ଧୂମ୍‌ଧାମରେ ନୂଆବର୍ଷ ପାଳିଲେ ଉହାନବାସୀ, ଏକଦା ଥିଲା କରୋନାର ଏନ୍ତୁଡ଼ିଶାଳ

ବେଜିଂ,୧।୧: କରୋନା ଭୂତାଣୁ ଯୋଗୁ ଅନେକ ଦେଶର ଲୋକେ ନୂତନ ବର୍ଷର ଉତ୍ସବରେ ଯୋଗ ଦେଇ ପାରି ନ ଥିଲେ। ତେବେ ଚାଇନାର ଉହାନ ସହର ଯେଉଁଠି କି ପ୍ରଥମେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ସେହି ସହରରେ ଗତ କିଛି ମାସ ହେବ କରୋନାର କୌଣସି ମାମଲା ଦେଖିବାକୁ ମିଳିନାହିଁ। ତେଣୁ ଉହାନବାସୀ ବେଶ୍‌ ଧୂମ୍‌ଧାମରେ ନୂଆବର୍ଷକୁ ସ୍ବାଗତ କରିଛନ୍ତି।

ନଭେମ୍ବର-ଡିସେମ୍ବର ୨୦୧୯ରେ ଚାଇନାର ଉହାନ ସହରରୁ କରୋନା ଭୂତାଣୁ ସର୍ବପ୍ରଥମେ ସଂକ୍ରମିତ ହୋଇଥିଲା। ଏହି ଭୂତାଣୁର ଭୟାଭୟତାକୁ ଦୃଷ୍ଟିରେ ରଖି ୨୩ ଜାନୁୟାରୀରେ ଉହାନ ସହରରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ପରେ ଗ୍ରାଉଣ୍ଡ ପ୍ଲେନ, ବସ୍‌ ଏବଂ ଟ୍ରେନ ସହରକୁ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା।

ନୂଆବର୍ଷ ଅବସରରେ ଅନେକ ଲୋକ ରାସ୍ତାକୁ ବାହାରି ଏହି ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି। ସିଟିହଲ୍‌ ସମ୍ମୁଖରେ ଲୋକମାନେ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରୁ କେତେକଙ୍କ ହାତରେ ବେଲୁନ ଥିବା ବେଳେ ଆଉ କେତେକ ମାସ୍କ ପିନ୍ଧିଥିଲେ। ଏହା ବ୍ୟତୀତ ଅଧିକାଂଶ ଯୁବକ ନୂତନ ବର୍ଷ ଅବସରରେ ନାଇଟ କ୍ଲବ, ପବ-ରେଷ୍ଟୁରାଣ୍ଟ ମୁହାଁ ହୋଇଥିଲେ।

ଉହାନ ପ୍ରଶାସନର ନିରନ୍ତର ପରିଶ୍ରମ ଯୋଗୁ ମେ’ ୨୦୨୦ ପରଠାରୁ ଏହି ସହରରେ ଗୋଟିଏ ବି କରୋନା ମାମଲା ସାମ୍ନାକୁ ଆସିନାହିଁ। ସେବେଠାରୁ ପ୍ରଶାସନ ସତର୍କତା ଅବଲମ୍ବନ କରି ଧୀରେ ଧୀରେ ବଜାର, ବାର୍‌ ଏବଂ ରେଷ୍ଟୁରାଣ୍ଟ ପରି ସ୍ଥାନ ଖୋଲିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବରରୁ ରାତ୍ରି ଜୀବନ ମଧ୍ୟ ସ୍ବାଭାବିକ ହୋଇଥିଲା।

ଏକ ସାକ୍ଷାତକାରରେ ଉହାନର ଜଣେ ବ୍ୟକ୍ତି କହିଛନ୍ତି, ଆଗାମୀ ଦିନରେ ଲୋକଙ୍କ ହୃଦୟରେ ଏପରି ବିପଦ କେବେ ନ ଆସୁ। ସମଗ୍ର ବିଶ୍ୱ ଏପରି ଏକ ବିପଦର ସାମ୍ନା କରିଛି। ମାତ୍ର ଆମେ ଭାଗ୍ୟବାନ ଯେ, ଏଠାରେ ସବୁ ଜିନିଷ ଧୀରେ ଧୀରେ ସ୍ବାଭାବିକ ହୋଇଛି। ତଥାପି ଆମେ ପୂର୍ଣ୍ଣମାତ୍ରାରେ ସତର୍କତା ଅବଲମ୍ବନ କରିଆସୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

ରାତିରେ ମହିଳାଙ୍କ ଘରେ ପ୍ରବେଶ କରୁଥିଲେଏଏସଆଇ: ଧରିପକାଇ ପିଟିଦେଇଗଲେ ଲୋକେ, ଭିଡିଓ ଭାଇରାଲ୍

ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri