Posted inଖେଳ

ପଦାର୍ପଣ ରଣଜୀ ମ୍ୟାଚ୍‌ରେ ଇତିହାସ ରଚିଲେ ଧୂଲ

ନୂଆଦିଲ୍ଲୀ,୨୦।୨: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଅଧିନାୟକ ୟଶ ଧୂଲ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଛନ୍ତି। ୧୮ ମାସ ମଧ୍ୟରେ ଜାତୀୟ ଦଳ ପାଇଁ ଖେଳିବାକୁ ଲକ୍ଷ୍ୟ ରଖିଥିବା ଧୂଲ ପଦାର୍ପଣ ରଣଜୀ ମ୍ୟାଚ୍‌ରେ ସୃଷ୍ଟି କରିଛନ୍ତି ନୂଆ ଇତିହାସ। ଗୁଆହାଟିଠାରେ ତାମିଲନାଡୁ ବିପକ୍ଷରେ ଚାଲିଥିବା ଏଲାଇଟ୍‌ ଗ୍ରୁପ୍‌ ଏଚ୍‌’ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି ଏହି ଡାହାଣହାତୀ ୧୯ ବର୍ଷୀୟ ବ୍ୟାଟର। ପର୍ଦାପଣ ରଣଜୀ ମ୍ୟାଚ୍‌ରେ ଏଭଳି ସଫଳତା ପାଇବାରେ ସେ ଇତିହାସର ୩ୟ ଖେଳାଳି। ତାଙ୍କ ପୂର୍ବରୁ କେବଳ ରଣଜୀ ଇତିହାସରେ କେବଳ ଦୁଇ ଜଣ ଖେଳାଳି ଏଭଳି ସଫଳତା ପାଇଥିଲେ। ସେମାନେ ହେଲେ ଗୁଜରାଟର ନରି କଣ୍ଟ୍ରାକ୍ଟର ଓ ମହାରାଷ୍ଟ୍ରର ଭିରାଗ ଅଓ୍ବାତେ।

ପ୍ରଥମ ଇନିଂସରେ ୧୧୩ ରନ୍‌ କରିଥିବା ଧୂଲ ଦ୍ୱିତୀୟ ପାଳିରେ ମଧ୍ୟରେ ସମାନ ସ୍କୋର କରି ଅପରାଜିତ ରହିଥିଲେ। ପ୍ରଥମ ପାଳିରେ ଦିଲ୍ଲୀ ୪୫୨ ରନ୍‌ କରିଥିବା ବେଳେ ଶାହରୁଖ ଖାନଙ୍କ ବିସ୍ଫୋରକ ୧୯୪ ରନ୍‌ର ଇନିଂସ ଯୋଗୁ ତାମିଲନାଡୁ ୪୨ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଧୂଲ ଓ ଧ୍ରୁବ ଶୋରେ(୧୦୭*)ଙ୍କ ଓପନିଂ ଯୋଡ଼ି ୨୨୮ ରନ୍‌ କରିଥଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର କାର୍ଯ୍ୟାନୁଷ୍ଠାନ: ୩ ଜଣ ନିଲମ୍ବିତ

ଭୁବନେଶ୍ୱର,୧୩।୧୦: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ଶନି-ମଙ୍ଗଳଙ୍କ ନବପଞ୍ଚମ ରାଜଯୋଗ: ୩ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହୁ ହୁ ହୋଇ ବଢିବ ଧନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ଅକ୍ଟୋବର ୧୬, ଶୁକ୍ରବାର ଦିନ ମଙ୍ଗଳ ଓ ଶନି ଗ୍ରହଙ୍କ ମଧ୍ୟରେ ନବପଞ୍ଚମ ରାଜଯୋଗ ସୃଷ୍ଟି ହେବ। ଅପରାହ୍ଣ ୧ଟା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି

ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?