Posted inଖେଳ

ଓମେନ୍ସ ପ୍ରିମିୟର ଲିଗ୍‌: ପ୍ରଥମ ସଂସ୍କରଣ ପାଇଁ ପ୍ରସ୍ତୁତି ଶେଷ

ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ସର୍ବ ପ୍ରଥମ ସଂସ୍କରଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୫ଟି ଫ୍ରାଞ୍ଚାଇଜ୍‌ ଦଳକୁ ନେଇ ଏହି ପ୍ରତିଯୋଗିତା ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଲିଗ୍‌ରେ ମୋଟ ୨୨ଟି ମ୍ୟାଚ ଖେଳାଯିବ। ମ୍ୟାଚଗୁଡ଼ିକ ମୁମ୍ବାଇର ବ୍ରାବୋର୍ନ ଓ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଖେଳାଳି ନିଲାମ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଛି। ଏଥିରେ ୫୯.୫ କୋଟି ଟଙ୍କା ବିନିମୟରେ ମୋଟ ୮୭ ଖେଳାଳି କିଣା ଯାଇଥିବାବେଳେ ଭାରତର ସ୍ମୃତି ମନ୍ଧାନା ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ସର୍ବ ପ୍ରଥମ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ କ୍ଷେତ୍ର ପ୍ରସ୍ତୁତ। ପ୍ରଥମ ସଂସ୍କରଣରେ ୫ଟି ଫ୍ରାଞ୍ଚାଇଜ୍‌ ଦଳ ଅଂଶଗ୍ରହଣ କରିବେ। ସେଗୁଡ଼ିକ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜାଏଣ୍ଟ୍ସ, ୟୁପି ଓ୍ବାରିଅର୍ଜ ଓ ମୁମ୍ବାଇ ଇଣ୍ଡିଆନ୍ସ। ପ୍ରତିଯୋଗିତାର ଖେଳାଳି ନିଲାମ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଛି। ଏଥିରେ ୫୯.୫ କୋଟି ଟଙ୍କା ବିନିମୟରେ ମୋଟ ୮୭ ଖେଳାଳି କିଣା ଯାଇଥିବା ବିସିସିଆଇ ସୂତ୍ରରୁ ପ୍ରକାଶ କରାଯାଇଛି।
୩ ଟପିଲେ ୩ କୋଟି: ଡବ୍ଲ୍ୟୁପିଏଲ୍‌ ଖେଳାଳି ନିଲାମରେ ୭ ଖେଳାଳି ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ କିଣା ଯାଇଛନ୍ତି। ଏପରିକି ୩ ଖେଳାଳି ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ମଧ୍ୟ କିଣାଯାଇଛନ୍ତି। ସେମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ଭାରତୀୟ ଓପନର ସ୍ମୃତି ମନ୍ଧାନା। ତାଙ୍କ ମୂଲ୍ୟ ରହିଛି ୩.୪ କୋଟି ଟଙ୍କା। ତାଙ୍କ ତଳକୁ ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର ଆଶ୍‌ଲେ ଗାର୍ଡନର ୩.୨ ଓ ଇଂଲଣ୍ଡର ନାତାଲି ସ୍କିଭର-ବ୍ରଣ୍ଟଙ୍କ ମୂଲ୍ୟ ୩.୨ କୋଟି ଟଙ୍କା ରହିଛି। କେବଳ ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ଓ୍ବାରିଅର୍ଜ ସମ୍ପୂର୍ଣ୍ଣ ୧୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ମାତ୍ର ଏହି ଦୁଇ ଦଳ ଆବଶ୍ୟକ ୧୮ ଖେଳାଳି କିଣିବାରେ ସମର୍ଥ ହୋଇନାହାନ୍ତି। ଯଥାକ୍ରମେ ୧୭ ଓ ୧୬ ଖେଳାଳି କିଣି ସମସ୍ତ ଅର୍ଥ ସାରିଛନ୍ତି। କେବଳ ଗୁଜରାଟ ଜାଏଣ୍ଟ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପୂରା ୧୮ ଖେଳାଳି କିଣିବାରେ ସକ୍ଷମ ହୋଇଛନ୍ତି। ଏହା ସତ୍ତ୍ୱେ ସେମାନଙ୍କ ନିକଟରେ ଯଥାକ୍ରମେ ୫ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ବଳିଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ଖେଳାଳି କୋଟା ପୂରଣ ପାଇଁ ମାତ୍ର ୧୧.୬୫ କୋଟି ଟଙ୍କା ଆବଶ୍ୟକ କରିଛି।
ମନ୍ଧାନାଙ୍କ ପାଇଁ ଦୌଡ଼: ସ୍ମୃତି ମନ୍ଧାନା ଡବ୍ଲ୍ୟୁପିଏଲ୍‌ ନିଲାମରେ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ। ତାଙ୍କ ନାଁ ନିଲାମ ପ୍ରକ୍ରିୟାରେ ଆସିବା ମାତ୍ରେ ଘୋଡ଼ା ଦୌଡ଼ ଆରମ୍ଭ ହୋଇ ଯାଇଥିଲା। ତାଙ୍କ ପାଇଁ ୨୮ ଥର ପାଡେଲ ଉଠିଥିଲା, ଯାହାକି କୌଣସି ଖେଳାଳିଙ୍କ କ୍ଷେତ୍ରରେ ସର୍ବାଧିକ। ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜ୍‌ ମଧ୍ୟରେ ମୁଖ୍ୟତଃ ଦୌଡ଼ ଲାଗିଥିଲା। ଶେଷରେ ସେ ତାଙ୍କ ବେସ୍‌ ପ୍ରାଇସ୍‌ଠାରୁ ୬.୮ ଗୁଣା ଅଧିକ ମୂଲ୍ୟରେ ବାଙ୍ଗାଲୋର ଦଳକୁ ଯାଇଥିଲେ। କୌଣସି ଖେଳାଳିଙ୍କ ପାଇଁ ଦୁଇ ଫ୍ରାଞ୍ଚାଇଜ୍‌ ମଧ୍ୟରେ ଏତେ ସମୟ ପ୍ରତିଦ୍ୱନ୍ଦ୍ୱିତା ଏହା ପ୍ରଥମ ଥିଲା। ଅନ୍ୟପକ୍ଷରେ ୫ ଖେଳାଳିଙ୍କ ପାଇଁ ୪ ଫ୍ରାଞ୍ଚାଇଜ୍‌ ମଧ୍ୟରେ ଦୌଡ଼ ଦେଖିବାକୁ ମିଳିଥିଲା। ସେମାନେ ହେଲେ ହରମନପ୍ରୀତ କୌର, ଦୀପ୍ତି ଶର୍ମା, ବେଥ୍‌ ମୁନୀ, ମାରିଜାନେ କାପ୍‌ ଓ ତାଲିଆ ମ୍ୟାକ୍‌ଗ୍ରା।
ଅଷ୍ଟ୍ରେଲୀୟ ଖେଳାଳିଙ୍କ ଚାହିଦା: ଅନ୍ତର୍ଜାତୀୟ ସ୍ତରରେ ମହିଳା କ୍ରିକେଟରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନର ପ୍ରଭାବ ଡବ୍ଲ୍ୟୁପିଏଲ୍‌ ଖେଳାଳି ନିଲାମ ଉପରେ ପଡ଼ିଥିଲା। ବିଦେଶୀ ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲୀୟଙ୍କ ଚାହିଦା ଅଧିକ ରହିଥିଲା। ନିଲାମରେ ୩୦ ବିଦେଶୀ ଖେଳାଳି ବିକ୍ରି ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୪ ଅଷ୍ଟ୍ରେଲିଆର ଥିଲେ। ଅଷ୍ଟ୍ରେଲିଆ ଖେଳାଳିଙ୍କ ପାଇଁ ଫ୍ରାଞ୍ଚାଇଜ୍‌ମାନେ ୧୪.୨୫ କୋଟି ଟଙ୍କା ବ୍ୟୟ କରିଥିଲେ। ଯାହାକି ୫ ଦଳର ମୋଟ ଖର୍ଚ୍ଚର ପାଖାପାଖି ଏକ ଚତୁର୍ଥାଂଶ। ୫୭ ଜଣ ଭାରତୀୟ ଖେଳାଳି ୩୨.୨ କୋଟି ଟଙ୍କାରେ ବିକ୍ରି ହୋଇଥିଲେ। ଏ କ୍ଷେତ୍ରରେ ଇଂଲଣ୍ଡ ଖେଳାଳିମାନେ ତୃତୀୟ ସ୍ଥାନରେ ରହିଥିଲେ। ଏହାର ୭ ଖେଳାଳି ୭.୩୫ କୋଟି ଟଙ୍କାରେ ବିକ୍ରି ହୋଇଥିଲେ। ସହଯୋଗୀ ଦେଶ ଗୁଡ଼ିକ ମଧ୍ୟରୁ କେବଳ ତାରା ନୋରିସଙ୍କୁ କ୍ୟାପିଟାଲ୍ସ କିଣିଥିଲା। ନୋରିସ ହେଉଛନ୍ତି ଆମେରିକାର ବାମହାତୀ ସିମର। ୨୦୨୨ରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ତେବେ ୨୦୧୪ରୁ ୨୦୨୨ ମଧ୍ୟରେ ସେ ଇଂଲଣ୍ଡରେ ୧୦୦ରୁ ଊର୍ଦ୍ଧ୍ୱ ପେସାଦାର ସୀମିତ ଓଭର ମ୍ୟାଚ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ୫୭ ଖେଳାଳିଙ୍କ ପାଇଁ ନିଲାମରେ ୫୪.୨୫ କୋଟି ଟଙ୍କା ବ୍ୟୟ ହୋଇଥିଲା। ୩୦ ଅନ୍‌କ୍ୟାପେଡଙ୍କ ପାଇଁ ୫.୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ବିଦେଶର ମାତ୍ର ଜଣେ ଅନ୍‌କ୍ୟାପେଡ ଖେଳାଳି ଅଷ୍ଟ୍ରେଲିଆର ଲୌରା ହାରିସ ବିକ୍ରି ହୋଇଥିଲେ। ତାଙ୍କୁ କ୍ୟାପିଟାଲ୍ସ ୪୫ ଲକ୍ଷ ଟଙ୍କାରେ କିଣିଥିଲା। ଅନ୍‌କ୍ୟାପେଡ ଭାବେ ସେ ଥିଲେ ଦ୍ୱିତୀୟ ସର୍ବାଧିକ ମହଙ୍ଗା ଖେଳାଳି। ତନୁଜା କନଓ୍ବର ୫୦ ଲକ୍ଷ ଟଙ୍କାରେ ଜାଏଣ୍ଟ୍ସ ଦଳକୁ ଯାଇ ଏହି ତାଲିକାର ଶୀର୍ଷରେ ଅଛନ୍ତି।
ଅଲ୍‌ରାଉଣ୍ଡରଙ୍କ ଉପରେ ଫୋକସ: ନିଲାମ ସମୟରେ ଫ୍ରାଞ୍ଚାଇଜ୍‌ଗୁଡ଼ିକ ହାତରେ ୧୨ କୋଟି ଟଙ୍କା ଲେଖାଏ ରହିଥିବାରୁ ସେମାନେ ଅଲ୍‌ରାଉଣ୍ଡରଙ୍କୁ ଫୋକସ କରିଥିଲେ। ନିଲାମରେ ବିକ୍ରି ହୋଇଥିବା ଖେଳାଳିଙ୍କ ମଧ୍ୟରୁ ୪୬ ଜଣ ଥିଲେ ଅଲ୍‌ରାଉଣ୍ଡର। ଏମାନଙ୍କ ମଧ୍ୟରୁ ପ୍ରତି ଦଳରେ ଅତିକମ୍‌ରେ ୭ ଜଣ ଲେଖାଏ ରହିଛନ୍ତି। ଓଭରଅଲ୍‌ ଅଲ୍‌ରାଉଣ୍ଡରଙ୍କ ପାଇଁ ୩୪.୩ କୋଟି ଟଙ୍କା ବିକ୍ରି ହୋଇଥିବା ଜଣାଯାଇଛି। ଏହା ମଧ୍ୟରେ ଅଷ୍ଟ୍ରେଲିଆର ୯ ଖେଳାଳିଙ୍କ ପାଇଁ ୯.୬ କୋଟି ଟଙ୍କା ସାମିଲ। ମାତ୍ର ୧୭ ଜଣ ସ୍ପେଶାଲିଷ୍ଟ ବୋଲର ନିଲାମ ସମୟରେ ବିକ୍ରି ହୋଇଛନ୍ତି। ଅନ୍ୟ ୨୪ ଜଣଙ୍କ ମଧ୍ୟରେ ସ୍ପେଶାଲିଷ୍ଟ ବ୍ୟାଟର କିମ୍ବା ଉଇକେଟ କିପର ବ୍ୟାଟର ରହିଛନ୍ତି। ଆଇସିସି ର଼୍ୟାଙ୍କିଙ୍ଗର ଟପ୍‌-୧୦ରେ ଥିବା ବୋଲରଙ୍କ ମଧ୍ୟରୁ ମାତ୍ର ୬ ଜଣ ବିକ୍ରି ହୋଇଛନ୍ତି। ଏହି ୬ ଜଣଙ୍କ ମଧ୍ୟରୁ ୩ ଜଣ ଅଲ୍‌ରାଉଣ୍ଡର।
ହାପି ବିଡର ଦିଲ୍ଲୀ କ୍ୟାପିଟାଲ୍ସ: ଅକ୍ସନ ଟେବୁଲରେ ସବୁଠାରୁ ସକ୍ରିୟ ରହିଥିଲା କ୍ୟାପିଟାଲ୍ସ ଟିମ୍‌। ଏହି ଦଳ ୩୮ ଖେଳାଳିଙ୍କ ପାଇଁ ବିଡ୍‌ କରିଥିଲା ଏବଂ ୧୮ ଖେଳାଳି କିଣିଥିଲା। ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ବେସ୍‌ ପ୍ରାଇସ୍‌ରେ ହିଁ ନେଇଥିଲା। ୟୁପି ଓ୍ବାରିଅର୍ଜ ବିଡ୍‌ ଲଗାଇଥିବା ୧୫ ଖେଳାଳିଙ୍କ ମଧ୍ୟରୁ ୭ ଜଣଙ୍କୁ ବେସ୍‌ ପ୍ରାଇସ୍‌ରେ କିଣି ପାରିଥିଲା।
ସର୍ବକନିଷ୍ଠ ଓ ବୟସ୍କ: ଖେଳାଳି ନିଲାମରେ ସବୁଠାରୁ ବୟସ୍କ ଖେଳାଳିଭାବେ ବିକ୍ରି ହୋଇଥିଲେ ଜାସିଆ ଅଖତର। ସେ ହେଉଛନ୍ତି ଜଣେ ୩୪ ବର୍ଷୀୟ ଅନ୍‌କ୍ୟାପେଡ ଭାରତୀୟ। ବିକ୍ରି ହୋଇଥିବା ଖେଳାଳିଙ୍କ ମଧ୍ୟରେ ଆଉ ୩ ଖେଳାଳି ଟୁର୍ନାମେଣ୍ଟ ଆରମ୍ଭ ବେଳକୁ ୩୪ ବର୍ଷରୁ ଉର୍ଦ୍ଧ୍ୱ ହୋଇ ଯାଇଥିବେ। ଏମାନେ ହେଲେ ଇରିନ ବନର୍‌ସ, ଶବନମ ଇସମାଇଲ ଓ ହରମନପ୍ରୀତ। ସର୍ବକନିଷ୍ଠ ଖେଳାଳିଙ୍କ ମଧ୍ୟରେ ୨ ଜଣ ୧୫ ବର୍ଷୀୟ ରହିଥିବା ଜଣାଯାଇଛି। ସେମାନେ ହେଲେ ସୋନମ ଯାଦବ ଓ ଶବନମ ଶକିଲ। ସୋନମ ଜୁଲାଇ ୨୦୦୭ରେ ଜନ୍ମ ହୋଇଥିଲେ। ଶକିଲ ହେଉଛନ୍ତି ତାଙ୍କଠାରୁ ୧ ମାସ ବଡ଼। ବିଦେଶୀ ଖେଳାଳିଙ୍କ ମଧ୍ୟରେ ସର୍ବକନିଷ୍ଠ ଅଛନ୍ତି ଆଲିସେ କାପ୍‌ସେ। ୨୦୦୪ ଅଗଷ୍ଟରେ ଜନ୍ମିତ ଇଂଲଣ୍ଡର କାପ୍‌ସେଙ୍କୁ ଏବେ ୧୮ ବର୍ଷ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?