Posted inଖେଳ

ମୁମ୍ବାଇ ମାଲାମାଲ୍‌: ଜାଣନ୍ତୁ କାହାକୁ ମିଳିଲା କେତେ ପୁରସ୍କାର ରାଶି

ମୁମ୍ବାଇ,୨୭।୩: ମହିଳା ପ୍ରିମିୟର ଲିଗର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ଦୁଇ ଦଳ ମଧ୍ୟରେ ମ୍ୟାଚ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ ଜିତିଥିବା ଦଳ ମାଲାମାଲ ହୋଇଛି। ଟ୍ରଫି ଜିତିବା ସହିତ ମୁମ୍ବାଇ ଦଳ ମଧ୍ୟ ପୁରସ୍କାର ରାଶି ଭାବରେ ୬ କୋଟି ଟଙ୍କା ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସକୁ ରନର୍ସ ଅପ ୩ କୋଟି ଟଙ୍କା ମିଳିଛି।

ଡବ୍ଲ୍ୟୁପିଏଲ୍‌ରେ ଉପଲବ୍ଧ ପୁରସ୍କାର ରାଶି ଆଇପିଏଲ ତୁଳନାରେ ବହୁତ କମ। ଗତ ବର୍ଷ ଆଇପିଏଲ ଚାମ୍ପିଅନ ହୋଇଥିବା ଗୁଜରାଟ ଟାଇଟାନ୍ସର ଦଳ ପୁରସ୍କାର ରାଶି ଭାବରେ ୨୦ କୋଟି ଟଙ୍କା ପାଇଥିଲେ। ଏଥି ସହିତ ରନର୍‌ ଅପ ରାଜସ୍ଥାନ ରୟାଲ୍ସକୁ ୧୨.୫ କୋଟି ଟଙ୍କା ଚେକ ମିଳିଥିଲା।
ଯଦି ଆମେ ମହିଳା ପ୍ରିମିୟର ଲିଗରେ ଚାମ୍ପିଅନ ଦଳ ଦ୍ୱାରା ପ୍ରାପ୍ତ ପରିମାଣକୁ ପାକିସ୍ତାନ ସୁପର ଲିଗ (ପିଏସଏଲ) ସହିତ ତୁଳନା କରୁ, ତେବେ ଏକ ବଡ଼ ପାର୍ଥକ୍ୟ ଅଛି। ପିଏସଏଲ ରେ ଏଥର ଚାମ୍ପିଅନ ହୋଇଥିବା ଲାହୋର କ୍ୱାଲାଣ୍ଡର୍ସ ଦଳ ୧୨୦ ମିଲିୟନ ପାକିସ୍ତାନୀ ଟଙ୍କା ପାଇଛି। ଭାରତୀୟ ଟଙ୍କାରେ ଏହା ଏହା ୩.୪ କୋଟି ଟଙ୍କା। ମହିଳା ପ୍ରିମିୟର ଲିଗରେ ବିଜେତା ଦଳ ପିଏସଏଲ ଚାମ୍ପିୟନ ତୁଳନାରେ ପ୍ରାୟ ଦୁଇଗୁଣ ପାଇଛନ୍ତି।

ଡବ୍ଲ୍ୟୁପିଏଲ୍‌ ଫାଇନାଲ ପୁରସ୍କାର ତାଲିକା:
ପାଓ୍ବାରଫୁଲ ଷ୍ଟାଇକର୍‌ ଅଫ୍‌ ଦ ମ୍ୟାଚ୍‌: (ଟ୍ରଫି ଏବଂ ୧ ଲକ୍ଷ ଟଙ୍କା): ରାଧା ଯାଦବ
ପ୍ଲେୟାର ଅଫ ଦି ମ୍ୟାଚ (ଟ୍ରଫି ଏବଂ ୨.୫ ଲକ୍ଷ ଟଙ୍କା): ନାତାଲୀ ସ୍କିଭର ବ୍ରଣ୍ଟ
ପାଓ୍ବାରଫୁଲ ଷ୍ଟାଇକର୍‌ ଅଫ୍‌ ଦ ସିଜନ (ଟ୍ରଫି ଏବଂ ୫ ଲକ୍ଷ ଟଙ୍କା): ସୋଫି ଡିଭାଇନ
ଇମଜିଂ ପ୍ଲେୟାର ଅଫ୍‌ ଦ ସିଜିନ୍‌ (ଟ୍ରଫି ଏବଂ ୫ ଲକ୍ଷ ଟଙ୍କା): ଯସ୍ତିକା ଭାଟିଆ
ଫେୟାରପ୍ଲେ ପୁରସ୍କାର: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ
କ୍ୟାଚ ଅଫ ସିଜନ ପୁରସ୍କାର (ଟ୍ରଫି ଏବଂ ୫ ଲକ୍ଷ ଟଙ୍କା): ହରମାନପ୍ରୀତ କୌର

ଗୋଟିଏ ସିଜିନ୍‌ରେ ଅଧିକାଂଶ ଉଇକେଟ ପାଇଁ ପର୍ପଲ କ୍ୟାପ (କ୍ୟାପ ଏବଂ ୫ ଲକ୍ଷ ଟଙ୍କା): ହେଲି ମାଥ୍ୟୁସ
ଗୋଟିଏ ସିଜିନ୍‌ରେ ଅଧିକାଂଶ ରନ ପାଇଁ ଅରେଞ୍ଜ କ୍ୟାପ (କ୍ୟାପ ଏବଂ ୫ ଲକ୍ଷ ଟଙ୍କା): ମେଗ ଲାନିଙ୍ଗ
ସିଜନର ସବୁଠାରୁ ମୂଲ୍ୟବାନ ଖେଳାଳି (ଟ୍ରଫି ଏବଂ ୫ ଲକ୍ଷ ଟଙ୍କା): ହେଲି ମାଥ୍ୟୁସ
ରନର୍‌ ଅପ ଦଳ (ଟ୍ରଫି ଏବଂ ୩ କୋଟି ଟଙ୍କା): ଦିଲ୍ଲୀ କ୍ୟାପିଟାଲ୍ସ
ବିଜେତା ଦଳ (ଟ୍ରଫି ଏବଂ ୬ କୋଟି ଟଙ୍କା): ମୁମ୍ବାଇ ଇଣ୍ଡିଆନ୍ସ୍‌


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?