Posted inଖେଳ

ଡବ୍ଲ୍ୟୁପିଏଲ୍‌: ବିଭିନ୍ନ ଦଳର ଶକ୍ତି ଓ ଦୁର୍ବଳତା

ଡବ୍ଲ୍ୟୁପିଏଲ୍‌ର ପ୍ରଥମ ସଂସ୍କରଣରେ ଅଂଶଗ୍ରହଣ କରୁଥିବା ୫ ଫ୍ରାଞ୍ଚାଇଜ୍‌ ଦଳର ଖେଳାଳି ତାଲିକା ଚୂଡ଼ାନ୍ତ ହୋଇଯାଇଛି। ବିଭିନ୍ନ ଦଳର ଶକ୍ତି ଓ ଦୁର୍ବଳତାକୁ ନେଇ ଏହି ଉପସ୍ଥାପନା..
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଖେଳାଳି: ୧୮, ଖର୍ଚ୍ଚ: ୧୧.୯ କୋଟି
ମୁଖ୍ୟ ଖେଳାଳି: ପୁରୁଷ ଆଇପିଏଲ୍‌ରେ ବିରାଟ କୋହଲି, ଏବି ଡି’ଭିଲର୍ସ ଓ କ୍ରିସ୍‌ ଗେଲ୍‌ଙ୍କୁ ନେବାଭଳି ମହିଳା ପ୍ରିମିୟର ଲିଗ୍‌ରେ ଏହି ଫ୍ରାଞ୍ଚାଇଜ୍‌ ସ୍ମୃତି ମନ୍ଧାନା, ୪ ଥର ଟି୨୦ ବିଶ୍ୱକପ ବିଜୟିନୀ ଏଲିସେ ପେରୀ ଓ ଦକ୍ଷିଣ ଆଫ୍ରିକାର ଡାନେ ଭାନ୍‌ ନିକର୍କଙ୍କ ପରି ନିର୍ଭୀକ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିଛି।
ଶକ୍ତି: ଏହି ଦଳର ତାରକା ଖଚିତ ବିଦେଶୀ ଖେଳାଳିମାନେ ବହୁଗୁଣ ସମ୍ପନ୍ନ। ପେରୀ, ସୋଫି ଡେଭିନେ, ଭାନ୍‌ ନିକର୍କ, ହିଥର ନାଇଟ ଆଦି ସମସ୍ତେ ବ୍ୟାଟିଂ ଓ ବୋଲିଂ କରିବାର ଦକ୍ଷତା ରଖିଛନ୍ତି। ଏହା ବ୍ୟତୀତ ବିସ୍ଫୋରକ ବ୍ୟାଟିଂ କରୁଥିବା ମନ୍ଧାନା, ରିଚା ଘୋଷ, ରେଣୁକା ସିଂ ଆଦି ହାଇ ପ୍ରୋଫାଇଲ ଭାରତୀୟ ଅନ୍ତର୍ଜାତୀୟ ଅଭିଜ୍ଞ ସମ୍ପନ୍ନ ଖେଳାଳି। ଏମାନେ ମ୍ୟାଚର ମୋଡ଼ ବଦଳାଇବାକୁ ସକ୍ଷମ।
ଦୁର୍ବଳତା: ଏହି ଦଳରେ କ୍ୱାଲିଟି ଭାରତୀୟ ରିଷ୍ଟ ସ୍ପିନର ନାହାନ୍ତି। ମୁମ୍ବାଇର ଲାଲ ମାଟିରେ ସେମାନଙ୍କ ଅନୁପସ୍ଥିତି ଅନୁଭୂତ ହୋଇପାରେ।
ମୁମ୍ବାଇ ଇଣ୍ଡିଆନ୍ସ
ଖେଳାଳି: ୧୭, ଖର୍ଚ୍ଚ: ୧୨ କୋଟି
ମୁଖ୍ୟ ଖେଳାଳି: ହରମନପ୍ରୀତ କୌର, ନାତାଲି ସ୍କିଭର-ବ୍ରଣ୍ଟ ଓ ପୂଜା ବସ୍ତ୍ରକାର କୌଣସି ପରିସ୍ଥିତିରେ ମ୍ୟାଚର ମୋଡ଼ ବଦଳାଇବାକୁ ସକ୍ଷମ। ୨୦୧୩ରେ ମୁମ୍ବାଇରେ ହିଁ ହରମନପ୍ରୀତ କ୍ୟାରିୟରରେ ପ୍ରଥମ ବିଶ୍ୱକପ ଶତକ ହାସଲ କରିଥିଲେ। ଉଭୟ ପେସ୍‌ ଓ ସ୍ପିନ ଖେଳିବାକୁ ସ୍କିଭର-ବ୍ରଣ୍ଟ ମାହିର। ସେ କ୍ୱାଲିଟି ମିଡିୟମ ପେସ୍‌ ବୋଲିଂ ମଧ୍ୟ କରିଥାନ୍ତି। ବସ୍ତ୍ରକାର ହେଉଛନ୍ତି ଲୋୟର ଅର୍ଡରରେ ଜଣେ ବିଗ୍‌-ହିଟର। ମିଡିଲ ଓଭରରେ ସେ ଭଲ ବୋଲିଂ କରିଥାନ୍ତି।
ଶକ୍ତି: ବ୍ୟାକ୍‌ଅପ୍‌ ଖେଳାଳି ଦଳର ମୁଖ୍ୟ ଶକ୍ତି। ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଏକାଧିକ ଖେଳାଳି ଏଥିରେ ଅଛନ୍ତି।
ଦୁର୍ବଳତା: ଉଇକେଟ କିପର ୟାସ୍ତିକା ଭାଟିଆଙ୍କର କେହି ବ୍ୟାକ୍‌ଅପ୍‌ ନାହାନ୍ତି। ଏହା ବ୍ୟତୀତ ଦଳରେ ଭାରତୀୟ ଦ୍ରୁତ ବୋଲରଙ୍କ ଅଧିକ ବିକଳ୍ପ ମଧ୍ୟ ନାହାନ୍ତି।
ଗୁଜରାଟ ଜାଏଣ୍ଟ୍ସ
ଖେଳାଳି: ୧୮, ଖର୍ଚ୍ଚ: ୧୧.୫ କୋଟି
ମୁଖ୍ୟ ଖେଳାଳି: ଘରୋଇ କ୍ରିକେଟରେ ସ୍ନେହ ରାଣାଙ୍କ ପର୍ଯ୍ୟାପ୍ତ ଅଭିଜ୍ଞତା ଥିବାରୁ ସେ ଗୁଜରାଟ ଜାଏଣ୍ଟ୍ସ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି। ରେଲଓ୍ବେ ଦଳର ମୁଖ୍ୟ କୋଚ୍‌ ନୁଶିନ ଅଲୀ ଖାଦିରଙ୍କ ଉପସ୍ଥିତି ମଧ୍ୟ ଦଳକୁ ଫାଇଦାରେ ରଖିବ। ଏହା ବ୍ୟତୀତ ଅଷ୍ଟ୍ରେଲିଆର ଆଶ୍‌ଲେ ଗାର୍ଡନରଙ୍କ ଉପସ୍ଥିତି ମଧ୍ୟ ଦଳକୁ ଫାଇଦାରେ ରଖିବ। ବିକ୍ରି ହେବାର ଗୋଟିଏ ଦିନପରେ ସେ ଟି୨୦ରେ କ୍ୟାରିୟର ଶ୍ରେଷ୍ଠ ବୋଲିଂ କରିଛନ୍ତି।
ଶକ୍ତି: ଦଳରେ ବିଭିନ୍ନ ବିଭାଗ ପାଇଁ ଭଲ ସ୍ପେଶାଲିଷ୍ଟ ବିଦେଶୀ ଖେଳାଳି ଅଛନ୍ତି। ଡିଅଣ୍ଡ୍ରା ଡୋଟିନ ଓ ଆନାବେଲ ସୁଥରଲାଣ୍ଡଙ୍କ ପରି ସିମ୍‌-ବୋଲିଂ ଅଲ୍‌ରାଉଣ୍ଡର ମ୍ୟାଚର ମୋଡ଼ ପରିବର୍ତ୍ତନ କରିବାର ଦକ୍ଷତା ରଖିଛନ୍ତି।
ଦୁର୍ବଳତା: ଅଭିଜ୍ଞ ଭାରତୀୟ ଖେଳାଳିଙ୍କ ଅଭାବ ଅନୁଭୂତ ହେବ। ହର୍ଲିନ ଦେଓଲ, ଏସ. ମେଘନା ଓ ଡି. ହେମଲତାଙ୍କ ବ୍ୟତୀତ ଅନ୍ୟ କୌଣସି ସ୍ଥାନୀୟ ଖେଳାଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ଥିତି ସମ୍ଭାଳିବାକୁ ନାହାନ୍ତି।
ୟୁପି ଓ୍ବାରିୟର୍ଜ
ଖେଳାଳି ୧୬, ଖର୍ଚ୍ଚ: ୧୨ କୋଟି
ମୁଖ୍ୟ ଖେଳାଳି: ଓ୍ବାରିୟର୍ଜର ଟପ୍‌ ଅର୍ଡରରେ ଆଲିସା ହିଲି ମୁଖ୍ୟ ଭୂମିକା ଗ୍ରହଣ କରିବେ। ତାଙ୍କ ନିକଟରେ ପର୍ଯ୍ୟାପ୍ତ ଅନ୍ତର୍ଜାତୀୟ ଅଭିଜ୍ଞତା ରହିଛି। ସେ ବିଶ୍ୱର ଅନ୍ୟତମ ବିସ୍ଫୋରକ ବ୍ୟାଟରଭାବେ ପରିଚିତ। ଏହି ଅଷ୍ଟ୍ରେଲୀୟ ଖେଳାଳିଙ୍କ ଷ୍ଟ୍ରାଇକ୍‌ ହାର ୧୨୮.୨୬ ରହିଛି। ବିଶେଷ ପରିସ୍ଥିତିରେ ସେ ଏକାକୀ ଦଳକୁ ଜିତାଇବାର ଦକ୍ଷତା ରଖିଛନ୍ତି। ଦୀପ୍ତି ଶର୍ମା ଦ୍ୱିତୀୟ ଭାରତୀୟ ମହଙ୍ଗା ଖେଳାଳିଭାବେ ଏହି ଦଳକୁ ୨.୬ କୋଟି ଟଙ୍କାରେ ଯାଇଛନ୍ତି। ମୁମ୍ବାଇର ସ୍ପିନ୍‌ ଫ୍ରେଣ୍ଡଲୀ କଣ୍ଡିଶନରେ ସେ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ ଦେଖାଇବା ଆଶା ରହିଛି।
ଶକ୍ତି: ଓ୍ବାରିୟର୍ଜ ହେଉଛି ଏକ ସନ୍ତୁଳିତ ଦଳ। ଦୀପ୍ତି, ଦେବୀକା ବୈଦ୍ୟ, ପାର୍ଶଭି ଚୋପ୍ରା, ଟାହଲିଆ ମ୍ୟାକଗ୍ରା ଓ ଗ୍ରେସ୍‌ ହାରିସଙ୍କ ପରି ଦକ୍ଷ ଅଲ୍‌ରାଉଣ୍ଡର ଏହି ଦଳରେ ରହିଛନ୍ତି। ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଏମାନେ ଖେଳର ମୋମେଣ୍ଟମ ବଦଳାଇ ଦେଇପାରିବେ। ସ୍ପିନର ତ୍ରୟ ରାଜେଶ୍ୱରୀ ଗାଏକ୍ୱାଡ, ସୋଫି ଏକେଲଷ୍ଟୋନ ଓ ଦୀପ୍ତିଙ୍କ ଉପସ୍ଥିତି ଏବଂ ଶବନିମ ଇସମାଇଲ ଓ ଅଞ୍ଜଳି ସର୍ଭାନିଙ୍କ ପେସ୍‌ ଦଳକୁ ବୋଲିଂ ବିଭାଗରେ ବେଶ୍‌ ଶକ୍ତିଶାଳୀ କରିଛି। ଟପ୍‌ ଅର୍ଡରରେ ହିଲି, ୧୯ ବର୍ଷରୁ କମ୍‌ ଭାରତୀୟ ଓପନର ଶ୍ୱେତା ଶେରାଓ୍ବତ ଓ ମ୍ୟାକଗ୍ରା ରହିଛନ୍ତି।
ଦୁର୍ବଳତା: କିରନ ନଭଗିରେ ଓ ବିଶେଷ ଜଣାଶୁଣା ନ ଥିବା ଲକ୍ଷ୍ମୀ ଯାଦବଙ୍କ ଉପରେ ମିଡିଲ ଅର୍ଡର ବ୍ୟାଟିଂ ନିର୍ଭର କରିବ। ଯଦି ଇନିଂସ ଆରମ୍ଭରେ ଶୀଘ୍ର ଉଇକେଟ ପଡ଼ିଯାଏ ତେବେ ଆଙ୍କର ଭୂମିକା ନେବାପାଇଁ ମଧ୍ୟ ଦଳରେ ସେମିତି ଅଧିକ ଖେଳାଳି ନାହାନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସ
ଖେଳାଳି: ୧୮, ଖର୍ଚ୍ଚ: ୧୧.୬୫ କୋଟି
ମୁଖ୍ୟ ଖେଳାଳି: ନିଜ ନେତୃତ୍ୱରେ ମେଗ୍‌ ଲାନିଂ ଏକାଧିକ ଥର ଅଷ୍ଟ୍ରେଲିଆକୁ ବିଶ୍ୱକପ ବିଜେତା କରିଛନ୍ତି। ଜେମିମା ରୋଡ୍ରିଗ୍ବେଜ, ଶେଫାଳି ବର୍ମା ଓ ମାରିଜାନେ କାପ୍ସଙ୍କ ଫର୍ମ ା ମଧ୍ୟ ଦଳପାଇଁ ଉପଯୋଗୀ ସାବ୍ୟସ୍ତ ହେବ।
ଶକ୍ତି: ଶେଫାଳି, ରୋଡ୍ରିଗ୍ବେଜ ଓ ଲାନିଂଙ୍କୁ ନେଇ କ୍ୟାପିଟାଲ୍ସର ଟପ୍‌ ଅର୍ଡର ବେଶ୍‌ ଶକ୍ତିଶାଳୀ। ପୁନମ ଯାଦବ, ଜେସ ଜୋନାସେନ, ରାଧା ଯାଦବ, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡୀ ଓ ମାରିଜାନେ କାପ୍‌ଙ୍କୁ ନେଇ ଏହାର ବୋଲିଂ ଗ୍ରୁପ୍‌ରେ ମଧ୍ୟ ଅନେକ ଅନ୍ତର୍ଜାତୀୟ ଅଭିଜ୍ଞ ଖେଳାଳି ରହିଛନ୍ତି।
ଦୁର୍ବଳତା: ଏହି ଦଳରେ ତାନିଆଙ୍କର ବ୍ୟାକ୍‌ଅପ୍‌ ଉଇକେଟ କିପର କେହି ନାହାନ୍ତି। ଏହା ଆବଶ୍ୟକ ସମୟରେ ଚିନ୍ତାର କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri