ସରକାରୀ ଯୋଜନାରୁ ବଞ୍ଚିତ ଯମୁନା

ନୂଆଗାଁ,୨୮।୧୧(ଡି.ଏନ.ଏ.): ସରକାର ଗରିବ, ଦୁଃଖୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ସେଥିରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହାଁବାରି ପଞ୍ଚାୟତ ଅଧୀନ ଆଦିବାସୀ ଗ୍ରାମ ମଧୁବନର ବିଧବା ମହିଳା ଯମୁନା କହଁର ଏହାର ଜ୍ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି।ଯମୁନାଙ୍କୁ ୮୦ ବର୍ଷ ପାର ହେଲାଣି । ହେଲେ ଆଜି ପର୍ଯ୍ୟନ୍ତ ସେ କୌଣସି ସରକାରୀ ଯୋଜନାରେ ସାମିଲ ହୋଇପାରି ନାହାନ୍ତି। ସତେ ଯେପରି ତାଙ୍କ ପାଇଁ ସରକାରଙ୍କ କଲ୍ୟାଣ ଯୋଜନା ସାତ ସପନ ପାଲଟିଛି। ନା ତାଙ୍କୁ ମିଳୁଛି ଭତ୍ତା ନା ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ ସାମଗ୍ରୀ । ଯମୁନାଙ୍କ ପରିବାର କହିଲେ ୩ ପୁଅ ଓ ୩ ଝିଅ । ବିବାହ ପରେ ସମସ୍ତେ ନିଜ ନିଜ ପରିବାର ସହିତ ରହୁଛନ୍ତି। ଯମୁନା ସାନ ପୁଅଙ୍କ ପାଖରେ ଅଛନ୍ତି। ହିତାଧିକାରୀଙ୍କୁ ୬୦ ବର୍ଷ ହେଲେ କିମ୍ବା କୌଣସି ମହିଳା ବିଧବା ପରେ ତାଙ୍କୁ ସରକାର ପେନସନ ଯୋଜନାରେ ଭତ୍ତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି।
କିନ୍ତୁ ଯମୁନା ବୟସର ଅପରାହ୍ନରେ ପହଞ୍ଚତ୍ ସାରିଥିଲେ ମଧ୍ୟ ଅଦ୍ୟାବଧି ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ସେହିପରି କେନ୍ଦ୍ର ଏବଂ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଆଇନ ବଳରେ ଦାରିଦ୍ର୍ୟର ସୀମାରେଖା ତଳେ ରହୁଥିବା ଗରିବ ଲୋକଙ୍କୁ ଚିହ୍ନଟ କରି ରାଶନ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚତ୍ତ ହୋଇଛନ୍ତି ଯମୁନା । ସାନ ପୁଅ ଯାହା ରୋଜଗାର କରୁଛି ସେଥିରେ ଆମେ ଦୁଃଖେକଷ୍ଟେ ଚଳୁଛୁ ବୋଲି କହିଛନ୍ତି ଏହି ବୃଦ୍ଧା। କେବଳ ଯମୁନା ନୁହଁନ୍ତି, ଏହି ବ୍ଲକ୍‌ର ବହୁ ହିତାଧିକାରୀ ଭତ୍ତା ଓ ରାଶନ ସାମଗ୍ରୀ ପାଉ ନ ଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରେ ଯମୁନା ସରକାରୀ ଯୋଜନାରେ କିପରି ସାମିଲ ହେବେ ସେ ସଂକ୍ରାନ୍ତରେ ଖୁବ୍‌ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?