ମଧ୍ୟାହ୍ନଭୋଜନରେ ପୋକ, ଚୁଟି

ମହାକାଳପଡ଼ା,୬ା୧ (ଡି.ଏନ.ଏ.): ସଭିଁଏ ପଢ଼ିବେ ସଭିଁଏ ବଢ଼ିବେ ସର୍ବଶିକ୍ଷା ଅଭିଯାନର ସ୍ଲୋଗାନ। ଘରୋଇ ବିଦ୍ୟାଳୟ ପ୍ରତି ମୋହ ତୁଟାଇ କିପରି ସରକାରୀ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ିବେ, ସେଥିପାଇଁ ତୃଣମୂଳ ସ୍ତରରେ ସରକାର ବିଦ୍ୟାଳୟକୁ ସରସ ସୁନ୍ଦର କରୁଛନ୍ତି। ୫-ଟି ମାଧ୍ୟମରେ ବିଦ୍ୟାଳୟକୁ ରୂପାନ୍ତରଣ କରାଯିବା ପରେ ଉପସ୍ଥାନ ବଢ଼ାଇବା ପାଇଁ ଶ୍ରେଣୀ ପ୍ରକୋଷ୍ଠଗୁଡ଼ିକୁ ଅତ୍ୟାଧୁନିକୀକରଣ ସହ ଡିଜିଟାଲାଇଜେଶନ କରାଯାଉଛି। ଶୈକ୍ଷିକ ଓ ଗୁଣାତ୍ମକ ଶିକ୍ଷା ପାଇଁ ଉତ୍ତମ ପରିବେଶ ଗଠନ ନିମନ୍ତେ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି। ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ପ୍ରବେଶ ନିମନ୍ତେ ପୋଷାକ, ପାଠ୍ୟ ପୁସ୍ତକ, ମଧ୍ୟାହ୍ନଭୋଜନ ପାଇଁ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରାଯାଇଛି। ଏହାସତ୍ତ୍ୱେ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପ୍ରତି ମୋହ ତୁଟାଇ ଛାତ୍ରୀଛାତ୍ର ଘରେ ଖାଇ ପୁଣି ବିଦ୍ୟାଳୟକୁ ଯାଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରାମନଗର ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଗୁରୁବାର ପିଲାମାନେ ବିଦ୍ୟାଳୟରୁ ମଧ୍ୟାହ୍ନଭୋଜନ ନ ଖାଇ ଘରକୁ ଖାଇବା ପାଇଁ ଆସୁଥିବା ସାମ୍ନାକୁ ଆସିଛି। କାହିଁକି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ନ ଖାଇ ଘରକୁ ଆସିଛ ବୋଲି ପ୍ରିୟା ମଜୁମଦାର, ଆରାଧ୍ୟା ପାଇକ, ଗାୟତ୍ରୀ ସମଦାର, ମିଥୁନ ମଣ୍ଡଳ, ଶଙ୍କର ମଣ୍ଡଳ, ଶୁଭଜିତ ମଣ୍ଡଳ, ସ୍ନେହା ପାଇକ, ପାୟଲ ମାଝି ଓ ବ୍ରତତୀ ମଣ୍ଡଳ, ରଶ୍ମି ସମଦାର୍‌, ସୁପ୍ରିୟା ସମଦାର୍‌, ମନୋଜ ସାମନ୍ତଙ୍କୁ ପଚାରିବାରୁ ମଧ୍ୟାହ୍ନଭୋଜନ ଭାତରୁ ପୋକ, ଚୁଟି, ପୋଡ଼ି ଯାଇଥିବା ଭାତ ଓ ଅଲଣା ତରକାରି ପରଷା ଯାଉଛି ବୋଲି ଅଭିଯୋଗ କରିଛନ୍ତି। ସରକାରୀ ମଧ୍ୟାହ୍ନଭୋଜନ ନିୟମ ଅନୁସାରେ, ଭୋଜନ ପ୍ରସ୍ତୁତ ପରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ବା ଯାଞ୍ଚ କମିଟି ଖାଦ୍ୟର ମାନ ପରଖିବା କଥା। ହେଲେ ଏଠାରେ ସରକାରୀ ନିୟମକୁ ଅଣଦେଖା କରାଯାଉଛି।
ରାମନଗର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇଶହରୁ ଅଧିକ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟ ଦାୟିତ୍ୱରେ ପ୍ରଧାନଶିକ୍ଷକ ଦୀପଙ୍କର ଦାସ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ରହିଲେଣି। ଦୀର୍ଘଦିନ ହେବ ପିଲାମାନେ ମଧ୍ୟାହ୍ନଭୋଜନ ନ ଖାଇ ଘରକୁ ଫେରୁଥିବାରୁ ବୁଦ୍ଧିଜୀବୀ ମହଲରେ ଏହାକୁ ନାପସନ୍ଦ କରାଯାଇଛି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଦାସଙ୍କ ମତାମତ ନେବାରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ କରି ନ ଥିଲେ। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେଉରାଙ୍କୁ ପଚାରିବାରେ ଏହି ଘଟଣାରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri