ଜଙ୍ଗଲ ନିଆଁକୁ ନେଇ ଚିନ୍ତା

ନୟାଗଡ଼,୫।୪(ଲୋକନାଥ ମିଶ୍ର):ଜଙ୍ଗଲ ସୁରକ୍ଷାକାରୀଙ୍କୁ ଘାରିଛି ନିଅଁା ଚିନ୍ତା। ଜଙ୍ଗଲରେ ନିଅଁା ନ ଲାଗିବା ପାଇଁ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଆଦିବାସୀମାନେ ଗଁାରେ ଆଗୁଆ ସଭା କରି ସଚେତନତା ସୃଷ୍ଟି କରିଛନ୍ତି। ପୁଣି ପାଳି କରି ଜଙ୍ଗଲ ସୁରକ୍ଷାକୁ କଡ଼ାକଡ଼ି କରିଛନ୍ତି। ସେହିପରି ଜଙ୍ଗଲର ବିଭିନ୍ନ ପଥରରେ ନିଅଁା ନ ଲାଗିବା ପାଇଁ ସଚେତନତା ବାର୍ତ୍ତା ଲେଖିଛନ୍ତି। ଏପରି କି ଗଛରୁ ପଡିଥିବା ପତରକୁ ପ୍ରାୟ ୫ ଫୁଟ ଲେଖାଏ ଓଳାଇ ଫାୟାର ଲାଇନ୍‌ ସୃଷ୍ଟି କରିଛନ୍ତି। ଫାୟାର ଲାଇନ୍‌ ଦ୍ୱାରା ଜଙ୍ଗଲରେ ନିଅଁା ଯେପରି ନ ଲାଗିବ ସେଥିପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି। ଆଦିବାସୀଙ୍କ ଏପରି ପଦକ୍ଷେପ ଯୋଗୁ ଚଳିତ ବର୍ଷ ନିଅଁା ଲାଗି ନାହିଁ। ତେବେ ଚଳିତ ବର୍ଷ ଯେପରି ଜଙ୍ଗଲରେ ନିଅଁା ନ ଲାଗିବ ସେଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଛନ୍ତି ଆଦିବାସୀ।
ଦଶପଲ୍ଲା ବ୍ଲକର ବାଙ୍କତଇଲା, ମଞ୍ଜାରୀ, ମିଟୁକୁଳି, ଟାକରା, ଘୁଗୁଡିପଡା, କଦଳୀବାରି ଆଦି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀମାନେ ୨୦୧୯ରୁ ଜଙ୍ଗଲ ସୁରକ୍ଷା କରି ଆସୁଛନ୍ତି। ଜଙ୍ଗଲ ସୁରକ୍ଷା ଯୋଗୁ ବାଙ୍କତଇଲାରେ ୬୭୦ ଏକର, ମଞ୍ଜାରୀରେ ୪୪୦ ଏକର, ମିଟୁକୁଳରେ ୫୦୦ ଏକର, ଟାକରାରେ ୪୦୦ ଏକର, ଘୁଗୁଡିପଡ଼ାରେ ୨୫୦ ଏକର, କଦଳୀବାରିରେ ୧୫୦ ଏକର ଜଙ୍ଗଲ ସୁରକ୍ଷିତ ହୋଇପାରିଛି । ସ୍ଥାନୀୟ ଜଙ୍ଗଲରେ କାଠ ଚୋର, ପଥର ଚୋର ଓ ଶିକାରୀଙ୍କ ଦୌରାମତ୍‌ୟ କମିଯାଇଛି। ପୁଣି ଜଙ୍ଗଲରେ ନିଅଁା ଲଗାଇବାକୁ ଲୋକମାନେ ଡରିଲେଣି। ଏପରିକି କାମ ନ ଥିଲେ ଲୋକମାନଙ୍କୁ ଜଙ୍ଗଲ ଭିତରକୁ ଯିବା ବାରଣ କରାଯାଇଛି। ଏନେଇ ସାନକୁରୁବାରୀ ଗଁାର ପଞ୍ଚାନନ ଜାନି ଓ ବାଙ୍କତଇଲା ଗଁାର ଲକ୍ଷ୍ମୀଧର ମୁଦୁଲି କୁହନ୍ତି, ଜଙ୍ଗଲରେ ନିଅଁା ଲାଗିବା ଦ୍ୱାରା ଗଛଲତା ପୋଡ଼ି ଯିବା ସହ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟୁଛି। ଏହାର ଭୟାବହତା ନେଇ ଆଖପାଖ ଲୋକଙ୍କୁ ସଚେତନତା କରିବା ପରେ ସଫଳତା ମିଳିଛି। ଗତ ବର୍ଷ ଅଳ୍ପ କିଛି ଜଙ୍ଗଲରେ ନିଅଁା ଲାଗିଥିଲା। ଆମେ ଗଛର ଡାଳ, ବାଲି ଓ ପାଣି ସାହାର୍ଯ୍ୟରେ ନିଅଁା ଲିଭାଇଥିଲୁ। ଏଣୁ ଚଳିତ ବର୍ଷ ସଚେତନତାକୁ ଗୁରୁତ୍ୱ ଦେବାରୁ ନିଅଁା ଲାଗିବା କମ୍‌ ହୋଇ ଯାଇଛି। ମୁଣ୍ଡୁଳୀର ନିରାକାର ଜାନି କୁହନ୍ତି, ଜଙ୍ଗଲରେ ପତ୍ର ପଡି ରହିଲେ ମାଟି କ୍ଷୟ କମ୍‌ ହୁଏ। ଅନ୍ୟପକ୍ଷେ ପତ୍ର ପଚିଶଢ଼ି ମାଟିକୁ ଉର୍ବର କରାଏ। ପାହାଡ଼ର ବର୍ଷା ଜଳ ଜମିକୁ ଆସି ଜମିର ଉର୍ବରତା ବଢ଼ାଏ। ଏଣୁ ଆମେ ଜଙ୍ଗଲରେ ଫାୟାର ଲାଇନ କରୁଥିଲେ ମଧ୍ୟ ପତ୍ରକୁ ନଷ୍ଟ କରି ନ ଥାଉ। ମଞ୍ଜାରୀର ଶରତ ମାଝି କୁହନ୍ତି, ନିଅଁା ଲାଗିବା ଦ୍ୱାରା ପାଣିଆଳୁ ଓ କସାଆଳୁ, ମସିଆ, କନ୍ଦା, ବାଉଁଶ କରଡ, ସତାବରୀ ଆଉ ମିଳୁ ନ ଥିଲା। ନିଅଁା ନ ଲାଗିବା ଦ୍ୱାରା ଏଗୁଡିକ ଚଳିତ ବର୍ଷ ଜଙ୍ଗଲରୁ ଅଧିକ ସଂଗ୍ରହ କରାଯାଇଛି। ଏହି ପ୍ରକ୍ରିୟା ଚାଲୁ ରହୁଛି। ଜଙ୍ଗଲ ରହିଲେ ଆମେ ସମସ୍ତେ ସୁରକ୍ଷିତ ରହିବୁ। ଏହି ବାର୍ତ୍ତା ଦେଇ ଆମେ ସମସ୍ତଙ୍କୁ ସଚେତନ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?