ହ୍ରାସ ପାଇଛି ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୬।୧: ଗତ ବର୍ଷର ଶେଷ ମାସରେ ଭାରତୀୟ ଅଟୋ ବଜାରରେ ଗାଡ଼ି ବିକ୍ରି ମାନ୍ଦା ରହିଥିବା ସୂଚନା ମିଳିଛି। ଏପରିକି ୨୦୨୨ ଅକ୍ଟୋବର ଏବଂ ନଭେମ୍ବର ମାସରେ ଗାଡ଼ି ବିକ୍ରିରେ ସକାରାତ୍ମକ ପ୍ରଭାବ ପଡ଼ିଥିବା ବେଳେ, ଡିସେମ୍ବରରେ ଏହାର ସଂଖ୍ୟା ହ୍ରାସ ପାଇଥିବା ଜଣାପଡ଼ିଛି। ବିଶେଷ କରି ରିଟେଲ୍‌ ଅଟୋମୋବାଇଲ୍‌ ବିକ୍ରିରେ ୫% ହ୍ରାସ ଘଟିଥିବା ଫେଡେରେସନ ଅଫ୍‌ ଅଟୋମୋବାଇଲ୍‌ ଡିଲର୍ସ ଆସୋସିଏସନ୍‌ (ଫାଡା) ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ୨୦୨୨ ଡିସେମ୍ବରରେ ୧୧,୩୩,୧୩୮ ୟୁନିଟ୍‌ ୨ ଚକିଆ ଗାଡ଼ି ବିକ୍ରି ହୋଇଥିବା ବେଳେ ଏହି ସମୟରେ ୩ ଚକିଆ ୬୩,୬୫୫ ୟୁନିଟ୍‌ ଗାଡି ବିକ୍ରି ହୋଇଛି। ଏପରିକି ବାଣିଜ୍ୟଭିତ୍ତିକ ଗାଡ଼ି ୬୬,୯୪୫ ୟୁନିଟ୍‌ ବିକ୍ରି ହୋଇଥିବା ବେଳେ ପାସେଞ୍ଜର ଗାଡ଼ି ୨,୮୦,୦୧୬ ୟୁନିଟ୍‌ ବିକ୍ରି ରେକର୍ଡ କରିଛି। ସେହିପରି ଏହି ଅବଧି ମଧ୍ୟରେ ଟ୍ରାକ୍ଟର ୭୮,୫୬୩ ୟୁନିଟ୍‌ ଗାଡ଼ି ବିକ୍ରି ରେକର୍ଡ କରିଥିବା ଫାଡା ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଫାଡା ସଭାପତି ରାଜ ସିଙ୍ଗାନିଆ କହିଛନ୍ତି, ଗତ ୨ ମାସର ଭଲ ବିକ୍ରି ପରେ ଡିସେମ୍ବରରେ କୋଭିଡ୍‌ ଆଶଙ୍କାରୁ ବିକ୍ରି କମିଥିବାବେଳେ ୨୦୨୨ରେ ଦେଶରେ ମୋଟ ଖୁଚୁରା ଗାଡ଼ି ବିକ୍ରି ବୃଦ୍ଧି ପାଇଛି। ଏପରିକି ପାସେଞ୍ଜର ଗାଡ଼ି ସର୍ବାଧିକ ୩.୪୩ ନିୟୁତ ୟୁନିଟ୍‌ ଗାଡ଼ି ବିକ୍ରି ହୋଇଥିବା ଜଣାପଡ଼ିଛି। ସେହିପରି ପାସେଞ୍ଜର ଗାଡ଼ି ବ୍ୟତୀତ ଟ୍ରାକ୍ଟର ସେଗମେଣ୍ଟ ହେଉଛି ଅନ୍ୟ ଏକ ବିଭାଗ ଯେଉଁଥିରେ ୨୦୨୧, ୨୦୨୦ ଏବଂ ୨୦୧୯ ଠାରୁ ଅଧିକ ବିକ୍ରି ହୋଇଛି ବୋଲି ସେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ୨୦୨୨ ଡିସେମ୍ବର ମାସରେ ଓଭରଅଲ୍‌ କ୍ଷେତ୍ରରେ ୫% ଗାଡ଼ି ବିକ୍ରି ହ୍ରାସ ଘଟିଥିବାବେଳେ ୨ଚକିଆ କ୍ଷେତ୍ରରେ ୧୧% କମିଥିବା ସୂଚନା ମିଳିଛି। ସେହିଭଳି ୩ ଚକିଆ କ୍ଷେତ୍ରରେ ୪୨%, ପିଭି କ୍ଷେତ୍ରରେ ୮%, ଟ୍ରାକ୍ଟର ୫% ଏବଂ ସିଭି କ୍ଷେତ୍ରରେ ୧୧% ବୃଦ୍ଧି ଘଟିଥିବା ରେର୍କଟ କରାଯାଇଛି। ସୂଚନାଯୋଗ୍ୟ, ୨୦୨୨ ଡିସେମ୍ବରରେ ୧୬ ଲକ୍ଷ ୨୨ ହଜାର ୩୧୭ ଗାଡ଼ି ବିକ୍ରି ହୋଇଥିଲାବେଳେ ୨୦୨୧ ଡିସେମ୍ବରରେ ୧୭ ଲକ୍ଷ ୧୪ ହଜାର ୯୪୨ ଗାଡି ବିକ୍ରି ରେକର୍ଡ କରାଯାଇଛି ବୋଲି ଫାଡା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?