Posted inଖେଳ

କ୍ରିକେଟରୁ ବିଦାୟ ନେଲେ ୟର୍କର କିଙ୍ଗ୍‌

ନୂଆଦିଲ୍ଲୀ,୧୪।୯: ବିଶ୍ୱ କ୍ରିକେଟରେ ୟର୍କର କିଙ୍ଗ୍‌ ଭାବେ ଜଣାଶୁଣା ଲାସିଥ ମାଲିଙ୍ଗା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ଟେଷ୍ଟ(୨୦୧୧) ଓ ଦିନିକିଆ (୨୦୧୯) କ୍ୟାରିୟର ଶେଷ କରିଥିବା ଶ୍ରୀଲଙ୍କା ଷ୍ଟାର ପେସର ଦୂରେଇ ଯାଇଛନ୍ତି ଟି୨୦ କ୍ରିକେଟରୁ। ୧୭ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୫୪୬ ଉଇକେଟ ନେଇଥିଲେ ମାଲିଙ୍ଗା। ବିଶ୍ୱର ପ୍ରଥମ ବୋଲର ଭାବେ ସେ ଟି୨୦ କ୍ରିକେଟରେ ୧୦୦ ଉଇକେଟ ନେଇଥିଲେ। କ୍ରିକେଟର ଏହି ଛୋଟିଆ ଫର୍ମାଟରେ ତାଙ୍କ ନାମରେ ରହିଛି ୧୦୭ଟି ଉଇକେଟ।

ଆଜି ମୋ ପାଇଁ ସ୍ବତନ୍ତ୍ର ଦିନ। ମା ଜୋତାକୁ ଶତ ପ୍ରତିଶତ ବିଶ୍ରାମ ଦେବା ପାଇଁ ମୁଁ ନିଷ୍ପତ୍ତି ନେଇଛି। କିନ୍ତୁ କ୍ରିକେଟ ପ୍ରତି ଥିବା ଭଲ ପାଇବାକୁ କଦାପି ବିଶ୍ରାମ ଦେବି ନାହିଁ। ଟି୨୦ କ୍ୟାରିୟରରେ ମୋତେ ସମର୍ଥନ କରିଥିବା ପ୍ରତ୍ୟେକଙ୍କୁ ଧନ୍ୟବାଦ୍‌। ଏବେ ଯୁବ କ୍ରିକେଟରଙ୍କ ସହ ମୋ ଅଭିଜ୍ଞତା ବାଣ୍ଟିବାକୁ ଚାହୁଁଛି ବୋଲି ମଲିଙ୍ଗା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ମାଲିଙ୍ଗାଙ୍କୁ ରିଲିଜ କରିବା ପରେ ସେ ଫ୍ରାଞ୍ଚାଇଜ କ୍ରିକେଟରୁ ଦୂରେଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

ଚମତ୍କାର ରେକର୍ଡ କଲେ ତିଲକ ବର୍ମା: ଟି-୨୦ କ୍ରିକେଟ୍‌ରେ ପ୍ରଥମଥର କଲେ ଏମିତି କମାଲ

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଲକ ବର୍ମାଙ୍କ ବ୍ୟାଟ ପୁଣିଥରେ ଗର୍ଜିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ସେ ମାତ୍ର ୧୮ଟି…

ଦୁର୍ଭାଗ୍ୟଶାଳୀ ସଞ୍ଜୁ ସାମସନ: ପ୍ରଥମଥର ପାଇଁ ଜଣେ ଖେଳାଳି ଭାବେ ସାମ୍ନା କଲେ ଏମିତି ଅବସ୍ଥା

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଚମତ୍କାର ବ୍ୟାଟିଂ କରି ୪୧ଟି ବଲରୁ ୮୨ ରନ ସଂଗ୍ରହ କରିଥିଲେ। ୯ଟି ଚୌକା ଓ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?