ଆଧାର କାର୍ଡରେ ଭୁଲ୍‌ ଜନ୍ମ ତାରିଖ: ଭତ୍ତା ପାଇବାରୁ ବଞ୍ଚିତ ଦୁଇଭାଇ

ଚମ୍ପୁଆ, ୧୮।୩ (ଡି.ଏନ.ଏ)- ପରିଚୟ ପତ୍ର ମାଧ୍ୟମରେ ମଣିଷ ପରିଚୟ ପାଏ ସତ ମାତ୍ର ଉକ୍ତ ପରିଚୟ ପତ୍ରରେ ଯଦି ଜନ୍ମ ତାରିଖ ଭୁଲ ହୋଇଯାଏ ତେବେ ମଣିଷ ପାଇଁ ସରକାରୀ ଯୋଜନା ପାଲଟିଯାଏ ସାତ ସପନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ରଜିଆ ଗ୍ରାମରେ। ବୟସର ଅପରାହ୍ନରେ ପହଞ୍ଚିସାରିଥିବା ଅବିବାହିତ ଦୁଇଭାଇ ଭତ୍ତାରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି। ବଡଭାଇ ଯୋଗେନ୍ଦ୍ର ମହାରଣାଙ୍କ ବୟସ ୮୦ ବର୍ଷ ହୋଇଥିବା ବେଳେ ସାନଭାଇ ଅର୍ଜୁନଙ୍କ ବୟସ ୭୦ରୁ ଉର୍ଦ୍ଧ୍ୱ। ମାତ୍ର ମିଳିଥିବା ଆଧାର କାର୍ଡରେ ବଡଭାଇଙ୍କ ବୟସ ୩୫ ହୋଇଥିବା ବେଳେ ସାନଭାଇଙ୍କ ବୟସ ୫୦ ବୋଲି ଉଲ୍ଲେଖ ରହିଛି। ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆଧାର କାର୍ଡ ଜରୁରୀ ହୋଇଥିବା ବେଳେ ଉକ୍ତ ଆଧାରରେ ଉଭୟଙ୍କ ବୟସ ଭତ୍ତା ପାଇଁ ଯୋଗ୍ୟ ହୋଇ ନ ଥିବାରୁ ଆବେଦନ ପରେ ବି ଏହା ନାକଚ ହେଶଇଯାଉଛି। ଅନ୍ୟପକ୍ଷରେ ବଡଭାଇ ଯୋଗେନ୍ଦ୍ର ଦୀର୍ଘଦିନ ହେବ ଫାଇଲେରିଆ ରୋଗରେ ଆକ୍ରନ୍ତ ହୋଇ କାମଦାମ କରି ନ ପାରି ଘରେ ପଡିରହିଥିବା ବେଳେ ସାନଭାଇ ମଜୁରି କରି ଆଣୁଥିବା ଅର୍ଥରେ ଦୁଇଭାଇ ଯେନତେନ ପ୍ରକାର ଚଳିଯାଉଛନ୍ତି ବୋଲି କହିଛନ୍ତି। ଏମାନଙ୍କର ଭୋଟର କାର୍ଡ ନ ଥିବା କହିଛନ୍ତି। ଏ ନେଇ ରଜିଆ ସରପଞ୍ଚ ଜୟକିଶୋରୀ ନାଏକଙ୍କୁ ପଚାରିବାରୁ ଏଭଳି ଲୋକମାନେ ତାଙ୍କ ସମସ୍ୟା ସମ୍ବନ୍ଧରେ ଆମକୁ ଅବଗତ କରୁନାହାନ୍ତି। ତୁରନ୍ତ ଉଭୟଙ୍କ ଆଧାର ସଂଶୋଧନ କରାଯାଇ ଭତ୍ତା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

ଭୁଲରେ ବି ଏପରି ରଖନ୍ତୁ ନାହିଁ ଅଫିସ ବ୍ୟାଗ: କ୍ୟାରିୟର ହେବ ବଡ଼ କ୍ଷତି, ପାଖରୁ ପଳାଇବ ସବୁ ଧନ !

ଅଫିସରୁ ଫେରିବା ପରେ ଥକିଯାଇ ଅନେକ ସମୟରେ ଆମେ ନିଜ ଅଫିସ ବ୍ୟାଗକୁ ଘରର ଯେକୌଣସି ସ୍ଥାନରେ ରଖିଦେଉ। କେହି କେହି ତ ବ୍ୟାଗ ଖୋଲିବା ମାତ୍ରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?