Posted inଖେଳ

ଦ୍ୱିଶତକ ପରେ କାହାକୁ ‘ଫ୍ଲାଇଙ୍ଗ୍‌ କିସ୍‌’ ଦେଇଥିଲେ ଜୟସ୍ବାଲ: ନିଜେ କଲେ ଖୁଲାସା

ବିଶାଖାପାଟନମ୍‌,୪।୨: ପାଞ୍ଚ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଯଶସ୍ବ ଜୟସ୍ବାଲ ଭାରତ ପାଇଁ ଦ୍ୱିଶତକ ଅର୍ଜନ କରିଛନ୍ତି। ବିଶାଖାପାଟନମରେ ସେ ପ୍ରଥମ ଇନିଂସରେ ୨୦୯ ରନ ସଂଗ୍ରହ କରିଥିଲେ। ଜୟସ୍ବାଲ ଏହି ଦ୍ୱିଶତକ ପରେ ପଡ଼ିଆରେ ଏକ ଆକର୍ଷଣୀୟ ଢଙ୍ଗରେ ସେଲିବ୍ରେଶନ କରିଥିଲେ। ସେ ଦୁଇ ହାତକୁ ଚୁମ୍ବନ ଦେଇ ଖୁସି ବ୍ୟକ୍ତ କରିଥିଲେ। ମ୍ୟାଚ ପରେ ଜୟସ୍ବାଲ ତାଙ୍କ ଇନିଂସକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ପଡିଆରୁ ସେ କାହା ପାଇଁ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି ସେ ତାହାର ଖୁଲାସା କରିଛନ୍ତି।
ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ଏକ ଭିଡିଓ ଶେୟାର କରିଛି। ଆରମ୍ଭରେ ଜୟସ୍ବାଲ ଏକ ଫଟୋ ସୁଟ କରିଥିବାର ନଜର ଆସିଛନ୍ତି। ଏହି ସମୟରେ ସେ ପଡ଼ିଆରେ ଘଟିଥିବା କାର୍ଯ୍ୟକୁ ପୁନରାବୃତ୍ତି କରୁଥିବା ଦେଖାଯାଏ। ଦ୍ୱିଶତକ ଉପରେ ମଧ୍ୟ ସେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜୟସ୍ବାଲ କହିଛନ୍ତି, ମୁଁ ପ୍ରତ୍ୟେକ ବଲକୁ ଉପଭୋଗ କରିଥିଲି। କିପରି ବ୍ୟାଖ୍ୟା କରିବି, ମୋର ପାଖେ ଶବ୍ଦ ନାହିଁ। ମୁଁ ଏହି ଇନିଂସକୁ ଉପଭୋଗ କଲି ଏବଂ ବହୁତ ଖୁସି ଅଟେ। ମୁଁ ମୋର ପ୍ରଶଂସକମାନଙ୍କ ପାଇଁ ଚୁମ୍ବନ ଦେଇଥିଲି(ପଡ଼ିଆରେ ହାତକୁ ଚୁମ୍ବନ ଦେଇଥିଲେ)।
ସୂଚନାଯୋଗ୍ୟ ଯେ ବିଶାଖାପାଟନମ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ ଇଣ୍ଡିଆ ୩୯୬ ରନ ସଂଗ୍ରହ କରିଥିଲା। ଭାରତର ପ୍ରଥମ ଇନିଂସରେ ଜୟଶ୍ୱାଲ ୨୯୦ ବଲ ସମ୍ମୁଖୀନ ହୋଇ ୨୦୯ ରନ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ୧୯ ଚୌକା ଓ ୭ ଛକା ସାମିଲ ଥିଲା। ଜୟସ୍ବାଲଙ୍କ ବ୍ୟତୀତ କୌଣସି ଖେଳାଳି ବିଶେଷ କିଛି କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri