ଧୂମ୍‌ଧାମରେ ନୂଆବର୍ଷ ପାଳିଲେ ଉହାନବାସୀ, ଏକଦା ଥିଲା କରୋନାର ଏନ୍ତୁଡ଼ିଶାଳ

ବେଜିଂ,୧।୧: କରୋନା ଭୂତାଣୁ ଯୋଗୁ ଅନେକ ଦେଶର ଲୋକେ ନୂତନ ବର୍ଷର ଉତ୍ସବରେ ଯୋଗ ଦେଇ ପାରି ନ ଥିଲେ। ତେବେ ଚାଇନାର ଉହାନ ସହର ଯେଉଁଠି କି ପ୍ରଥମେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ସେହି ସହରରେ ଗତ କିଛି ମାସ ହେବ କରୋନାର କୌଣସି ମାମଲା ଦେଖିବାକୁ ମିଳିନାହିଁ। ତେଣୁ ଉହାନବାସୀ ବେଶ୍‌ ଧୂମ୍‌ଧାମରେ ନୂଆବର୍ଷକୁ ସ୍ବାଗତ କରିଛନ୍ତି।

ନଭେମ୍ବର-ଡିସେମ୍ବର ୨୦୧୯ରେ ଚାଇନାର ଉହାନ ସହରରୁ କରୋନା ଭୂତାଣୁ ସର୍ବପ୍ରଥମେ ସଂକ୍ରମିତ ହୋଇଥିଲା। ଏହି ଭୂତାଣୁର ଭୟାଭୟତାକୁ ଦୃଷ୍ଟିରେ ରଖି ୨୩ ଜାନୁୟାରୀରେ ଉହାନ ସହରରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ପରେ ଗ୍ରାଉଣ୍ଡ ପ୍ଲେନ, ବସ୍‌ ଏବଂ ଟ୍ରେନ ସହରକୁ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା।

ନୂଆବର୍ଷ ଅବସରରେ ଅନେକ ଲୋକ ରାସ୍ତାକୁ ବାହାରି ଏହି ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି। ସିଟିହଲ୍‌ ସମ୍ମୁଖରେ ଲୋକମାନେ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରୁ କେତେକଙ୍କ ହାତରେ ବେଲୁନ ଥିବା ବେଳେ ଆଉ କେତେକ ମାସ୍କ ପିନ୍ଧିଥିଲେ। ଏହା ବ୍ୟତୀତ ଅଧିକାଂଶ ଯୁବକ ନୂତନ ବର୍ଷ ଅବସରରେ ନାଇଟ କ୍ଲବ, ପବ-ରେଷ୍ଟୁରାଣ୍ଟ ମୁହାଁ ହୋଇଥିଲେ।

ଉହାନ ପ୍ରଶାସନର ନିରନ୍ତର ପରିଶ୍ରମ ଯୋଗୁ ମେ’ ୨୦୨୦ ପରଠାରୁ ଏହି ସହରରେ ଗୋଟିଏ ବି କରୋନା ମାମଲା ସାମ୍ନାକୁ ଆସିନାହିଁ। ସେବେଠାରୁ ପ୍ରଶାସନ ସତର୍କତା ଅବଲମ୍ବନ କରି ଧୀରେ ଧୀରେ ବଜାର, ବାର୍‌ ଏବଂ ରେଷ୍ଟୁରାଣ୍ଟ ପରି ସ୍ଥାନ ଖୋଲିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବରରୁ ରାତ୍ରି ଜୀବନ ମଧ୍ୟ ସ୍ବାଭାବିକ ହୋଇଥିଲା।

ଏକ ସାକ୍ଷାତକାରରେ ଉହାନର ଜଣେ ବ୍ୟକ୍ତି କହିଛନ୍ତି, ଆଗାମୀ ଦିନରେ ଲୋକଙ୍କ ହୃଦୟରେ ଏପରି ବିପଦ କେବେ ନ ଆସୁ। ସମଗ୍ର ବିଶ୍ୱ ଏପରି ଏକ ବିପଦର ସାମ୍ନା କରିଛି। ମାତ୍ର ଆମେ ଭାଗ୍ୟବାନ ଯେ, ଏଠାରେ ସବୁ ଜିନିଷ ଧୀରେ ଧୀରେ ସ୍ବାଭାବିକ ହୋଇଛି। ତଥାପି ଆମେ ପୂର୍ଣ୍ଣମାତ୍ରାରେ ସତର୍କତା ଅବଲମ୍ବନ କରିଆସୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?