Odisha Elections 2024
Posted inଖେଳ

ରୋହିତଙ୍କୁ ପଛରେ ପକାଇଲେ କୋହଲି

ନୂଆଦିଲ୍ଲୀ,୨୭।୧୨: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୧୯ରେ ଆରମ୍ଭ ହୋଇଥିଲା ଏବଂ ଏ ପର୍ଯ୍ୟନ୍ତ ଏହାର ଦୁଇଟି ଫାଇନାଲ ଖେଳାଯାଇଛ। ପରବର୍ତ୍ତୀ ଫାଇନାଲ ୨୦୨୫ରେ ଖେଳାଯିବ। ଯେଉଁଥି ପାଇଁ ସମସ୍ତ ଦଳ କଠିନ ପରିଶ୍ରମ କରୁଛନ୍ତି । ପଏଣ୍ଟ ଟେବୁଲର ଶ୍ରେଷ୍ଠ ଦୁଇ ଦଳ ଫାଇନାଲ ଖେଳିବାର ସୁଯୋଗ ପାଆନ୍ତି । ଭାରତୀୟ ଦଳ ଗତ ଦୁଇଥର ଫାଇନାଲ ଖେଳୁଛି। ଦୁଇ କିମ୍ବଦନ୍ତୀ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଟିମ ଇଣ୍ଡିଆର ଏହି ସଫଳତାରେ ବହୁତ ସହଯୋଗ କରିଛନ୍ତି। ଉଭୟେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (୨୦୧୯-୨୫ *)ରେ ସର୍ବାଧିକ ରନ୍‌ କରିଥିବା ଶୀର୍ଷ-୧୫ ତାଲିକାରେ ମଧ୍ୟ ସାମିଲ ଅଛନ୍ତି।

ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ବକ୍ସିଂ ଡେ’ ଟେଷ୍ଟରେ ରୋହିତ ୫ ରନ୍‌ କରିଥିବାବେଳେ ବିରାଟ ୩୮ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସ ସହିତ ବିରାଟ ଡବ୍ଲ୍ୟୁଟିସିର ସର୍ବାଧିକ ରନ୍‌ ସ୍କୋରରମାନଙ୍କ ମଧ୍ୟରେ ଦଶମ ସ୍ଥାନରେ ପହଞ୍ଚି ରୋହିତଙ୍କୁ ପଛରେ ପକାଇଦେଇଛନ୍ତି। ବିରାଟଙ୍କ ନାଁରେ ଏହି ଚାମ୍ପିୟନଶିପରେ ୩୫ଟେଷ୍ଟର ୫୭ ଇନିଂସରେ ହାରାହାରି ୩୮.୯୦ରୁ ୨୧୦୧ ରନ୍‌ କରିଛନ୍ତି। ଏଥି ମଧ୍ୟରେ ଚାରି ଶତକ ଏବଂ ନଅ ଅର୍ଦ୍ଧ ଶତକ ଅନ୍ତର୍ଭୁକ୍ତ। ଯେଉଁଠାରେ ରୋହିତ ଏକାଦଶ ସ୍ଥାନରେ ଅଛନ୍ତି। ସେ ୨୬ଟେଷ୍ଟର ୪୨ ଇନିଂସରେ ୨୦୯୭ ରନ୍‌ କରିଛନ୍ତି। ଏହି ଅବଧି ମଧ୍ୟରେ ତାଙ୍କର ହାରାହାରି ୫୨.୪୨ ହୋଇଛି।

ଏହା ବ୍ୟତୀତ ଅନ୍ୟ ଭାରତୀୟମାନେ ହେଉଛନ୍ତି ବିରାଟ-ରୋହିତଙ୍କ ପରେ ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେ ଅଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ସର୍ବାଧିକ ରନ ସ୍କୋରରଙ୍କ ମଧ୍ୟରେ ଇଂଲଣ୍ଡର ଜୋ ରୁଟ ଶୀର୍ଷରେ ଅଛନ୍ତି। ସେ ହାରାହାରି ୫୦.୪୬ରେ ୪୭ଟି ଟେଷ୍ଟର ୮୬ଇନିଂସରେ ୩୯୮୭ ରନ୍‌ ସଂଗ୍ରହ କରିଛନ୍ତି। ଏଥିମଧ୍ୟରେ ୧୨ ଶତକ ଏବଂ ୧୬ ଅର୍ଦ୍ଧ ଶତକ ସାମିଲ। ଏଥି ସହିତ ଅଷ୍ଟ୍ରେଲିଆର ମାର୍ନସ ଲାବୁଶେନ ଏବଂ ଷ୍ଟିଭ ସ୍ମିଥ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବକ୍ସର ପରବିନଙ୍କୁ ସସ୍‌ପେଣ୍ଡ କଲା ଓ୍ବାଡା

ନୂଆଦିଲ୍ଲୀ, ୧୮ା୫ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟୀ ବକ୍ସର ପରବିନ ହୁଦା ତାଙ୍କ ପ୍ୟାରିସ ଅଲିମ୍ପିକ କୋଟା ହରାଇ ପାରନ୍ତି। ସେ ୧୨ମାସ ମଧ୍ୟରେ...

ଆଜି ଆର୍‌ସିବି-ସିଏସ୍‌କେ ମହାମୁକାବିଲା: ମ୍ୟାଚ ବାତିଲ ହେଲେ ଏହି ଦଳକୁ ଫାଇଦା

ବେଙ୍ଗାଲୁରୁ, ୧୮।୫ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବହୁ ପ୍ରତୀକ୍ଷିତ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ଏଥିରେ ପରସ୍ପରର ମୁକାବିଲା କରିବେ ରୟାଲ ଚ୍ୟାଲେଞ୍ଜର୍ସ...

‘ଅବସର ନିଷ୍ପତ୍ତି ସ୍ବତଃପ୍ରବୃତ୍ତ ଥିଲା’

ନୂଆଦିଲ୍ଲୀ, ୧୮।୫ : ଖେଳିବା ସମୟରୁ ଭାରତୀୟ ଫୁଟ୍‌ବଲରେ ଲିଭିଂ ଲିଜେଣ୍ଡର ମାନ୍ୟତା ପାଉଥିବା ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣାକୁ ନେଇ ଚର୍ଚ୍ଚା ଜାରି ରହିଛି।...

ଟି୨୦ ବିଶ୍ୱକପ୍‌ ଜିତି ପାରିବ ନାହିଁ ଟିମ୍‌ ଇଣ୍ଡିଆ…କୋହଲିଙ୍କ ନାଁ ନେଇ ଏ କ’ଣ କହିଦେଲେ…

ନୂଆଦିଲ୍ଲୀ,୧୭।୫: ଆଉ କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହେବାକୁ ଯାଛି ଟି୨୦ ବିଶ୍ୱକପ୍‌। ଏହାକୁ ନେଇ ପ୍ରଶଂସକ ଦିନ ଗଣିବା ଆରମ୍ଭ କରିଦେଇଥିବା ବେଳେ...

ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ ହେବେ ଗୌତମ ଗମ୍ଭୀର: ରିପୋର୍ଟ

ନୂଆଦିଲ୍ଲୀ,୧୭।୫: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଏହି ପଦ...

ପଡ଼ିଆରେ ଲଢେଇ, ଡ୍ରେସିଂ ରୁମ୍‌ରେ କୋଳାକୋଳି

ନୂଆଦିଲ୍ଲୀ,୧୭।୫: ଆଇପିଏଲ ୨୦୨୪ର ୬୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସର ଘରୋଇ...

କୋହଲିଙ୍କ ପରି ତାଙ୍କ ଝିଅ ବି ହେବେ କ୍ରିକେଟର୍‌! ଏବେଠୁ କଲେଣି…

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୪ର ପ୍ଲେ ଅଫରେ ପହଞ୍ଚିବା ଲକ୍ଷ୍ୟରେ ରହିଛି। ଏହି ଦଳ ଆଜି ଚେନ୍ନାଇ ସୁପର...

କ୍ରିଷ୍ଟିଆନ ରୋନାଲଡୋ ସର୍ବାଧିକ ଦରମା ପ୍ରାପ୍ତ ଆଥଲେଟ୍

ନୂଆଦିଲ୍ଲୀ,୧୭ା୫: ବିଶ୍ୱର ଶ୍ରେଷ୍ଠ ଆୟ କରୁଥିବା ଖେଳାଳିଙ୍କ ତାଲିକା ଫୋର୍ବସ୍ ପକ୍ଷରୁ ପ୍ରକାଶ ପାଇଛି। ଏହି ତାଲିକାରେ ତାରକା ଫୁଟବଲର କ୍ରିଷ୍ଟିଆନ ରୋନାଲଡୋ ଶୀର୍ଷରେ ରହିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri