ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ୟାମି

ମୁମ୍ବାଇ: ଦମ୍‌ଦାର ଅଭିନୟ ଦ୍ୱାରା ଅଭିନେତ୍ରୀ ୟାମି ଗୌତମ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ସମ୍ପ୍ରତି ସେ ତାଙ୍କର ଆଗାମୀ ଫିଲ୍ମ ‘ଧୁମ୍‌ଧାମ୍‌’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ବିବାହିତ ଦମ୍ପତିଙ୍କ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମରେ ୟାମି ଅଭିନେତା ପ୍ରତୀକ ଗାନ୍ଧୀଙ୍କ ସହ ନଜରକୁ ଆସିବେ।

ଏହି ଫିଲ୍ମ ଆସନ୍ତା ୧୪ ତାରିଖରୁ ଓଟିଟି ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ଷ୍ଟ୍ରିମିଂ ହେବ। ୟାମି ଗତ କିଛି ଦିନ ଧରି ‘ଧୁମ୍‌ଧାମ୍‌’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ମଙ୍ଗଳବାର ସେ ଏକ ସାକ୍ଷାତ୍‌କାର ଦେଇଛନ୍ତି। ସେ ଛାତ୍ରୀ ଥିବା ସମୟରେ ଅଭିନେତ୍ରୀ ହେବାକୁ ନୁହେଁ ବରଂ ଆଇଏଏସ୍‌ ଅଧିକାରୀ ହେବାକୁ ଚାହୁଁଥିଲେ ବୋଲି ୟାମି ଏହି ସାକ୍ଷାତ୍‌କାରରେ କହିଛନ୍ତି।

ଛାତ୍ରୀ ଥିବା ସମୟରେ ସେ ଅଧ୍ୟୟନରେ ଉତ୍କୃଷ୍ଠ ଥିଲେ। ସେ ପଢ଼ିବାକୁ ଏବଂ ଲେଖିବାକୁ ଖୁବ୍‌ ଭଲ ପାଉଥିବା ୟାମି କହିଛନ୍ତି। ସେତେବେଳେ ସେ ଜଣେ ଆଇଏଏସ୍‌ ଅଧିକାରୀ ହେବେ ବୋଲି ସ୍ବପ୍ନ ଦେଖୁଥିଲେ। କିନ୍ତୁ ଭାଗ୍ୟର କିଛି ଅଲଗା ଇଚ୍ଛା ଥିଲା ବୋଲି ୟାମି କହିଛନ୍ତି। କଲେଜ ପଢ଼ା ପରେ ତାଙ୍କୁ ମଡେଲିଂ ଦୁନିଆରେ ପାଦ ଥାପିବାକୁ ସୁଯୋଗ ମିଳିଥିଲା।

ମଡେଲିଂରେ ସଫଳତା ପାଇବା ପରେ ତାଙ୍କୁ ଛୋଟ ପରଦାରେ ସୁଯୋଗ ମିଳିଥିଲା। ସେ ‘ଚାନ୍ଦ୍‌ କେ ପାର୍‌ ଚଲୋ’ ଏବଂ ‘ୟେ ପ୍ୟାର୍‌ ନା ହୋଗା କମ୍‌’ ପରି ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ବହୁ ପ୍ରଶଂସା ସାଉଁଟିଥିଲେ। ୨୦୧୨ରେ ରିଲିଜ୍‌ ହୋଇଥିବା ‘ଭିକି ଡୋନର’ ଫିଲ୍ମ ସହ ୟାମି ବଲିଉଡ୍‌ରେ ଡେବ୍ୟୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣକୁ ନେଇ ସଲମାନ କହିଲେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ହତ୍ୟା କରିବା ଯାହା…

ମୁମ୍ବାଇ,୨୩ା୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଜଣେ ପରେ ଜଣେ ବଲିଉଡ୍‌ ଷ୍ଟାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଶାହରୁଖ ଖାନ୍‌ଙ୍କ ପରେ ଏବେ ସଲମାନ ଖାନ୍‌...

ବିନା କ୍ୟାମେରା, ବିନା ଷ୍ଟାରରେ ମନ୍ଦିର ପୂଜାରୀ ତିଆରି କଲେ ବିଶ୍ୱର ପ୍ରଥମ AI ଫିଲ୍ମ !

ବେଙ୍ଗାଲୁରୁ,୨୨।୪: କର୍ନାଟକର ଜଣେ ପୂଜାରୀ AI ଉପକରଣ ସାହାଯ୍ୟରେ ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ AI-ଆଧାରିତ କନ୍ନଡ ଫିଲ୍ମ ତିଆରି କରିଛନ୍ତି। ବେଙ୍ଗାଲୁରୁର ସିଦ୍ଧେହଲ୍ଲି ଗାଁର ହନୁମନ୍ତରାଇ...

Mahesh Babu Summon: ଦକ୍ଷିଣ ଭାରତୀୟ ଅଭିନେତା ମହେଶ ବାବୁଙ୍କୁ EDର ସମନ

ଚେନ୍ନାଇ,୨୨।୪: ହାଇଦ୍ରାବାଦସ୍ଥିତ ରିଅଲ ଇଷ୍ଟେଟ ଫାର୍ମରେ ମନି ଲଣ୍ଡରିଂ ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଭିନେତା ମହେଶ ବାବୁଙ୍କୁ ଏପ୍ରିଲ ୨୭ ରେ ହାଜର ହେବାକୁ...

ବିବାହ ବାର୍ଷିକୀରେ ଏମିତି କାମ କଲେ ଐଶ୍ୱର୍ଯ୍ୟା: ବଢୁଛି ଚର୍ଚ୍ଚା

ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପାଇଁ ଗତ କିଛି ମାସ ଭଲ ନ ଥିଲା। ବଚ୍ଚନ ପରିବାର ମଧ୍ୟରେ...

ଏହି ଅଭିନେତ୍ରୀଙ୍କ ପାଇଁ ଭାଙ୍ଗିଗଲା ଶୁବମନ-ସାରା ତେନ୍ଦୁଲକରଙ୍କ ସମ୍ପର୍କ?

ମୁମ୍ବାଇ: କ୍ରିକେଟ ସହ ବଲିଉଡର ସମ୍ପର୍କ ବେଶ ପୁରୁଣା। ଏମିତିରେ କିଛି କ୍ରିକେଟର ଏମିତି ଅଛନ୍ତି ଯେଉଁମାନେ ଅଭିନେତ୍ରୀମାନଙ୍କୁ ଜୀବନସାଥୀ ଭାବେ ବାଛି ଖୁସିରେ ଦାମ୍ପତ୍ୟ...

ଈଶାନଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଆଲିଆଙ୍କ ବଡ଼ ଭଉଣୀ

ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭଉଣୀ ଶାହୀନ ଭଟ୍ଟ। ସର୍ବଦା ଲାଇମ୍‌ଲାଇଟ୍‌ରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ସେ। ହେଲେ ସୋସିଆଲ...

‘ଜାଟ୍‌’ ସିନେମାକୁ ନେଇ ବିବାଦ: ସନ୍ନି ଦେଓଲ, ରଣଦୀପ୍‌ ହୁଡାଙ୍କ ନାଁରେ ମାମଲା

ଚଣ୍ଡିଗଡ଼,୧୯।୪:ଗତ ୧୦ ତାରିଖରେ ମୁକ୍ତିଲାଭ କରିଥିବା ‘ଜାଟ୍‌’ ଚଳଚ୍ଚିତ୍ରର ଏକ ଦୃଶ୍ୟ ସମଗ୍ର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗକ୍ରମେ ବଲିଉଡ୍‌ ଅଭିନେତା...

କ’ଣ ଏହି ମଡେଲଙ୍କୁ ଡେଟ୍‌ କରୁଛନ୍ତି ହନି ସିଂ? ଜନ୍ମଦିନ ପାର୍ଟିରେ ହାତ ଧରି…

ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ଖ୍ୟାତନାମା ରାପର ହନି ସିଂ। ଜଣେ ମଡେଲଙ୍କ ପାଇଁ ତାଙ୍କ ହୃଦୟରେ ଗୀଟାର, ବୀଣା ବାଜିବା ଆରମ୍ଭ ହୋଇଛି। ସଂଗୀତ ଦୁନିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri