Posted inଜାତୀୟ

ମହଙ୍ଗା ହେଲା ଯମୁନା ଏକ୍ସପ୍ରେସୱେର ଯାତ୍ରା

ଲକ୍ଷ୍ନୌ,୨୫ ।୮: ଯମୁନା ଏକ୍ସପ୍ରେସୱେରେ ଯାତ୍ରା କରୁଥିବା ଲୋକେ ଗୁରୁବାରଠାରୁ ଅଧିକ ଟୋଲ ଟ୍ୟାକ୍ସ ଦେବେ । ଯମୁନା ବିକାଶ ପ୍ରାଧିକରଣ ପକ୍ଷରୁ ଏକ୍ସପ୍ରେସୱେରେ ଟୋଲ ଟ୍ୟାକ୍ସ ଦାମ ବୃଦ୍ଧି କରିଛନ୍ତି । ଏ ସମ୍ପର୍କରେ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ଡା. ଅରୁଣ ବୀର ସିଂହ ସୂଚନା ଦେଇଛନ୍ତି । ବୁଧବାର ପ୍ରାଧିକରଣର ୭୪ ତମ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ପ୍ରାଧିକରଣର ବୁଧବାର ହୋଇଥିବା ବୈଠକରେ ଯମୁନା ଏକ୍ସପ୍ରେସୱେ ଟୋଲ ଟ୍ୟାକ୍ସକୁ ନେଇ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ଡା. ଅରୁଣ ବୀର ସିଂହ କହିଛନ୍ତି, ଗ୍ରେଟର ନଏଡାରୁ ଆଗ୍ରା ପର୍ଯ୍ୟନ୍ତ ୧୬୫ କିଲୋମିଟର ପର୍ଯ୍ୟନ୍ତ ଏକ୍ସପ୍ରେସୱେର ଟୋଲ ଦାମ ବୃଦ୍ଧି କରାଯାଇଛି । ଅଧିକାରୀ କହିଛନ୍ତି ଏହା ପୂର୍ବରୁ ୨୦୧୮ରେ ଟୋଲ ଟ୍ୟାକ୍ସ ଦାମରେ ବୃଦ୍ଧି ହୋଇଥିଲା । ଏହାପରେ ଟ୍ୟାକ୍ସ ଦରରେ କୌଣସି ବୃଦ୍ଧି କରାଯାଇ ନ ଥିଲା ।
ବର୍ଦ୍ଧିତ ଦାମ ପରେ କାର, ଜିପ, ଭ୍ୟାନ ଓ ହାଲୁକା ଯାନର କିଲୋମିଟର ପ୍ରତି ଦାମ ୨ଟଙ୍କା ୫୦ ପଇସାରୁ ବୃଦ୍ଧି ହୋଇ ୨ଟଙ୍କା ୬୦ ପଇସା କରାଯିବ । ସେହିପରି ହାଲୁକା କମର୍ସିଆଲ ଯାନ ୩ଟଙ୍କା ୯୦ ପଇସାରୁ ବୃଦ୍ଧି ହୋଇ ୪ଟଙ୍କା ୧୫ ପଇସା କରାଯିବ ।
ବର୍ଦ୍ଧିତ ଟ୍ୟାକ୍ସ ପରେ ବସ ଓ ଟ୍ରକ ୭ଟଙ୍କା ୯୦ ପଇସା ସ୍ଥାନରେ ୮ଟଙ୍କା ୪୫ ପଇସା ଦେବେ । ସେହିପରି ୩ରୁ ଅଧିକ ଚକ ବିଶିଷ୍ଟ ଯାନ ୧୨ଟଙ୍କା ୦୫ ପଇସା ବଦଳରେ ୧୨ ଟଙ୍କା ୯୦ ପଇସା ଦେବେ । ୧୨ ଚକିଆରୁ ଅଧିକ ଚକ ବିଶିଷ୍ଟ ଯାନ ୧୫ ଟଙ୍କା ୫୫ ପଇସା ପରିବର୍ତ୍ତେ ୧୬ଟଙ୍କା ୬୦ ପଇସା ଦେବେ ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?