ମା’ଙ୍କ ୩୩ ବର୍ଷ ପୁରୁଣା ଶାଢ଼ିକୁ ପିନ୍ଧି ବିବାହ ମଣ୍ଡପରେ ବସିଥିଲେ ଏହି ଅଭିନେତ୍ରୀ; କିଛି ଏଭଳି ଥିଲା…

ବମ୍ବେ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତ୍ରୀ ୟାମି ଗୌତମ। ହିମାଚଳ ପ୍ରଦେଶରେ ଆୟୋଜିତ ଉତ୍ସବରେ ପରିବାରଲୋକଙ୍କ ଗହଣରେ ଆଦିତ୍ୟ ଧରଙ୍କ ହାତ ଧରିଥିଲେ ସେ। ଉଭୟ ଅନେକ ସମୟ ଧରି ନିଜର ସମ୍ପର୍କକୁ ଲୋକଲୋଚନକୁ ଆଣି ନ ଥିବାରୁ ପ୍ରଶଂସକ ହଠାତ୍‌ ଚମକି ପଡ଼ିଥିଲେ। ଏପରିକି ତାଙ୍କର ବିବାହ ଫଟୋ ଶେୟାର ହେବା ମାତ୍ରକେ ଭାଇରାଲ ହୋଇଥିଲା। ସମସ୍ତଙ୍କୁ ୟାମିଙ୍କ ବ୍ରାଇଡାଲ ଲୁକ୍‌ ବେଶ୍‌ ଆକର୍ଷିତ କରିଥିଲା।

ବିବାହ ପାଇଁ ନାଲି ରଙ୍ଗକୁ ବାଛିଥିଲେ ୟାମି। ସେ ତାଙ୍କର ମା’ଙ୍କ ୩୩ ବର୍ଷ ପୁରୁଣା ଶାଢ଼ିକୁ ବିବାହ ପୋଷାକ ଭାବେ ବାଛିଥିଲେ। ଉକ୍ତ ପାରମ୍ପରିକ ଶାଢ଼ିରେ ସୁନାର ସୁନ୍ଦର କାମ କରାଯାଇଥିଲା। ଦେଖିବାକୁ ସାଧାସାଧା ଲାଗିଲେ ହେଁ ୟାମି ଏହାକୁ ଫ୍ଲୋରାଲ୍‌ ବ୍ଲାଉଜ୍‌ ସହ ମିଶାଇ ପିନ୍ଧିଥିଲେ। ଏହାଛଡ଼ା ସେ ଆଇ ମା’ ଦେଇଥିବା ଲାଲ ରଙ୍ଗର ଓଢ଼ଣୀ ମୁଣ୍ଡରେ ପକାଇଥିଲେ। ସୁନାର ହାର, ମଥାମଣି ଏବଂ ଚୁଡ଼ି ପିନ୍ଧିବା ପରେ ୟାମି କୌଣସି ଅପସରୀଙ୍କଠାରୁ କମ୍‌ ଲାଗୁ ନ ଥିଲେ।

ତେବେ ବିବାହ ଭଳି ସ୍ମରଣୀୟ ଦିନ ଲାଗି ୟାମି ମା’ଙ୍କ ଶାଢ଼ିକୁ ବାଛିଥିବାକୁ ଅନେକ ପ୍ରଶଂସା କରୁଛନ୍ତି। ଏଥିରୁ ସେ ମାଙ୍କୁ କେତେ ଭଲ ପାଆନ୍ତି, ପରିବାରକୁ କେତେ ଗୁରୁତ୍ୱ ଦିଅନ୍ତି ଜଣାପଡ଼ୁଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋମ୍‌ମେଡ୍‌ ମାସ୍କର ପ୍ରସ୍ତୁତି ଶିଖାଇଲେ ବିଦ୍ୟା

ମୁମ୍ବାଇ: ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ ମହାରାଷ୍ଟ୍ରରେ ସର୍ବାଧିକ ରହିଛି। ସବୁଆଡ଼େ ଏହି ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଦେଶରୁ ମାସ୍କ ଏବଂ...

ପ୍ରଥମ ଦେଖାରେ ଟ୍ବିଙ୍କିଲ୍‌ଙ୍କୁ ପସନ୍ଦ କରିଥିଲେ ଅକ୍ଷୟ

ମୁମ୍ବାଇ,୨୯।୧୨: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ଡିସେମ୍ବର ୨୯ରେ ସେ ମୁମ୍ବାଇର ଜଶଲୋକ୍‌ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ।...

ଏବେ ରୋଷେଇ କରିବେ ବେବୋ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାଁ ସବୁଠାରୁ ବ୍ୟସ୍ତ ଅଭିନେତ୍ରୀ ଭାବେ ବେଶ୍‌ ଜଣାଶୁଣା। ଅଭିନୟରେ ସବୁବେଳେ କିଛି ନୂଆ କରି ଦେଖାଇବାର ଇଛା...

‘ଗୁଡ୍‌ ନ୍ୟୁଜ୍‌’ ସହ ଅକ୍ଷୟ କରିପାରନ୍ତି ରେକର୍ଡ

ମୁମ୍ବାଇ: ଶ୍ୱଶୁର ରାଜେଶ୍‌ ଖାନ୍ନାଙ୍କ ରେକର୍ଡ ଭାଙ୍ଗିବେକି ଅକ୍ଷୟ! ସମସ୍ତଙ୍କ ନଜର ଏବେ ଅକ୍ଷୟଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ଉପରେ। ଆପଣ ଟିକେ କନ୍‌ଫ୍ୟୁଜ୍‌ ହେଉଛନ୍ତି...

ପୂର୍ବରୁ ଏମିତି ଥିଲେ, ଏବେ ବଦଳିଗଲାଣି ଏହି ଅଭିନେତ୍ରୀଙ୍କ ଚେହେରା

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଥିବାବେଳେ ଫ୍ୟାନ୍‌ମାନଙ୍କ ପାଇଁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। ସୋସିଆଲ ମିଡିଆରେ ଏମିତି...

ଆଗାମୀ ଏପିସୋଡରେ ନଜର ଆସିବେନି ନେହା

ବମ୍ବେ: ଭାରତରେ ସର୍ବାଧିକ ପସନ୍ଦ କରାଯାଉଥିବା ରିଆଲିଟି ଶୋ’ ହେଉଛି ‘ଇଣ୍ଡିଆନ୍‌ ଆଇଡଲ୍‌’। ଏହାର ସିଜିନ୍‌ ୧୨ ଚାଲୁ ରହିଛି। ଗାୟିକା ନେହା କକ୍କଡ, ବିଶାଲ...

ଉଲଗ୍ନ ଭିଡିଓ ଶେୟାର କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଆମେରିକୀୟ ଗାୟିକା, ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଜେନିଫର୍‌ ଲୋପେଜ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ...

ସୁଶାନ୍ତଙ୍କୁ ଭୁଲିପାରୁ ନାହାନ୍ତି ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୫ ମାସ ବିତି ଯାଇଥିଲେ ବି ଏବେବି ସେ ଅନେକଙ୍କ ହୃଦୟରେ ରହିଛନ୍ତି ।...

Seven Jackpot
Advertisement


Archives

Model This Week

Why Dharitri