ସାର୍ବଜନୀନ ସ୍ଥାନରେ ପୂଜା ମନା

ପୁରୀ ଅଫିସ,୨୧।୮: ପୁରୀ ଜିଲାର କୌଣସି ସର୍ବସାଧାରଣ ସ୍ଥାନରେ ଏଥର ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ବୃଦ୍ଧି ହାରକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। କୌଣସି ଯୁବକ ସଂଘ, ଅନୁଷ୍ଠାନ, କ୍ଲବ କିମ୍ବା ବ୍ୟକ୍ତିବିଶେଷ ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି କଟକଣା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସବୁଠି ଲାଗୁ ହେବ। ଏହାର ଉଲ୍ଲଂଘନ କଲେ ସମ୍ପୃକ୍ତ ଅନୁଷ୍ଠାନ, କ୍ଲବ, ବ୍ୟକ୍ତିବିଶେଷଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ନିଜ ଘରେ ଗଣେଶ ପୂଜା ଉତ୍ସବ ପାଳନ କରାଯିବା ଉପରେ କୌଣସି କଟକଣା ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ଦିନକ ପରେ ଗଣେଶ ପୂଜା ଥିବାବେଳେ ପ୍ରଶାସନର ଏଭଳି ବିଳମ୍ବ ନିଷ୍ପତ୍ତିକୁ ନେଇ ମୂର୍ତ୍ତି କାରିଗରଙ୍କଠାରୁ ଆରମ୍ଭ କରି ବିଭିନ୍ନ କ୍ଲବର ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏ ନେଇ ମୂର୍ତ୍ତି କାରିଗର ବଳରାମ ସାହୁ କହିଛନ୍ତି, କରୋନା ପାଇଁ ପ୍ରଶାସନର ଏହି ନିଷ୍ପତ୍ତିକୁ ଆମେ ଅବମାନନା କରୁନାହୁଁ। କିନ୍ତୁ ୧୫/୨୦ ଦିନ ପୂର୍ବରୁ ବନ୍ଦ ନିଷ୍ପତ୍ତି ନିଆଯାଇଥିଲେ ଆଜି କାରିଗରମାନେ ଶହ ଶହ ସଂଖ୍ୟାରେ ମୂର୍ତ୍ତି ଗଢି ନ ଥାନ୍ତେ। ଅନେକ କ୍ଲବ ପକ୍ଷରୁ ଅର୍ଡର ଦିଆଯାଇଥିବାରୁ ସେମାନେ ମୂର୍ତ୍ତି ନିର୍ମାଣ ଶେଷ କରିଥିଲେ। ଦିନକ ପରେ ପୂଜା ଥିବାବେଳେ କାରିଗରମାନେ ଏବେ କରିବେ କ’ଣ? କ୍ଲବ ପକ୍ଷରୁ କିଏ ୧୦୦/୨୦୦ ଟଙ୍କା ଆଡଭାନ୍ସ ଦେଇଛନ୍ତି। ହେଲେ ଗୋଟିଏ ଗୋଟିଏ ମୂର୍ତ୍ତିର ଦାମ୍‌ ୫ ହଜାରଠାରୁ ଆରମ୍ଭ କରି ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ବର୍ତ୍ତମାନ ସେମାନେ ନେବେ ନାହିଁ। କାରିଗର ଏଥିରେ ଖର୍ଚ୍ଚ କରିଥିବା ଟଙ୍କା ଏବଂ ପାରିଶ୍ରମିକ କେମିତି ପାଇବ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଦରଜି ପୋଖରୀ ଛକ ପୂଜା କମିଟି ସମ୍ପାଦକ ଗୁରୁଦତ୍ତ ସ୍ବାଇଁ କହିଛନ୍ତି, ଯଦି ପ୍ରଶାସନ ପୂର୍ବରୁ ଏହି ନିଷ୍ପତ୍ତି ନେଇଥାନ୍ତା ତେବେ ଆମେ କାରିଗରଙ୍କୁ ମୂର୍ତ୍ତି ତିଆରି କରିବାକୁ ଅର୍ଡର ଦେଇ ନ ଥାନ୍ତୁ। ପୂଜା ପାଇଁ ଆମେ ସବୁ ପ୍ରସ୍ତୁତି ସାରିଥିଲୁ। ତଥାପି କରୋନା ପାଇଁ ପ୍ରଶାସନ ନିଷ୍ପତ୍ତି ଆମକୁ ମାନିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri