ଯୋଗ ରଖେ ଫିଟ୍‌

ବର୍ତ୍ତମାନର ପରିବର୍ତ୍ତିତ ଲାଇଫ୍‌ଷ୍ଟାଇଲ୍‌ ବିଭିନ୍ନ ପ୍ରକାର ରୋଗର କାରଣ ସାଜୁଛି। ଯଦି ଆପଣ ବି ଏଭଳି କିଛି ସମସ୍ୟାକୁ ନେଇ ଚିନ୍ତିତ, ତେବେ ଏହାକୁ ଦୂର କରିବା ଲାଗି ପ୍ରତିଦିନ କିଛି ସମୟ ଯୋଗ କରିବା ଆପଣଙ୍କ ଲାଗି ହୋଇପାରେ ବେଶ୍‌ ଉପକାରୀ …

ପାଠପଢ଼ା, ଜବ୍‌ ଆଦିକୁ ନେଇ ବର୍ତ୍ତମାନ ଅନେକ ଯୁବତୀଯୁବକ ମାନସିକ ଚାପରେ ରହୁଥିବା ଦେଖିବାକୁ ମିଳୁଛି। ଏମିତିରେ ମାନସିକ ଚାପ ଦୂର କରି ସ୍ମରଣଶକ୍ତି ଏବଂ ଏକାଗ୍ରତା ବୃଦ୍ଧି କରିବାରେ ଯୋଗ, ଧ୍ୟାନ ଓ ପ୍ରାଣାୟମ ଖୁବ୍‌ ଲାଭଦାୟକ ହୋଇଥାଏ। ଏହାଦ୍ୱାରା କାର୍ଯ୍ୟଦକ୍ଷତା ମଧ୍ୟ ବଢ଼ିଥାଏ। କେବଳ ଏତିକି ନୁହେଁ, ଏହା ଦ୍ୱାରା କ୍ଷରଣ ହେଉଥିବା ହର୍‌ମୋନ ଶରୀରକୁ ଊର୍ଜା ପ୍ରଦାନ କରିବା ସହ ଶରୀରକୁ ଫୂର୍ତ୍ତି ରଖିଥାଏ।
ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ କରାଇବାରେ ଯୋଗ ଏବଂ ପ୍ରାଣାୟମ ଖୁବ୍‌ ଭଲ। ଜନଶୂନ୍ୟ ସ୍ଥାନରେ ଖୋଲା ପବନରେ ଯୋଗ କଲେ ଅଧିକ ଅମ୍ଳଜାନ ଶରୀରକୁ ଯାଏ ଏବଂ ତାହା ରକ୍ତରେ ମିଶି ଶରୀରର ପ୍ରତିଟି ଅଂଶକୁ ପହଞ୍ଚତ୍ ରିଲାକ୍ସ କରିଥାଏ। ଫଳରେ ହୃତ୍‌ପିଣ୍ଡ, ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କ ସୁସ୍ଥ ରଖିଥାଏ। ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିବାରେ ସାହାଯ୍ୟ କରିଥାଏ।
ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କଠାରେ ଦେଖିବାକୁ ମିଳୁଥିବା ମେଦବହୁଳତା ସମସ୍ୟା ଦୂର କରି ଓଜନ ନିୟନ୍ତ୍ରିତ ସ୍ତରରେ ରଖିବାରେ ଏହା ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, ବର୍ତ୍ତମାନ ମୋବାଇଲ୍‌ କମ୍ପ୍ୟୁଟର ଆଦି ବ୍ୟବହାର କରୁଥିବା ଅଧିକାଂଶ ଯୁବପିଢ଼ି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହୁଥିବାରୁ ଅଣ୍ଟା, ବେକ, ପିଠି ଆଦି ସ୍ଥାନରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଏହାକୁ ମଧ୍ୟ ଦୂର କରିବାରେ ଯୋଗ ବେଶ୍‌ ଉପକାରୀ।
ଯେଉଁମାନଙ୍କଠାରେ ବ୍ଲ୍ଳଡ୍‌ପ୍ରେସର, ଡାଇବେଟିସ୍‌, ଡିପ୍ରେଶନ୍‌, ଶ୍ୱାସ ଭଳି ସମସ୍ୟା ରହିଛି, ସେମାନେ ଅନ୍ତତଃପକ୍ଷେ ଦିନକୁ ଥରେ ପ୍ରାଣାୟମ ଏବଂ କିଛି ସମୟ ଯୋଗ କରିବା ଦ୍ୱାରା ଏଭଳି ରୋଗଠୁ ଦୂରେଇ ରହିବାରେ ସହାୟକ ହେବ।
ଯୋଗ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ମାତ୍ରାରେ ଅମ୍ଳଜାନ ମିଳୁଥିବାରୁ ପାଚନକ୍ରିୟା ଠିକ୍‌ ଭାବେ ହୋଇଥାଏ; ଯାହାକି ବଦହଜମି, ଗ୍ୟାସ୍‌, ଏସିଡିଟି ଭଳି ସମସ୍ୟା ଦୂର କରିଥାଏ।
ଏହାଦ୍ୱାରା କେଶ ଝଡ଼ିବା କମ୍‌ ହୋଇ ଅଧିକ ଘନ ଓ ସୁନ୍ଦର ଲାଗିଥାଏ। କେବଳ ଏତିକି ନୁହେଁ, ତ୍ୱଚା ମଧ୍ୟ ଅଧିକ ସୁନ୍ଦର ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri