉତ୍ତରାଖଣ୍ଡ

ଡେରାଡୁନ୍‌,୨୮।୫: ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା(ୟୁନିଫର୍ମ ସିଭିଲ୍‌ କୋଡ୍‌) ଲାଗୁ କରିବା ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ...

ଦେଶବାସୀ ଏକତା ସୂତ୍ରରେ ବାନ୍ଧି ହୋଇ କାର୍ଯ୍ୟ କରିବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୨୭।୧୦: ଦେଶବାସୀଙ୍କ ମଧ୍ୟରେ ଏକତା ରହିବା ସହିତ ସେମାନେ ଏକତା ସୂତ୍ରରେ ବାନ୍ଧି ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର...

ଏୟାରଟେଲ ଚେୟାରମ୍ୟାନ୍‌ଙ୍କ ଦରମା କମିଲା, ଏବେ ପାଇବେ ଏତିକି ଟଙ୍କା

ନୂଆଦିଲ୍ଲୀ,୨୯।୭: ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲର ଚେୟାରମ୍ୟାନ ସୁନୀଲ ଭାରତୀ ମିତ୍ତଲଙ୍କ ଦରମା ପ୍ୟାକେଜ ତିନି ପ୍ରତିଶତ ହ୍ରାସ ପାଇ ୩୦.୧୩କୋଟିରେ...

ଖବରଦାତା, ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନି

ନୂଆଦିଲ୍ଲୀ,୧୮।୧୧: ତ୍ରିପୁରା ହିଂସା ବେଳେ ସଂଖ୍ୟାଲଘୁ ସମୁଦାୟକୁ ଟାର୍ଗେଟ କରାଯାଇଥିବା ନେଇ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ଜଣେ ଖବରଦାତା ଓ ଦୁଇଜଣ ଓକିଲ ଅନୁସନ୍ଧାନ ପରେ...

Advertisement
Archives

Model This Week