ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଠିକ୍‌ ସେହିପରି ବିଭିନ୍ନ ଯୋଗ ଅଭ୍ୟାସ ଶାରୀରିକ ରୋଗ ସହିତ ଅନେକ ମାନସିକ ସମସ୍ୟାକୁ ମଧ୍ୟ ଠିକ୍‌ କରିବାରେ ସାହାଯ୍ୟ କରିଥାଏ। ଅନେକ ଦଶନ୍ଧି ଧରି ଲୋକମାନେ ବିଭିନ୍ନ ଯୋଗ ଅଭ୍ୟାସ କରି ଆସୁଛନ୍ତି। ମାତ୍ର ଗତ କିଛି ବର୍ଷ ମଧ୍ୟରେ ଯୋଗ ଲୋକମାନଙ୍କ ମଧ୍ୟରେ ବେଶ୍‌ ଆଦୃତ ହୋଇଛି।
ଯୋଗ ବ୍ୟକ୍ତିର ଉଭୟ ଶାରୀରିକ ଓ ମାନସିକ ସ୍ଥିରତା ବଢ଼ାଇବାରେ ସାହାଯ୍ୟ କରାଇଥାଏ। ବର୍ତ୍ତମାନର ଆଧୁନିକ ଚିକିତ୍ସା ଯୁଗରେ ଯୋଗର ଅନେକ ଗୁରୁତ୍ୱ ରହିଛି। ଏହାର ବିଭିନ୍ନ କାରଣ ମଧ୍ୟ ରହିଛି। ଗତ କିଛି ବର୍ଷ ମଧ୍ୟରେ ଆମମାନଙ୍କର ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ଯଦିଓ ବର୍ତ୍ତମାନର ଆଧୁନିକ ସମାଜରେ ଜୀବନଶୈଳୀ ଦ୍ରୁତ ହୋଇଛି, କିନ୍ତୁ ଆମମାନଙ୍କର ଶାରୀରିକ ପରିଶ୍ରମ କମିଛି। ଲୋକମାନଙ୍କର ସାମାଜିକ ସ୍ତରରେ ମିଳାମିଶା କମିଛି। ଭାରତୀୟ ସମାଜରେ ଯୌଥ ପରିବାରର ଚଳଣି କମିଛି। ଛୋଟ ପରିବାର ଯୋଗୁ ଲୋକମାନେ ନିଜ ମନର ଭାବନା ଅନ୍ୟମାନଙ୍କ ସହିତ ଆଦାନ ପ୍ରଦାନ କରିପାରୁନାହାନ୍ତି। ମନୁଷ୍ୟ ଏକ ସାମାଜିକ ପ୍ରାଣୀ ହେଲେ ମଧ୍ୟ ବର୍ତ୍ତମାନ ସେ ପୂର୍ବ ପରି ସାମାଜିକ ସ୍ତରରେ ସେଭଳି ମିଳାମିଶା କରି ପାରୁ ନାହିଁ। ସ୍ମାର୍ଟ ଫୋନ୍‌, କମ୍ପ୍ୟୁଟର ଓ ସୋସିଆଲ ମିଡିଆରେ ବ୍ୟକ୍ତି ବେଶି ବ୍ୟସ୍ତ ରହୁଛି, ଯାହାଫଳରେ ଆଜିକାଲି ମାନସିକ ଚାପ, ଅନିଦ୍ରା ଓ ବିଭିନ୍ନ ମାନସିକ ସମସ୍ୟା ବୃଦ୍ଧି ପାଉଛି।
ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି ଯେ, ଯୋଗ ଅଭ୍ୟାସ ଦ୍ୱାରା ଅନେକ ପ୍ରକାରର ମାନସିକ ସମସ୍ୟାର ଚିକିତ୍ସାରେ ଅନେକ ସୁଫଳ ମିଳୁଛି। ନିୟମିତ ଯୋଗ ଦ୍ୱାରା ମାନସିକ ଚାପ ଅନେକ ପରିମାଣରେ ହ୍ରାସ ପାଉଛି। ଯୋଗ କରିବା ଦ୍ୱାରା ଆମ ଶରୀରରେ ଷ୍ଟ୍ରେସ ହରମୋନର ମାତ୍ରା କମୁଛି ଓ ଆମ ମସ୍ତିଷ୍କ ପାଇଁ କେତେକ ଉପାଦେୟ ରାସାୟନିକ ପଦାର୍ଥ (ଏଣ୍ଡରଫିନ)ର ମାତ୍ରା ବୃଦ୍ଧି ପାଉଛି। ଯାହାଦ୍ୱାରା ଆମର ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆସୁଛି। ଆମ ମନର କେତେକ ସମସ୍ୟା ଯଥା ଅବସାଦ (ଡିପ୍ରେସନ), ମାନସିକ ଉଦ୍‌ବେଗ (ଆଙ୍ଗଜାଇଟି) ରୋଗର ଲକ୍ଷଣ କମୁଛି। ନିୟମିତ ଯୋଗ କରିବା ଦ୍ୱାରା ମନ ସ୍ଥିର ଓ ଶାନ୍ତ ହେବା ସହ ମାନସିକ ଉତ୍ତେଜନା କମିଥାଏ। ଛୋଟ ପିଲାଙ୍କଠାରୁ ଆରମ୍ଭକରି ବୟସ୍କ ଲୋକମାନେ ନିୟମିତ ଯୋଗ କଲେ ସେମାନଙ୍କର ମନର ଏକାଗ୍ରତା ବଢ଼ିଥାଏ, ଯାହାଦ୍ୱାରା ସେମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ଏଥିସହିତ ଯୋଗାଭ୍ୟାସ ଯୋଗୁ ନିଜ ମନ ଉପରେ ନିୟନ୍ତ୍ରଣ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ। କିଛି ଗବେଷଣାରୁ ଜଣାପଡିଛି, ଯେଉଁ ବ୍ୟକ୍ତିମାନେ ବିଭିନ୍ନ ନିଶାଦ୍ରବ୍ୟ ସେବନ କରୁଛନ୍ତି, ସେମାନେ ଚିକିତ୍ସା ସହିତ ଯଦି ଯୋଗାଭ୍ୟାସ କରନ୍ତି ତେବେ ସେମାନଙ୍କର ନିଶାଦ୍ରବ୍ୟ ସେବନର ମାତ୍ରା ଅନେକ ପରିମାଣରେ କମି ଯାଇଥାଏ। ବିଭିନ୍ନ ଦୀର୍ଘ ସ୍ଥାୟୀ ମାନସିକ ରୋଗ ମୁଖ୍ୟତଃ ସିଜୋଫ୍ରେନିଆ ରୋଗ ଦ୍ୱାରା ଆକ୍ରାନ୍ତ ରୋଗୀମାନେ ଠିକ୍‌ ଚିକିତ୍ସା ସହିତ ନିୟମିତ ଯୋଗାଭ୍ୟାସ କଲେ ସେମାନଙ୍କର ଜୀବନଶୈଳୀରେ ଅନେକ ଉନ୍ନତି ଆସୁଛି। ବିଭିନ୍ନ ନିଦ୍ରା ଜନିତ ସମସ୍ୟା ଯଥା ଅନିଦ୍ରା ରୋଗ ଶାରୀରିକ ବ୍ୟାୟାମ ସହିତ ଯୋଗ ଅଭ୍ୟାସ ଦ୍ୱାରା ଅନେକ ମାତ୍ରାରେ ଭଲ ହୋଇ ପାରୁଛି। ଅନେକ ବୟସ୍କ ଲୋକ ଯେଉଁମାନେ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସା ଗ୍ରହଣ କରୁଛନ୍ତି, ସେମାନେ ଯେତେବେଳେ ନିଜର ଶାରୀରିକ ଅକ୍ଷମତା କାରଣରୁ ବ୍ୟାୟାମ କରି ପାରୁ ନାହାନ୍ତି ସେତେବେଳେ ସେମାନେ ଘରେ ବସି ଯୋଗ କରିବା ଦ୍ୱାରା ଅନେକ ଉପକୃତ ହେଉଛନ୍ତି।

ଡା. ସତ୍ୟକାମ ମହାପାତ୍ର

-ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ : ୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri