Posted inଜାତୀୟ

‘ଭାଜପା ନେତାମାନେ ବିରୋଧ କରିବାକୁ ଦେଇଥିଲେ ଅନୁମତି’ ନାବାଳିକା ବୟାନ ବଦଳାଇବା ଉପରେ ସାକ୍ଷୀ ମଲିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୬: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ସମ୍ପର୍କରେ ଦିଲ୍ଲୀ ପୋଲିସ ଗୁରୁବାର କୋର୍ଟରେ ଏକ ଚାର୍ଜଶିଟ ଦାଖଲ କରିଛି। ବ୍ରିଜ୍‌ଭୂଷଣଙ୍କ ଉପରେ ଲାଗୁ ହୋଇଥିବା ପୋସ୍କୋ ଆକ୍ଟ ହଟାଇବାକୁ ପୋଲିସ କୋର୍ଟକୁ ସୁପାରିଶ କରିଥିବା ଜଣାପଡିଛି।

ବିରୋଧୀ କୁସ୍ତିଯୋଦ୍ଧାମାନେ ସେମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି, କିନ୍ତୁ ଚାର୍ଜଶିଟ ପରେ ଖେଳାଳିଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ସମ୍ପର୍କରେ ସେମାନେ କିଛି ସ୍ପଷ୍ଟ କରି ନାହାଁନ୍ତି। ଏହି ସମୟରେ କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ଏବଂ ତାଙ୍କ ସ୍ବାମୀ ସତ୍ୟବ୍ରତ କାଦିଆନ ଶନିବାର ଏହି ଆନ୍ଦୋଳନ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ।

ସତ୍ୟବ୍ରତ କାଦିଆନ ଏବଂ ସାକ୍ଷି ମଲିକ ଏହି ଭିଡିଓ ରିଲିଜ କରି କହିଛନ୍ତି ଯେ, ଏହା ଆମ ଆନ୍ଦୋଳନକୁ ନେଇ ରାଜନୀତି କରାଯାଉଛି। ଅନେକ ଲୋକ କୁହନ୍ତି ଯେ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡା ଏହି ଆନ୍ଦୋଳନକୁ ପ୍ରବର୍ତ୍ତାଇଛନ୍ତି, କିନ୍ତୁ ଜାନୁୟାରୀରେ ଆମେ ପ୍ରଥମେ ଯନ୍ତରମନ୍ତରରେ ଧାରଣା ଆରମ୍ଭ କରିଥିଲୁ। ଯନ୍ତରମନ୍ତର ପୋଲିସ ଷ୍ଟେଶନରେ ଏହି ପ୍ରଦର୍ଶନ ପାଇଁ ଭାଜପା ନେତା ତିର୍ଥ ରାଣା ଏବଂ ବବିତା ଫୋଗାଟଙ୍କ ଅନୁମତି ନେଇଥିଲୁ।

କାଦିଆନ କହିଛନ୍ତି , ଆମର ଲଢେଇ ସରକାରଙ୍କ ସହ ନୁହେଁ, ସାକ୍ଷୀ ମଲିକ କହିଛନ୍ତି ଯେ କାହିଁକି ଏତେ ଦିନ ଆମେ ଚୁପ ରହିଲୁ ବୋଲି କୁହାଯାଏ। ଏହାର କାରଣ ହେଲା ଆମ ମଧ୍ୟରେ କୌଣସି ଏକତା ନଥିଲା। ସେ ଦାବି କରିଛନ୍ତି ଯେ, ନାବାଳିକାଙ୍କ ପରିବାରକୁ ଧମକ ଦିଆଯାଉଥିବାରୁ ସେ ଏହି କାରଣରୁ ବୟାନକୁ ବଦଳାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?