ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ୟାମି

ମୁମ୍ବାଇ: ଦମ୍‌ଦାର ଅଭିନୟ ଦ୍ୱାରା ଅଭିନେତ୍ରୀ ୟାମି ଗୌତମ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ସମ୍ପ୍ରତି ସେ ତାଙ୍କର ଆଗାମୀ ଫିଲ୍ମ ‘ଧୁମ୍‌ଧାମ୍‌’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ବିବାହିତ ଦମ୍ପତିଙ୍କ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମରେ ୟାମି ଅଭିନେତା ପ୍ରତୀକ ଗାନ୍ଧୀଙ୍କ ସହ ନଜରକୁ ଆସିବେ।

ଏହି ଫିଲ୍ମ ଆସନ୍ତା ୧୪ ତାରିଖରୁ ଓଟିଟି ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ଷ୍ଟ୍ରିମିଂ ହେବ। ୟାମି ଗତ କିଛି ଦିନ ଧରି ‘ଧୁମ୍‌ଧାମ୍‌’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ମଙ୍ଗଳବାର ସେ ଏକ ସାକ୍ଷାତ୍‌କାର ଦେଇଛନ୍ତି। ସେ ଛାତ୍ରୀ ଥିବା ସମୟରେ ଅଭିନେତ୍ରୀ ହେବାକୁ ନୁହେଁ ବରଂ ଆଇଏଏସ୍‌ ଅଧିକାରୀ ହେବାକୁ ଚାହୁଁଥିଲେ ବୋଲି ୟାମି ଏହି ସାକ୍ଷାତ୍‌କାରରେ କହିଛନ୍ତି।

ଛାତ୍ରୀ ଥିବା ସମୟରେ ସେ ଅଧ୍ୟୟନରେ ଉତ୍କୃଷ୍ଠ ଥିଲେ। ସେ ପଢ଼ିବାକୁ ଏବଂ ଲେଖିବାକୁ ଖୁବ୍‌ ଭଲ ପାଉଥିବା ୟାମି କହିଛନ୍ତି। ସେତେବେଳେ ସେ ଜଣେ ଆଇଏଏସ୍‌ ଅଧିକାରୀ ହେବେ ବୋଲି ସ୍ବପ୍ନ ଦେଖୁଥିଲେ। କିନ୍ତୁ ଭାଗ୍ୟର କିଛି ଅଲଗା ଇଚ୍ଛା ଥିଲା ବୋଲି ୟାମି କହିଛନ୍ତି। କଲେଜ ପଢ଼ା ପରେ ତାଙ୍କୁ ମଡେଲିଂ ଦୁନିଆରେ ପାଦ ଥାପିବାକୁ ସୁଯୋଗ ମିଳିଥିଲା।

ମଡେଲିଂରେ ସଫଳତା ପାଇବା ପରେ ତାଙ୍କୁ ଛୋଟ ପରଦାରେ ସୁଯୋଗ ମିଳିଥିଲା। ସେ ‘ଚାନ୍ଦ୍‌ କେ ପାର୍‌ ଚଲୋ’ ଏବଂ ‘ୟେ ପ୍ୟାର୍‌ ନା ହୋଗା କମ୍‌’ ପରି ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ବହୁ ପ୍ରଶଂସା ସାଉଁଟିଥିଲେ। ୨୦୧୨ରେ ରିଲିଜ୍‌ ହୋଇଥିବା ‘ଭିକି ଡୋନର’ ଫିଲ୍ମ ସହ ୟାମି ବଲିଉଡ୍‌ରେ ଡେବ୍ୟୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦାଙ୍କ ଛାଡପତ୍ରକୁ ନେଇ ବଡ଼ ଖୁଲାସା କଲେ ମ୍ୟାନେଜର, ଏହି କାରଣରୁ କୋର୍ଟ ଯାଇଥିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜାରି ରହିଛି । ଦୁହେଁଙ୍କ ମଧ୍ୟରେ…

ଗୋବିନ୍ଦାଙ୍କ ସହ ଛାଡପତ୍ର ନିଶ୍ଚିତ? ପୁଅ ସହିତ ଫ୍ୟାମିଲି କୋର୍ଟରେ ପହଞ୍ଚିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ଗତ ବର୍ଷ, ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଛାଡପତ୍ର ନେଇ ଖୁବ୍‌ ଗୁଜବ ଉଠିଥିଲା। ଯଦିଓ ଗଣେଶ ପୂଜା ସମୟରେ ଏମାନେ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍‌ ତାରିଖ ଫାଇନାଲ, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ, ୧୮।୮: ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri