ଭୁଲରେ ବି ମହୁ ସହ ଖାଆନ୍ତୁ ନାହିଁ ଏସବୁ

ମହୁ ସ୍ବାସ୍ଥ୍ୟ ପାଇଁ ଅଧିକ ଉପକାରୀ ହୋଇଥିବା ବେଳେ, ଥଣ୍ଡା ଲାଗି ବରଦାନ ସଦୃଶ ହୋଇଥାଏ। ଥଣ୍ଡା ସମୟରେ ତୁଳସୀପତ୍ରରେ ମହୁ ମିଶାଇ ସେବନ କଲେ ଥଣ୍ଡା କଟିଥାଏ। ତେବେ ଏପରି କେତେକ ଜିନିଷ ଅଛି ଯେଉଁଥିରେ ମହୁ ମିଶାଇ ସେବନ କରିବା ଫଳରେ କ୍ଷତି ଘଟିଥାଏ। ଜାଣନ୍ତୁ ସେ ସମ୍ପର୍କରେ…

ଗରମ ଜିନିଷ: ମହୁ ଗରମ ହୋଇଥିବାରୁ ଏହାକୁ ଗରମ ଜିନିଷ ସହ ଖାଇବା ଅନୁଚିତ। ଏହା କରିବା ଫଳରେ ପେଟ ଗରମ ହୋଇଯାଇଥାଏ।

ଚାହା, କଫି: ଶର୍ଦ୍ଦି ସମୟରେ ଅନେକ କହିଥାନ୍ତି ଚା କିମ୍ବା କଫି ସହ ମହୁକୁ ମିଶ୍ରଣ କରି ପିଇବାକୁ ମାତ୍ର ଏହା ଠିକ୍‌ ହୋଇ ନ ଥାଏ ଏପରି କରିବା ଫଳରେ ଶରୀର ତାପମାତ୍ରା ବଢ଼ିଥାଏ।

ମୂଳା: ମୂଳା ସହିତ ଏହାକୁ ଖାଇବା ଭୟଙ୍କର ହୋଇଥାଏ। ଏଥିରେ ଶରୀରରେ ଟକ୍ସିନ୍‌ ବଢ଼ିଥାଏ। ଯାହା ଶରୀରର ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ।

ଗରମ ପାଣି: ଅନେକ ଓଜନ କମ୍‌ କରିବା ପାଇଁ ଗରମ ପାଣିରେ ମହୁ ମିଶାଇ ପିଇଥାନ୍ତି । ମାତ୍ର ଏପରି କରିବା ଫଳରେ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri