ମୌଳିକ ସୁବିଧାରୁ ବଞ୍ଚିତ ନଗଡ଼ା ତୁମୁଣି ଆଦିବାସୀ

କଟକ,୨୮।୬ (କାର୍ତ୍ତିକ ସାହୁ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ନିକଟ ତୁମୁଣି ଅଞ୍ଚଳର ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା, ଶିକ୍ଷା ଓ ଜଳଯୋଗାଣ ଆଦି ମୌଳିକ ସୁବିଧା ନ ମିଳିବା ନେଇ ହାଇକୋର୍ଟରେ ପୁଣି ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ହାଇକୋର୍ଟର ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ମଙ୍ଗଳବାର ମାମଲାର ଶୁଣାଣି କରି ଯାଜପୁର ଜିଲାପାଳଙ୍କୁ ସମ୍ପୃକ୍ତ ଅଞ୍ଚଳକୁ ଯାଇ ସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏସଂକ୍ରାନ୍ତରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଗଷ୍ଟ ୨ ତାରିଖକୁ ଧାର୍ଯ୍ୟ ହୋଇଛି।
ମାମଲାର ବିବରଣୀ ଅନୁଯାୟୀ, ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ନିକଟ ଚିଙ୍ଗୁଡ଼ିପାଳ ପଞ୍ଚାୟତ ତୁମୁଣି ଅଞ୍ଚଳରେ ୨୯ଟି ପରିବାରର ପ୍ରାୟ ୨୮୦ ଜୁଆଙ୍ଗ ସମ୍ପ୍ରଦାୟର ଆଦିବାସୀ ବାସ କରନ୍ତି। ଉକ୍ତ ଗ୍ରାମରେ ସ୍ବାସ୍ଥ୍ୟସେବା, ରାଶନ ବିତରଣ କେନ୍ଦ୍ର, ସଡ଼କ ପଥ, ଶ୍ରମ କାର୍ଡ, ବିଦ୍ୟାଳୟ ଆଦି ମୌଳିକ ନାଗରିକ ସୁବିଧା ନାହିଁ। ଏପରିକି ଏହି ଲୋକମାନଙ୍କ ନିମନ୍ତେ ଉପଯୁକ୍ତ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ଏହାଦ୍ୱାରା ଅଧିକାଂଶ ଗ୍ରାମବାସୀ ସେମାନଙ୍କ ଗାଁ ଦେଇ ବହିଯାଉଥିବା ଜଳ ସ୍ରୋତ ବା ଚୁଆ ପାଣି ଉପରେ ନିର୍ଭର କରନ୍ତି। ଅପରିଷ୍କାର ଜଳରେ ଶିଶୁଠାରୁ ବୟସ୍କ ଯାଏ ଗାଧୋଇ ହୁଅନ୍ତି। ଗ୍ରୀଷ୍ମ ଋତୁରେ ଝରଣା ଶୁଖିଗଲେ ପରିସ୍ଥିତି ଅଧିକ ଖରାପ ହୁଏ। ଉପଯୁକ୍ତ ରାସ୍ତାର ଅଭାବ ହେତୁ ଗ୍ରାମବାସୀ ନିକଟସ୍ଥ ଡାକ୍ତରଖାନା, ବିଦ୍ୟାଳୟ, ଓ୍ବାନ ଷ୍ଟପ ସେଣ୍ଟର୍‌, କାର୍ଯ୍ୟସ୍ଥଳୀ ଇତ୍ୟାଦିରେ ପହଞ୍ଚତ୍ବା କଷ୍ଟକର ହୋଇପଡ଼େ। ଏହି ଗ୍ରାମର ସ୍ବାସ୍ଥ୍ୟସେବା ଅତ୍ୟନ୍ତ ଖରାପ। ଉପଯୁକ୍ତ ସ୍ବାସ୍ଥ୍ୟସେବା ଅଭାବରୁ ଅଧିକାଂଶ ଗ୍ରାମବାସୀ ଆଧୁନିକ ପଦ୍ଧତି ବଦଳରେ ସେମାନଙ୍କ ପାରମ୍ପରିକ ଚିକିତ୍ସା ପଦ୍ଧତି ଉପରେ ନିର୍ଭରଶୀଳ। କୌଣସି ମହିଳାଙ୍କ ପ୍ରସବ ଡାକ୍ତରଖାନାରେ ହୁଏ ନାହିଁ। ନିକଟତମ ସ୍ବାସ୍ଥ୍ୟକେନ୍ଦ୍ର କାଳିଆପାଣିରେ ରହିଛି ଯାହା ଉକ୍ତ ଗ୍ରାମଠାରୁ ୨୧ କିଲୋମିଟର ଦୂରରେ। ଅଧିକାଂଶ ଗ୍ରାମବାସୀଙ୍କ ଜବ୍‌ କାର୍ଡ ରହିଛି ହେଲେ ଏଗୁଡ଼ିକ ଗତ ତିନିରୁ ୪ବର୍ଷ ହେବ ଜଣେ ଠିକାଦାରଙ୍କ ନିକଟରେ ଅଛି। ଜବ୍‌କାର୍ଡଧାରୀମାନେ ତାଙ୍କୁ ଜବ୍‌କାର୍ଡ ଫେରାଇବାକୁ କହିଲେ, ତାହା ଫେରସ୍ତ ନ କରି ଓଲଟା ଧମକ ଦେଉଛନ୍ତି। ଆବେଦନକାରୀ ମଣ୍ଟୁ ଦାସ ମୌଳିକ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ସମ୍ପୃକ୍ତ ଅଞ୍ଚଳର ପ୍ରାମାଣିକ ଫଟୋଚିତ୍ର ମଧ୍ୟ ସେ ହାଇକୋର୍ଟଙ୍କ ନିକଟରେ ଅବଗତି ନିମନ୍ତେ ଉପସ୍ଥାପନ କରିଛନ୍ତି। ସେ ଏହି ମାମଲାରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ଶାସନ ସଚିବ, ଯାଜପୁର ଜିଲାପାଳ, ଯୁଗ୍ମ ଶ୍ରମ ଆୟୁକ୍ତ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ସୁକିନ୍ଦା ବିଡିଓଙ୍କ ସମେତ ୧୩ ଜଣଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଫ୍ରାଜ୍‌ ସୁହେଲ୍‌ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?