Posted inଖେଳ

ଟିମ ଇଣ୍ଡିଆ ପାଇଁ ଏହି ବର୍ଷ ସର୍ବାଧିକ ଉଇକେଟ୍‌ ନେଇଛନ୍ତି ଜାଡେଜା, ଶ୍ରେଷ୍ଠ ୩ରେ କିଏ କିଏ ସାମିଲ ଜାଣନ୍ତୁ …

ନୂଆଦିଲ୍ଲୀ,୨୯।୧୨: ଟିମ ଇଣ୍ଡିଆ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରବିନ୍ଦ୍ର ଜାଡେଜା ଭଲ ପ୍ରଦର୍ଶନ କରିଛନ୍ତି। ଜାଡେଜା ବୋଲିଂ କରିବା ସହ ବ୍ୟାଟିଂରେ ମଧ୍ୟ ଅବଦାନ ରହିଛି। ୨୦୨୩ ବର୍ଷ ତାଙ୍କ ପାଇଁ ବହୁତ ଭଲ ଥିଲା । ୨୦୨୩ରେ ଜାଡେଜା ଭାରତ ପାଇଁ ସର୍ବାଧିକ ଉଇକେଟ୍‌ ନେଇଛନ୍ତି। ସେ ୬୬ ଉଇକେଟ୍‌ ନେଇଛନ୍ତି। ଚଳିତ ବର୍ଷ ଭାରତ ପାଇଁ ସର୍ବାଧିକ ଉଇକେଟ୍‌ ନେଇଥିବା ଶ୍ରେଷ୍ଠ ବୋଲରଙ୍କ ତାଲିକାରେ ଦୁଇଜଣ ସ୍ପିନର ଏବଂ ଜଣେ ଦ୍ରୁତ ବୋଲର ଅଛନ୍ତି। ଦ୍ରୁତ ବୋଲର ତାଲିକାରେ ମହମ୍ମଦ ସିରାଜ ଶୀର୍ଷରେ ରହିଛନ୍ତି।

୨୦୨୩ରେ ଜାଡେଜା ଭାରତ ପାଇଁ ସର୍ବାଧିକ ଉଇକେଟ୍‌ ନେଇଛନ୍ତି। ସେ ୩୫ ଟି ମ୍ୟାଚରେ ୬୬ ଉଇକେଟ୍‌ ନେଇ ସଫଳତା ହାସଲ କରିଛନ୍ତି। ଏକ ଇନିଂସରେ ସେ ୪୨ ରନ ଦେଇ ୭ ଉଇକେଟ୍‌ ନେଇଥିଲେ। ଜାଡେଜା ଟେଷ୍ଟରେ ଦିନିକିଆ ଫର୍ମାଟରେ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଛନ୍ତି। କୁଳଦୀପ ଯାଦବ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୩୯ ଟି ମ୍ୟାଚରେ କୁଳଦୀପ ୬୩ ଉଇକେଟ୍‌ ନେଇଛନ୍ତି। ଗୋଟିଏ ମ୍ୟାଚରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ୧୭ ରନ ଦେଇ ୫ ଉଇକେଟ୍‌ ନେଇଥିଲେ।

ଚଳିତ ବର୍ଷ ଟିମ ଇଣ୍ଡିଆ ପାଇଁ ଅଧିକାଂଶ ଉଇକେଟ୍‌ ନେଇଥିବା ଦୃଷ୍ଟିରୁ ମହମ୍ମଦ ସିରାଜ ଦ୍ରୁତ ବୋଲର ତାଲିକାରେ ଶୀର୍ଷରେ ଅଛନ୍ତି। ୩୪ଟି ମ୍ୟାଚରେ ସିରାଜ ୬୦ ଉଇକେଟ୍‌ ନେଇଛନ୍ତି। ଏଥିସହିତ ମହମ୍ମଦ ଶାମି ଚତୁର୍ଥ ନମ୍ବରରେ ରହିଛନ୍ତି।

କହିବାକୁ ଗଲେ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଜଲଓ୍ବା ରହିଥିଲା। ସେ ୭ ଟି ମ୍ୟାଚରେ ୪୧ ଉଇକେଟ୍‌ ନେଇଥିଲେ। ଦିନିକିଆରେ କୁଳଦୀପ ଶୀର୍ଷରେ ଅଛନ୍ତି। ସେ ୩୦ଟି ମ୍ୟାଚରେ ୪୯ ଉଇକେଟ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?