Odisha Elections 2024
Posted inଖେଳ

ଯଶସ୍ବୀ ଜୟସ୍ବାଲଙ୍କ ଅର୍ଦ୍ଧଶତକ

ଜୟପୁର,୨୮ା୪: ଓପନର ଯଶସ୍ବୀ ଜୟସ୍ବାଲଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ହରାଇ ୨୦୨ ରନ୍‌ ସଂଗ୍ରହ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଜୟସ୍ବାଲ ଦ୍ରୁତ ୭୭ କରିଥିବା ବେଳେ ଶେଷ ଆଡକୁ ଧ୍ରୁବ ଜୁରେଲ ୩୪ ଓ ଦେବଦତ୍ତ ପଡିକଲ ୨୪* ଦ୍ରୁତ ବ୍ୟାଟିଂ କରିବା ଫଳରେ ରାଜସ୍ଥାନ ୨୦୦ ରନ୍‌ ପାର କରିଥିଲା।
ରାଜସ୍ଥାନର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଦୁଇ ଓପନର ଯଶସ୍ବୀ ଜୟସ୍ବାଲ ଓ ଜୋସ ବଟଲର ପ୍ରଥମ ଉଇକେଟରେ ୮୬ ରନ୍‌ ଯୋଡିଥିଲେ। ୨୧ ବଲ ଖେଳି ୨୭ ରନ୍‌ କରିଥିବା ବଟଲରଙ୍କୁ ଆଉଟ କରି ରବୀନ୍ଦ୍ର ଜାଡେଜା ଚେନ୍ନାଇକୁ ପ୍ରଥମ ସଫଳତା ପ୍ରଦାନ କରିଥିଲେ। ପରେ ଜୟସ୍ବାଲଙ୍କ ସହିତ କ୍ରିଜ୍‌ରେ ଯୋଗ ଦେଇଥିଲେ ସାମସନ୍‌। ବଲ୍‌ ପିଛା ରନ୍‌ କରିଥିବା ସାମସନ୍‌ ମ୍ୟାଚ୍‌ର ୧୩ ତମ ଓଭରରେ ଆଉଟ ହୋଇଥିଲେ। ସମାନ ଓଭରରେ ତୁଷାର ଦେଶପାଣ୍ଡେ ଟପ୍‌ ସ୍କୋରର ଜୟସ୍ବାଲଙ୍କୁ ଆଉଟ କରିବାରୁ ରାଜସ୍ଥାନର ରନ୍‌ ହାର ଧୀମେଇ ଯାଇଥିଲା। ଜୟସ୍ବାଲ ୪୩ ବଲ୍‌ ଖେଳି ୮ ଚୌକା ଓ ୪ ଛକା ମାରିଥିଲେ। ଜୟସ୍ବାଲ ଏହା ସହିତ ଚଳିତ ସଂସ୍କରଣରେ ନିଜର ୩୦୦ ରନ୍‌ ପୂରଣ କରିଛନ୍ତି। ଜୟସ୍ବାଲ ଆଉଟ ହେବା ପରେ ନିର୍ଭରଯୋଗ୍ୟ ସିମରନ୍‌ ହେଟମେୟର (୮) ରନ୍‌ କରି ଆଉଟ ହେବାରୁ ରାଜସ୍ଥାନ ସଙ୍କଟରେ ପଡିଥିଲା। ତେବେ ଧ୍ରୁବ୍‌ ଜୁରେଲ୍‌ ୧୫ ବଲ୍‌ରୁ ୩୪ ଓ ଦେବଦତ୍ତ ପଡିକଲ୍‌ ୧୩ ବଲ୍‌ରୁ ଅପରାଜିତ ୨୭ ରନ୍‌ କରିଥିଲେ। ଜୁରେଲଙ୍କ ଇନିଂସରେ ୩ ଚୌକା ଓ ୨ ଛକା ସାମିଲ ଥିବା ବେଳେ ପଡିକଲ୍‌ ୪ ଚୌକା ମାରି ଦଳୀୟ ସ୍କୋର ୨୦୦ ପାର କରିଥିଲେ। ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ୨ ଉଇକେଟ ନେଇଥିବା ବେଳେ ମହୀଷ ଥିକ୍‌ସାନା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୨୦୨/୫(ଯଶସ୍ବୀ ଜୟସ୍ବାଲ-୭୭, ଧ୍ରୁବ୍‌ ଜୁରେଲ-୩୪, ଦେବଦତ୍ତ ପଡିକଲ୍‌-୨୭*, ତୁଷାର ଦେଶପାଣ୍ଡେ-୨/୪୨, ମହୀଷ ଥିକ୍‌ସାନା-୧/୨୪, ରବୀନ୍ଦ୍ର ଜାଡେଜା-୧/୩୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେଙ୍ଗାଲୁରୁକୁ ଜିତିଲା ଧୋନୀଙ୍କ ଛକା, ଦୀନେଶ କାର୍ତ୍ତିକ କଲେ ବଡ଼ ଖୁଲାସା

ବେଙ୍ଗାଲୁରୁ,୧୯।୫: ଶନିବାର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ବିଜୟ ହାସଲ କରି...

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri