ଯୋଗ ରଖେ ଫିଟ୍‌

ବର୍ତ୍ତମାନର ପରିବର୍ତ୍ତିତ ଲାଇଫ୍‌ଷ୍ଟାଇଲ୍‌ ବିଭିନ୍ନ ପ୍ରକାର ରୋଗର କାରଣ ସାଜୁଛି। ଯଦି ଆପଣ ବି ଏଭଳି କିଛି ସମସ୍ୟାକୁ ନେଇ ଚିନ୍ତିତ, ତେବେ ଏହାକୁ ଦୂର କରିବା ଲାଗି ପ୍ରତିଦିନ କିଛି ସମୟ ଯୋଗ କରିବା ଆପଣଙ୍କ ଲାଗି ହୋଇପାରେ ବେଶ୍‌ ଉପକାରୀ …

ପାଠପଢ଼ା, ଜବ୍‌ ଆଦିକୁ ନେଇ ବର୍ତ୍ତମାନ ଅନେକ ଯୁବତୀଯୁବକ ମାନସିକ ଚାପରେ ରହୁଥିବା ଦେଖିବାକୁ ମିଳୁଛି। ଏମିତିରେ ମାନସିକ ଚାପ ଦୂର କରି ସ୍ମରଣଶକ୍ତି ଏବଂ ଏକାଗ୍ରତା ବୃଦ୍ଧି କରିବାରେ ଯୋଗ, ଧ୍ୟାନ ଓ ପ୍ରାଣାୟମ ଖୁବ୍‌ ଲାଭଦାୟକ ହୋଇଥାଏ। ଏହାଦ୍ୱାରା କାର୍ଯ୍ୟଦକ୍ଷତା ମଧ୍ୟ ବଢ଼ିଥାଏ। କେବଳ ଏତିକି ନୁହେଁ, ଏହା ଦ୍ୱାରା କ୍ଷରଣ ହେଉଥିବା ହର୍‌ମୋନ ଶରୀରକୁ ଊର୍ଜା ପ୍ରଦାନ କରିବା ସହ ଶରୀରକୁ ଫୂର୍ତ୍ତି ରଖିଥାଏ।
ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ କରାଇବାରେ ଯୋଗ ଏବଂ ପ୍ରାଣାୟମ ଖୁବ୍‌ ଭଲ। ଜନଶୂନ୍ୟ ସ୍ଥାନରେ ଖୋଲା ପବନରେ ଯୋଗ କଲେ ଅଧିକ ଅମ୍ଳଜାନ ଶରୀରକୁ ଯାଏ ଏବଂ ତାହା ରକ୍ତରେ ମିଶି ଶରୀରର ପ୍ରତିଟି ଅଂଶକୁ ପହଞ୍ଚତ୍ ରିଲାକ୍ସ କରିଥାଏ। ଫଳରେ ହୃତ୍‌ପିଣ୍ଡ, ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କ ସୁସ୍ଥ ରଖିଥାଏ। ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିବାରେ ସାହାଯ୍ୟ କରିଥାଏ।
ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କଠାରେ ଦେଖିବାକୁ ମିଳୁଥିବା ମେଦବହୁଳତା ସମସ୍ୟା ଦୂର କରି ଓଜନ ନିୟନ୍ତ୍ରିତ ସ୍ତରରେ ରଖିବାରେ ଏହା ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, ବର୍ତ୍ତମାନ ମୋବାଇଲ୍‌ କମ୍ପ୍ୟୁଟର ଆଦି ବ୍ୟବହାର କରୁଥିବା ଅଧିକାଂଶ ଯୁବପିଢ଼ି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହୁଥିବାରୁ ଅଣ୍ଟା, ବେକ, ପିଠି ଆଦି ସ୍ଥାନରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଏହାକୁ ମଧ୍ୟ ଦୂର କରିବାରେ ଯୋଗ ବେଶ୍‌ ଉପକାରୀ।
ଯେଉଁମାନଙ୍କଠାରେ ବ୍ଲ୍ଳଡ୍‌ପ୍ରେସର, ଡାଇବେଟିସ୍‌, ଡିପ୍ରେଶନ୍‌, ଶ୍ୱାସ ଭଳି ସମସ୍ୟା ରହିଛି, ସେମାନେ ଅନ୍ତତଃପକ୍ଷେ ଦିନକୁ ଥରେ ପ୍ରାଣାୟମ ଏବଂ କିଛି ସମୟ ଯୋଗ କରିବା ଦ୍ୱାରା ଏଭଳି ରୋଗଠୁ ଦୂରେଇ ରହିବାରେ ସହାୟକ ହେବ।
ଯୋଗ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ମାତ୍ରାରେ ଅମ୍ଳଜାନ ମିଳୁଥିବାରୁ ପାଚନକ୍ରିୟା ଠିକ୍‌ ଭାବେ ହୋଇଥାଏ; ଯାହାକି ବଦହଜମି, ଗ୍ୟାସ୍‌, ଏସିଡିଟି ଭଳି ସମସ୍ୟା ଦୂର କରିଥାଏ।
ଏହାଦ୍ୱାରା କେଶ ଝଡ଼ିବା କମ୍‌ ହୋଇ ଅଧିକ ଘନ ଓ ସୁନ୍ଦର ଲାଗିଥାଏ। କେବଳ ଏତିକି ନୁହେଁ, ତ୍ୱଚା ମଧ୍ୟ ଅଧିକ ସୁନ୍ଦର ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?