ଧର୍ମପଦ ପୁରସ୍କାର ଗ୍ରହଣ କଲେ ଯତୀନ ଦାସ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ଖ୍ୟାତନାମା ଚିତ୍ରଶିଳ୍ପୀ ଯତୀନ ଦାସଙ୍କୁ ଏକଡ଼େମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପ୍ରଦାନ କରାଯାଇଛି। ୨୦୧୩ ମସିହା ଲାଗି ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତ ଅଗଷ୍ଟ ୧୦ରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଧର୍ମପଦ ପୁରସ୍କାର ପ୍ରଦାନ କରିଥିଲେ। କୋଭିଡ୍‌ ସଂକ୍ରମଣ ଯୋଗୁ ଏଥର କୌଣସି ଉତ୍ସବର ଆୟୋଜନ କରା ନ ଯାଇ ଶିଳ୍ପୀଙ୍କୁ ସେମାନଙ୍କ ବାସଭବନରେ ପୁରସ୍କାର ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଯତୀନ ଦାସ ନୂଆଦିଲ୍ଲୀରେ ଥିବାରୁ ସେ ପୁରସ୍କାର ଗ୍ରହଣ କରିପାରି ନ ଥିଲେ। ବୁଧବାର ଏକାଡ଼େମୀ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ଦିଲ୍ଲୀ ଗସ୍ତ କରି ତାଙ୍କୁ ପୁରସ୍କୁତ କରିଛନ୍ତି। ଜାତୀୟ କଳା ସଂଗ୍ରହାଳୟର ମହାନିର୍ଦ୍ଦେଶକ ଅଦ୍ୱୈତ ପ୍ରସାଦ ଗଡ଼ନାୟକ, ସ୍ଥାପତ୍ୟ ଶିଳ୍ପୀ ନିବେଦିତା ଗଡ଼ନାୟକ ଏହି ଅବସରରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର, ସୋମବାର ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ବଙ୍ଗୋପସାଗରରେ ଲଗାତର ସୃଷ୍ଟି ହେଉଥିବା ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ଲାଗିରହିଛି। ତେବେ ରବିବାର ଏବଂ ସୋମବାର ରାଜ୍ୟର କିଛି ଜିଲାରେ ପ୍ରବଳରୁ...

କଟକରେ ଦୈନିକ ୩ ଘଣ୍ଟା ଖୋଲିବ କୋର୍ଟ

କଟକ ଅଫିସ,୩ା୮: କଟକ ଜିଲାରେ ଲକ୍‌ଡାଉନ ଜାରି ରହିଥିବା ବେଳେ ପୂର୍ବ ଅପେକ୍ଷା କେତେକ କଟକଣା କୋହଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲାରେ କୋର୍ଟଗୁଡ଼ିକ କାର୍ଯ୍ୟ...

ପୂର୍ବତନ ବିଧାୟକ ଅନାମଙ୍କୁ ଜାମିନ

କଟକ ଅଫିସ, ୨୬।୨: ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ବୁଧବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏଥିସହ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ...

CORONAVIRUS UPDATE: ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ହେଲା ୧୭୬

ଭୁବନେଶ୍ୱର,୫।୫:(ବ୍ୟୁରୋ)- ମଙ୍ଗଳବାର ରାତିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି। ପଜିଟିଭ୍ ଚିହ୍ନଟ...

ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଉପରେ ନାହିଁ ଭରସା

ବାଲେଶ୍ୱର ଅଫିସ,୧୨ ।୩ ବାଲେଶ୍ୱର ପୌରପାଳିକାରେ ଆସନ୍ତା ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଘର ଘର ବୁଲି...

ସୀମାନ୍ତରେ ଗୁଳି ବିନିମୟ:୨ ମାଓବାଦୀ ନିହତ, ଜଣେ ଗିରଫ

ମାଲକାନଗିରି,୧୪ା୭ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି।...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮ଜଣ ପିଲା ଅଛନ୍ତି। ସେହିପରି କ୍ୱାରାଣ୍ଟାଇନ୍‌ରୁ ୮୬...

ସ୍ବେଚ୍ଛାସେବୀଙ୍କ ବନୀକରଣ ସଚେତନତାର ପ୍ରଶଂସା: ସିଡ୍‌ବଲ୍‌ରେ ‘ଧରିତ୍ରୀ’ ଲେଖି ସଜାଇଲେ

ପୁରୁଣା ଭୁବନେଶ୍ୱର,୧୯।୯ (ଡି.ଏନ.ଏ.): ବନୀକରଣ ପାଇଁ ଦୈନିକ ଖବରକାଗଜ ‘ଧରିତ୍ରୀ’ ସଚେତନତା ଓ ଉତ୍ସାହ ସୃଷ୍ଟି କରୁଥିବା ଦର୍ଶାଇ ନିଆରା ଢଙ୍ଗରେ ସମ୍ମାନ ଜଣାଇଛନ୍ତି ବହୁ...

Advertisement
Archives

Model This Week