Posted inଖେଳ

ଚୁର୍‌ମାର୍‌ ହେଲା କୋହଲିଙ୍କ ସ୍ବପ୍ନ: ଗୋଟିଏ ବି ଆଇସିସି ଟ୍ରଫି ନ ଜିତିପାରି କଲେ ହ୍ୟାଟ୍ରିକ୍‌

ସାଉଥାମ୍ପଟନ୍‌,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆକୁ ୮ ଉଇକେଟରେ ପରାସ୍ତ କରିଛି। ଫଳରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପୁଣି ଥରେ ନରାଶ ହେବାକୁ ପଡିଛି। ଅଧିନାୟକ ଭାବରେ ବିରାଟଙ୍କୁ ଇତିହାସ ସୃଷ୍ଟି କରିବାର ସୁଯୋଗ ମିଳିଥିଲା କିନ୍ତୁ ତାହା ହୋଇପାରିଲା ନାହିଁ। କେବଳ ଏତିକି ନୁହେଁ, ବିରାଟ କୋହଲି ପୁଣି ଥରେ ଆଇସିସି ଟ୍ରଫି ଜିତିବାରେ ବିଫଳ ହୋଇଥିଲେ। କୋହଲି ଆଇସିସି ଟ୍ରଫି ହରାଇ ହ୍ୟାଟ୍ରିକ କରିଛନ୍ତି। କ୍ରମାଗତ ତୃତୀୟ ଥର ପାଇଁ ଆଇସିସି ଟ୍ରଫିରେ ପହଞ୍ଚିବା ପରେ ବିରାଟଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ହାରିଛି।
ଚାମ୍ପିଅନ୍ସ ଟ୍ରଫି ୨୦୧୭ : ୨୦୧୭ ମସିହାରୁ ଅଧିନାୟକ ଭାବରେ ଆଇସିସି ଟ୍ରଫିରେ ବିରାଟଙ୍କ ହାରିବା ଧାରା ଆରମ୍ଭ ହୋଇଥିଲା। ଏହି ବର୍ଷ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପହଞ୍ଚି ଥିଲା। କିନ୍ତୁ ଫାଇନାଲ୍‌ରେ ପାକିସ୍ତାନଠାରୁ ହାରିଯାଇଥିଲା। ଫାଇନାଲ୍‌ରେ ପାକିସ୍ତାନ ୪ ଉଇକେଟ୍‌ ହରାଇ ୩୩୮ ରନ ସଂଗ୍ରହ କରିଥିଲା, ଏହାର ଜବାବରେ ଟିମ ଇଣ୍ଡିଆ ୧୫୮ରନରେ ଅଲଆଉଟ୍‌ ହୋଇଯାଇଥିଲା।
ବିଶ୍ୱକପ ୨୦୧୯: ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ପୁଣି ଥରେ ୨୦୧୯ ଦିନିକିଆ ବିଶ୍ୱକପ୍‌ର ସେମିଫାଇନାଲରେ ପହଞ୍ଚିଥିଲା। ଗୋଟିଏ ମ୍ୟାଚ ନ ହରାଇ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଥିଲା। ଦଳ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିଥିଲା କିନ୍ତୁ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ମଞ୍ଚେଷ୍ଟରରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ମାତ୍ର ୨୩୯ ରନ ସ୍କୋର କରିଥିଲା, କିନ୍ତୁ ବିରାଟ, ରୋହିତ, ଧୋନୀଙ୍କ ଭଳି କିମ୍ବଦନ୍ତୀ ବିଶିଷ୍ଟ ଟିମ୍‌ ଇଣ୍ଡିଆ ୨୨୧ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଫଳରେ ପୁଣି ଥରେ ଆଇସିସି ଟ୍ରଫି ଜିତିବାର ସୁଯୋଗ ହାତଛଡ଼ା କରିଥିଲା।

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ: ୨୦୧୯ରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆ କ୍ରମାଗତ ଭଲ ପ୍ରଦର୍ଶନ କରିଥିଲା। ଏହି ଦଳ ଅଷ୍ଟ୍ରେଲିଆକୁ ନିଜ ଘରେ ପରାସ୍ତ କରିବାର କୀର୍ତ୍ତିମାନ କରିଥିଲା, କିନ୍ତୁ ଫାଇନାଲରେ ନ୍ୟୁଜିଲାଣ୍ଡ ପୁଣି ଥରେ ଜିତିବା ବାଟରେ ବାଧା ସୃଷ୍ଟି କରିଥିଲା। ସାଉଥାମ୍ପଟନ୍‌ରେ ଖେଳାଯାଇଥିବା ଅନ୍ତିମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ଅଧିକ ଶକ୍ତିଶାଳୀ ଭାରତୀୟ ଦଳ ବିଜୟରୁ ବଞ୍ଚିତ ହୋଇଥିଲେ।

ଭାରତ କ୍ରମାଗତ ପଞ୍ଚମ ଥର ପାଇଁ ଆଇସିସି ଟ୍ରଫି ହାତଛଡା କରିଛି। ଭାରତ ଟି -୨୦ ବିଶ୍ୱକପ ୨୦୧୪ର ଫାଇନାଲରେ ହାରିଥିଲା, ୨୦୧୬ ଟି-୨୦ ବିଶ୍ୱକପର ସେମିଫାଇନାଲରେ ହାରଥିଲା। ଏବଂ ପରେ ଚାମ୍ପିଅନ୍ସ ଟ୍ରଫି ୨୦୧୭, ଆଇସିସି ବିଶ୍ୱକପ ୨୦୧୯ ଏବଂ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ହାରିଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?