Posted inଫୁରସତ

ଗଛକୁ ପୂଜା କଲେ ମାନସିକ ହେଉଛି ପୂରଣ …

ଛତିଶଗଡ଼ର ବାଲ୍କୋ ବନଖଣ୍ଡ ଅଞ୍ଚଳର କୋରଓ୍ବା ବ୍ଲକ୍‌ର ସତରେଙ୍ଗା ଗାଁରେ ରହିଛି ୧୪ ଶହ ବର୍ଷର ଏକ ଶାଳ ଗଛ। ଏଠାକାର ବାସିନ୍ଦା ଏହି ଗଛକୁ ଦେବତା ଭଳି ପୂଜା କରିଥାନ୍ତି। ବିବାହ ତଥା ବିଭିନ୍ନ ପର୍ବପର୍ବାଣିରେ ଗଛ ନିକଟରେ ପୂଜା କରନ୍ତି ଗ୍ରାମବାସୀ। ଏହି ଗଛର ଉଚ୍ଚତା ୨୮ ମିଟର ଓ ଗୋଲେଇ ୨୮ଫୁଟ ୨ ଇଞ୍ଚ। ଏହାକୁ ବନଖଣ୍ଡ କର୍ମଚାରୀମାନେ ୨୦୦୬ରେ ଚିହ୍ନଟ କରିଥିଲେ। ଏହାର ବୟସ ଜାଣିବା ପାଇଁ ଗଛର କେତେକ ସଂଗୃହୀତ ନମୂନା ଡେରାଡୁନ୍‌ ସ୍ଥିତ ବନ ଗବେଷଣା ବିଭାଗକୁ ପଠାଯାଇଥିଲା। ଗବେଷଣାରୁ ଜଣାପଡିଥିଲା ଗଛଟିର ବୟସ ୧୪ଶହ ବର୍ଷରୁ ଅଧିକ ହେବ। ତେବେ ଶାଳ ଗଛର ଆୟୁଷ ୨ ହଜାର ବର୍ଷ ହୋଇଥାଏ ବୋଲି ଡେରାଡୁନ୍‌ ସ୍ଥିତ ବନ ଗବେଷଣା ବିଭାଗ ପକ୍ଷରୁ ସୂଚିତ କରାଯାଇଥିଲା। ଏହି ଗଛକୁ ଦେଖିବାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସୁଛନ୍ତି। ଆଉ ଏଠାରେ ଗାଁ ଲୋକେ ବିଭିନ୍ନ ମାନସିକ ପୂଜା ମଧ୍ୟ କରିଥାନ୍ତି। ଏଭଳି କରିବା ଦ୍ୱାରା ଲୋକଙ୍କ ମାନସିକ ପୂରଣ ହେଉଥିବା ଗ୍ରାମବାସୀ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ୱାଗାର୍ଡ ଟ୍ୟାପ ଅନ୍‌ କରି ଏମିତି ପାଣି ପିଉଛି ବିଲେଇ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ବିଲୁପ୍ତି ପଥେ ଡାଇଭିଂ ବାର୍ଡ

ଓ୍ବାଶିଂଟନ୍‌: ଜଳବାୟୁ ପରିବର୍ତ୍ତନ ପ୍ରତ୍ୟେକ ଜୀବକୁ ପ୍ରଭାବିତ କରିଛି। ଏପରି ଅନେକ ପ୍ରଜାତିର ଜୀବ ରହିଛନ୍ତି, ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବାର ସାହାରା ଖୋଜି ପାଇଛନ୍ତି।...

‘ବଚପନ୍‌ କା ପ୍ୟାର୍‌..’ ଗାଇ ସମସ୍ତଙ୍କ ହୃଦୟ ଜିତିଥିଲେ ଏହି କୁନି ଗାୟକ: ଏବେ ବାଦ୍‌ଶାହଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ବି ହୋଇଗଲେ ଫ୍ୟାନ୍‌…

ନୂଆଦିଲ୍ଲୀ: ସ୍କୁଲ ପୋଷାକ ପିନ୍ଧି ପ୍ରେମ ଗୀତଟିଏ ଗାଇଦେଲେ। ପରେ ତାହା ସୋସିଆଲ ମିଡିଆରେ ଏତେ ଭାଇରାଲ ହୋଇଗଲା ଯେ ଏବେ ସେ ସବୁଆଡେ ଚର୍ଚ୍ଚାରେ।...

ନନ୍ଦ ମାଷ୍ଟ୍ରେଙ୍କ ଚାଟଶାଳୀ

ଜୀବନର ଅପରାହ୍ନରେ ସେ ଉପନୀତ। ତଥାପି ବଞ୍ଚେଇ ରଖିଛନ୍ତି ଗାଁ ଚାଟଶାଳୀକୁ। କିନ୍ତୁ ଶିକ୍ଷା କ୍ଷେତ୍ରରେ ସେବା ଓ ତ୍ୟାଗ ପାଇଁ ତାଙ୍କୁ ମିଳିଛି ଦେଶର...

ଫାଦର୍ସ ଡେ’: କୋଟିପତି ବାପାଙ୍କ ସଫଳ ଝିଅ

ବାପା ଏବଂ ଝିଅର ସମ୍ପର୍କ ସବୁଠାରୁ ଭିନ୍ନ। ସବୁ ଝିଅଙ୍କ ପାଇଁ ସେମାନଙ୍କ ବାପା ହେଉଛନ୍ତି ପ୍ରଥମ ହିରୋ। ଜୁନ୍‌ ମାସର ତୃତୀୟ ରବିବାରକୁ ଫାଦର୍ସ...

ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ଦିନସାରା ହ୍ବିଲ୍‌ ଚେୟାରରେ ବସି ରହିଲେ ୧୦ ବିଧାୟକ

ଓ୍ବାଶିଂଟନ,୫।୩: ହ୍ବିଲ୍‌ ଚେୟାରରେ ବସି ରହି ଦିବ୍ୟାଙ୍ଗଙ୍କ କିଭଳି ଅନୁଭୁତି ହୋଇଥାଏ ତାହା ଜଣାଇବା ପାଇଁ ଆମେରିକାର ଜଣେ ଛାତ୍ର ଏକ ନିଆରା ପଦକ୍ଷେପ ନେଇଛନ୍ତି।...

ଶିବ-ପାର୍ବତୀ ଭୂମିକାରେ କରୁଥିଲେ ଅଭିନୟ, ଏହି ବେଶରେ ହିଁ ବିବାହ ବନ୍ଧନରେ ବାନ୍ଧିହେଲେ

ଲକ୍ଷ୍ନୌ,୧।୪: କାନପୁର ଅଞ୍ଚଳରେ ଏକ ବିବାହ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ବରକନ୍ୟା ଶିବ-ପାର୍ବତୀ ବେଶ ଧାରଣ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହିଁଙ୍କ...

ଚକମା ଦେଖାଇ ଗଧିଆ ଛୁଆକୁ କାବୁ କରିନେଲେ ମହିଳା: ଶେଷ ଯାଏଁ ନ ଦେଖିଲେ ଜାଣି ହେଲାନି ଚାଲ୍‌

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

Advertisement
Archives

Model This Week