Posted inଜାତୀୟ

ଦିଲ୍ଲୀ ପରେ ଉତ୍ତର ପ୍ରଦେଶବାସୀଙ୍କୁ କନ୍ଦାଇବ ଯମୁନା, ମଥୁରା ସମେତ କିଛି ସ୍ଥାନରେ ବିପଦ ସଙ୍କେତ ଉପରେ ବହୁଛି ନଦୀ

ଲକ୍ଷ୍ନୌ,୧୫।୭: ପାହାଡ ଉପରେ ହେଉଥିବା ବର୍ଷାର ପ୍ରଭାବ ଏବେ ତଳିଆ ଅଞ୍ଚଳରେ ଦେଖିବାକୁ ମିଳିଲାଣି। ଯମୁନା ନଦୀରେ ଆସିଥିବା ବନ୍ୟାରେ ଦିଲ୍ଲୀ ଉବୁଟୁବୁ ହେବା ପରେ ଏବେ ଉତ୍ତର ପ୍ରଦେଶରେ ଯମୁନାର ଜଳସ୍ତର ବଢିବାରେ ଲାଗିଛି।

ହାଥିନି କୁଣ୍ଡ ବ୍ୟାରେଜରୁ ଯମୁନା ନଦୀରେ ଜଳ ଛାଡିବା ପରେ ଗୌତମ ବୁଦ୍ଧ ନଗର, ଶାମଲି, ଆଲିଗଡ, ମଥୁରା, ଆଗ୍ରା, ଫିରୋଜାବାଦ ଏବଂ ଇଟାୱା ଭଳି ଜିଲାରେ ବନ୍ୟା ପରିସ୍ଥିତି ବଢି ଚାଲିଛି।
ଯମୁନାର ଜଳସ୍ତର ବଢିବାରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଯମୁନା ନଦୀର ଜଳ ସ୍ତର ବୃଦ୍ଧି ହେତୁ ସେକ୍ଟର -୧୨୫, ସେକ୍ଟର୧୩୫, ନୋଏଡାର ସେକ୍ଟର ୯୦ର ଅନେକ ସ୍ଥାନ ପାଣିରେ ଉବୁଟୁବୁ ହେଉଛି। ଯମୁନା ନଦୀର ଜଳ ଏଠାରେ ଥିବା ଘର ଓ କ୍ଷେତକୁ ମାଡି ଯାଇଛି, ଯେଉଁଥିପାଇଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତ। ଲୋକମାନେ ଅନେକ ସ୍ଥାନରେ ଫସି ରହିଥିବାବେଳେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ନିରନ୍ତର ଉଦ୍ୟମ ଜାରି ରଖିଛି। ଶାମଲି, ଆଲିଗଡ ଭଳି ଜିଲ୍ଲାରେ ମଧ୍ୟ ଅବସ୍ଥା ସମାନ ରହିଛି।
ମଥୁରାରେ ମଧ୍ୟ ଯମୁନାର ଜଳ ସ୍ତର କ୍ରମାଗତ ଭାବରେ ବିପଦ ସଙ୍କେତ ଆଡକୁ ବଢୁଛି। ଆଜି ସକାଳ ୬ଟାରେ ଯମୁନାର ଜଳ ସ୍ତର ୧୬୫.୮୦ମିଟରକୁ ବୃଦ୍ଧି ପାଇଲା, ଯାହା ଯମୁନାରେ ବିପଦ ସଙ୍କେତଠାରୁ ମାତ୍ର୨୦ ସେମି ଦୂରରେ ରହିଛି। ଏଠାରେ ଯମୁନାରେ ବିପଦ ସଙ୍କେି ୧୬୬ ମିଟର ରହିଛି। ଯମୁନାର ଜଳ ସ୍ତର ବୃଦ୍ଧି ହେତୁ ମଥୁରାରେ ବନ୍ୟା ପରିସ୍ଥିତି ଉପୁଜିଛି। ନଦୀ ଚାରିପାଖରେ ତଳିଆ ଅଞ୍ଚଳରେ ଜଳ ପ୍ରବେଶ କରିବା ଆରମ୍ଭ କରି ଦେଇଛ। ଯେଉଁଥିପାଇଁ ଲୋକଙ୍କ ହୃଦସ୍ପନ୍ଦନ ବୃଦ୍ଧି ପାଇଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ମଧ୍ୟ ଏହାର ପ୍ରସ୍ତୁତିକୁ ତ୍ୱରାନ୍ବିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ଶତକ ମାରି ବଡ଼ ରେକର୍ଡ କଲେ ତିଲକ ବର୍ମା: ଆଇପିଏଲ ଇତିହାସରେ…

ମୁମ୍ବାଇ,୨୦।୩: ତିଲକ ବର୍ମାଙ୍କ ବିସ୍ଫୋରକ ଶତକ ଏବଂ ନମନ ଧୀରଙ୍କ ଦୃଢ଼ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ସୋମବାର ଅନୁଷ୍ଠିତ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ…

ପାଇନ ଜଙ୍ଗଲରେ ନିଆଁ: ନିଦରେ ଶୋଇଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୪ (ଅରୁଣ ସାହୁ):ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଗୁଳଗୁଳି ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିବାରୁ…

ସିଜିମାଳିରେ କର୍ପୋରେଟ ପାଇଁ ସରକାରୀ ଦମନଲୀଳା: ଆଦିବାସୀଙ୍କ ଜଳ-ଜଙ୍ଗଲ ଜମି ହକ ପାଇଁ ଏକଜୁଟ ହେଲେ ଏମ୍‌ପି

ଥୁଆମୂଳ ରାମପୁର, ୨୦।୪ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଏବଂ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଳି ପାହାଡ଼ ଏବେ ଅଶାନ୍ତ ହୋଇପଡ଼ିଛି। ବେଦାନ୍ତ କମ୍ପାନୀ ପାଇଁ…

ମୋଦିଙ୍କ ଗସ୍ତ ପୂର୍ବରୁ ଅଘଟଣ: କାର୍ଯ୍ୟକ୍ରମ ବାତିଲ ଘୋଷଣା

ଜୟପୁର,୨୦।୪: ରାଜସ୍ଥାନର ବାଲୋତ୍ରା ଜିଲାର ପାଚପଦରା ରିଫାଇନାରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରିଫାଇନାରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ…

ପ୍ରକାଶ ପାଇଲା JEE ମେନ୍‌ ସେସନ-୨ ରେଜଲ୍ଟ

ନୂଆଦିଲ୍ଲୀ,୨୦।୪: ସାରା ଦେଶ ମଧ୍ୟରେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଅପେକ୍ଷାର ଅନ୍ତ ଘଟିଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA) JEE ମେନ୍‌ ୨୦୨୬ ସେସନ-୨ର ରେଜଲ୍ଟ ପ୍ରକାଶ…

ଜନଗଣନା ସର୍ଭେ କରିବାକୁ ଯାଇଥିଲେ ଶିକ୍ଷକ, ଘେରିଗଲେ ମହୁମାଛି: ଆଉ ତା’ପରେ…

ନୂଆପଡ଼ା,୨୦ା୪ (ମକାରୁ ବେମାଲ):ଜନଗଣନା ସର୍ଭେ କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତ ଶିକ୍ଷକ…

ଗଞ୍ଜାମରେ ଏହି ଦିନଠୁ ସ୍କୁଲ ଛୁଟି ଘୋଷଣା: ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଛତ୍ରପୁର ୨୦।୪(ଦିଲ୍ଲୀପ ସାମଲ ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲାର…

ପଶ୍ଚାତାପ କରୁଛନ୍ତି ମୋଦିଙ୍କୁ ଝାଲମୁଢି ଖୁଆଇଥିବା ଦୋକାନୀ: ଦୁଃଖରେ କହିଲେ, ବଡ଼ ଭୁଲ୍‌ କରିଦେଲି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କୋଲକାତା,୨୦।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଝାରଗ୍ରାମରେ ‘ଝାଲମୁଢି’ ଖାଇବା ପାଇଁ ଅଟକିଥିବାର ଫଟୋ ଏବଂ ଭିଡିଓ ଏବେ ଘୂରି ବୁଲୁଛି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri