Posted inଖେଳ

ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌: ବଜରଙ୍ଗ ଶ୍ରେଷ୍ଠ ଭାରତୀୟ

୨୦୧୮ରୁ ଆରମ୍ଭ ହୋଇଥିଲା ଭାରତୀୟ ରେସ୍‌ଲିଂର ସ୍ବର୍ଣ୍ଣିମ ଯୁଗ। ବଜରଙ୍ଗ ପୁନିଆ ରୌପ୍ୟ ପଦକ ବିଜୟୀ ହୋଇ ଇତିହାସ ରଚିଥିଲେ। ପ୍ରଥମ ଭାରତୀୟ ରେସ୍‌ଲର ଭାବରେ ବଜରଙ୍ଗ ବିଶ୍ୱ ଚାମ୍ପିୟନଶିପରେ ଦୁଇଟି ପଦକ ହାସଲ କରିଥିଲେ। ପରବର୍ଷ ଅର୍ଥାତ୍‌ ୨୦୧୯ରେ ଭାରତ ଜିତିଥିଲା ୫ ପଦକ….

ସର୍ବିୟାର ବେଲ୍‌ଗ୍ରେଡଠାରେ ନିକଟରେ ସମାପ୍ତ ହୋଇଛି ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌। ବିଶ୍ୱ କୁସ୍ତି ମହାସଂଘ (ୟୁଡବ୍ଲ୍ୟୁଏଲ୍‌) ଦ୍ୱାରା ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ) ବାସନ୍ଦ ଥିବାରୁ ଭାରତୀୟ କୁସ୍ତିଯୋଦ୍ଧାମାନେ ନ୍ୟୁଟ୍ରାଲ ଆଥଲେଟ ଭାବରେ ଲଢେଇ କରିଥିଲେ। ଭାରତୀୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲେ ମଧ୍ୟ ଆଶାର କିରଣ ଭାବରେ ଉଭା ହୋଇଥିଲେ ଅନ୍ତିମ ପଙ୍ଘାଲ। ୧୯ ବର୍ଷୀୟ ଅନ୍ତିମ ପୂର୍ବତନ ବିଶ୍ୱ ଚାମ୍ପିୟନଙ୍କୁ ପରାସ୍ତ କରିଥିବା ବେଳେ ଏକମାତ୍ର ଭାରତୀୟ ଖେଳାଳି ଭାବରେ ବ୍ରୋଞ୍ଜ ପଦକ ଜିତି ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। କିଛି ମାସ ପୂର୍ବରୁ ଭିନେଶ ଫୋଗଟଙ୍କ ସିଲେକ୍ସନକୁ ଚ୍ୟାଲେଞ୍ଜ କରିଥିବା ଅନ୍ତିମ ବର୍ତ୍ତମାନ ଭାରତୀୟ ରେସ୍‌ଲିଂରେ ନୂତନ ସମ୍ଭାବନା ସୃଷ୍ଟି କରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ରେ ଏହା ଭାରତର ୨୩ ତମ ପଦକ। ଷଷ୍ଠ ମହିଳା ଖେଳାଳି ଭାବରେ ଅନ୍ତିମ ବିଶ୍ୱ ଚାମ୍ପିୟନଶିପରେ ପଦକ ହାସଲ କରିଥିଲେ। ୧୭ ଜଣ ପୁରୁଷ ଏହି ତାଲିକାରେ ସାମିଲ ଅଛନ୍ତି। ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତା ବଜରଙ୍ଗ ପୁନିଆ ସଫଳତମ ଭାରତୀୟ ଆଥଲେଟ ଭାବରେ ସର୍ବାଧିକ ୪ଟି ପଦକ ଜିତିଛନ୍ତି। ପଦକ ବିଜେତା ସମସ୍ତ ଭାରତୀୟ ଆଥଲେଟଙ୍କ ଉପରେ ଏକ ଆଲେଖ୍ୟ…..
୧୯୦୪ରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌। ତେବେ ଭାରତ ସ୍ବାଧୀନତା ହାସଲ କରିବାର ୧୪ ବର୍ଷ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ନ ଥିଲା। ୧୯୬୧ରେ ଭାରତ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲା। ପ୍ରଥମ ବର୍ଷରେ ହିଁ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ ଉଦୟ ଚାନ୍ଦ। ଜାପାନର ୟୋକୋହାମାରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟର ୬୭ କିଗ୍ରା ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ଉଦୟ ବ୍ରୋଞ୍ଜ ପଦକ ଜିତିଥିଲେ। ପରବର୍ତ୍ତୀ ୬ ବର୍ଷ ଭାରତ ପଦକ ଶୂନ୍ୟ ରହିବା ପରେ ୧୯୬୭ରେ ବିଶାମ୍ବର ସିଂ ଜିତିଥିଲେ ଦ୍ୱିତୀୟ ପଦକ। ବିଶାମ୍ବର ଭାରତ ପାଇଁ ପ୍ରଥମ ରୌପ୍ୟ ପଦକ ହାସଲ କରିଥିଲେ। ଭାରତ ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟ ଆୟୋଜନ କରିଥିବା ବେଳେ ୫୭ କିଗ୍ରା ଓଜନ ବର୍ଗରେ ବିଶାମ୍ବର ରୌପ୍ୟ ପଦକ ଜିତିଥିଲେ। ପରବର୍ତ୍ତୀ ୩୯ ବର୍ଷ ଭାରତ ପଦକଶୂନ୍ୟ ରହିଥିଲା। ଚାଇନାର ଗୁଆଙ୍ଗଝୋରେ ଆୟୋଜିତ ଏହି ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ମହିଳା ପଦକ ବିଜୟୀ ହୋଇଥିଲେ। ୨୦୦୬ ମସିହାରେ ଅଳକା ତୋମର ଏକ ବ୍ରୋଞ୍ଜ ପଦକ ସହିତ ରଚିଥିଲେ ଇତିହାସ।
୨୦୧୦ରେ ରୁଷିଆର ମସ୍କୋରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ ସୁଶୀଲ କୁମାର। ପରବର୍ତ୍ତୀ ସମୟରେ ଅଲିମ୍ପିକ୍ସରେ ଦୁଇ ଦୁଇଟି ପଦକ ଜିତିଥିବା ସୁଶୀଲ ବର୍ତ୍ତମାନ ସୁଦ୍ଧା ଏକମାତ୍ର ଭାରତୀୟ ଭାବରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୦୧୨ ରହିଥିଲା ଭାରତର ସଫଳତମ ସଂସ୍କରଣ। ଫୋଗାଟ ସିଷ୍ଟର ଭାବରେ ପରିଚିତ ଗୀତା ଓ ବବିତା ପ୍ରଥମ ଥର ପାଇଁ ଜିତିଥିଲେ ଦୁଇଟି ପଦକ। ଗୀତା ଫୋଗଟ(୫୧ କିଗ୍ରା) ଓ ବବିତା (୫୫ କିଗ୍ରା) ବର୍ଗରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ।
୨୦୧୩ ବୁଦାପେଷ୍ଟ ବିଶ୍ୱ ଚାମ୍ପିୟନଶିପରେ ଭାରତ ୩ଟି ପଦକ ବିଜୟୀ ହୋଇଥିଲା। ଗ୍ରୀକୋ ରୋମାନ ବର୍ଗରେ ଭାରତ ନିଜର ପ୍ରଥମ ତଥା ଏକମାତ୍ର ପଦକ ବିଜୟୀ ହେବାର ରେକର୍ଡ କରିଥିଲା। ୬୬ କିଗ୍ରା ଓଜନ ବର୍ଗରେ ସନ୍ଦୀପ ତୁଳସୀ ଯାଦବ ଭାରତ ପାଇଁ ଏହି ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ବ୍ୟତୀତ ୫୫ କିଗ୍ରା ଫ୍ରି ଷ୍ଟାଇଲରେ ଅମିତ୍‌ ଦହିୟା ଓ ୬୦ କିଗ୍ରା ଓଜନ ବର୍ଗରେ ବଜରଙ୍ଗ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ଜିତିଥିଲେ।
ପରବର୍ତ୍ତୀ ୪ ବର୍ଷ ଭାରତୀୟ ରେସ୍‌ଲରମାନେ ଗୋଟିଏ ବି ପଦକ ହାସଲ କରିବାରେ ସମର୍ଥ ହୋଇ ନ ଥିବା ବେଳେ ୨୦୧୮ରୁ ଆରମ୍ଭ ହୋଇଥିଲା ଭାରତୀୟ ରେସ୍‌ଲିଂର ସ୍ବର୍ଣ୍ଣିମ ଯୁଗ। ବଜରଙ୍ଗ ପୁନିଆ ଏକ ରୌପ୍ୟ ପଦକ ବିଜୟୀ ହୋଇ ଇତିହାସ ରଚିଥିଲେ। ପ୍ରଥମ ଭାରତୀୟ ରେସ୍‌ଲର ଭାବରେ ବଜରଙ୍ଗ ବିଶ୍ୱ ଚାମ୍ପିୟନଶିପରେ ଦୁଇଟି ପଦକ ହାସଲ କରିଥିଲେ। ପରବର୍ଷ ଅର୍ଥାତ ୨୦୧୯ରେ ଭାରତ ଜିତିଥିଲା ୫ ପଦକ। ବଜରଙ୍ଗ ୬୫ କିଗ୍ରା ଓଜନରେ ବ୍ୟକ୍ତିଗତ ତୃତୀୟ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ରାହୁଲ ଆଓ୍ବାରେ(୫୫ କିଗ୍ରା), ରବି କୁମାର ଦହିୟା(୫୭ କିଗ୍ରା), ଦୀପକ ପୁନିଆ(୮୬ କିଗ୍ରା) ଗୋଟିଏ ଲେଖାଏ ବ୍ରୋଞ୍ଜ ଜିତିଥିଲେ। ୫୦ କିଗ୍ରା ଓଜନ ବର୍ଗରେ ଭିନେଶ ଫୋଗଟ ଏକ ବ୍ରୋଞ୍ଜ ଜିତିବା ସହିତ ଭାରତର ୫ମ ପଦକ ହାସଲ କରିଥିଲେ। ୨୦୨୧ ମହିଳା କୁସ୍ତିରେ ଭାରତ ଦୁଇଟି ପଦକ ବିଜୟୀ ହୋଇଥିଲା। ଅଂଶୁ ମଲିକ(୫୭ କିଗ୍ରା) ପ୍ରଥମ ଭାରତୀୟ ମହିଳା ଭାବରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ସରିତା ମୋର(୫୯ କିଗ୍ରା) ଏକ ବ୍ରୋଞ୍ଜ ବିଜୟୀ ହୋଇଥିଲେ। ସର୍ବିୟାର ବେଲଗ୍ରେଡରେ ୨୦୨୨ ବିଶ୍ୱ ଚାମ୍ପିୟନଶିପ୍‌ ହୋଇଥିବା ବେଳେ ଭାରତ ପାଇଁ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ଜିତିଥିଲେ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ। ୨୦୨୩ରେ ଭାରତୀୟମାନେ ଜାତୀୟ ପତାକା ଅଧୀନରେ ଲଢ଼ି ନ ଥିବା ବେଳେ କେବଳ ଅନ୍ତିମ ପଙ୍ଘାଲ ଜିତିଥିଲେ ବ୍ରୋଞ୍ଜ ପଦକ।
-ପ୍ରସ୍ତୁତି: ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?