ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ବିଶ୍ୱ, ଆମେରିକା ବୁଡ଼ା ଜାହାଜ ରୁଷିଆ ସମୁଦ୍ରରେ…

ମସ୍କୋ/ଓ୍ବାଶିଂଟନ, ୧୩।୨ : ୟୁକ୍ରେନକୁ ନେଇ ବିଶ୍ୱର ଦୁଇଟି ମହାଶକ୍ତି, ଆମେରିକା ଏବଂ ରୁଷିଆ ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ତିକ୍ତ ହୋଇପଡ଼ିଛି। ୟୁରୋପର ୱେଷ୍ଟର୍ଣ୍ଣ ଫ୍ରଣ୍ଟରେ ରୁଷିଆ ଏବଂ ଆମେରିକା ମଧ୍ୟରେ ପାରସ୍ପରିକ ଘେରାବନ୍ଦ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇିଡେନଙ୍କ ସୈନ୍ୟବାହିନୀ ମଧ୍ୟ ପୂର୍ବ ଫ୍ରଣ୍ଟ ଉପରେ କାର୍ଯ୍ୟକଳାପକୁ ଜୋରଦାର କରିଛନ୍ତି। ଆମେରିକାର ରାଷ୍ଟ୍ରପତିଙ୍କ ଚେତାବନୀ ପରେ ନୈସେନାର ଆଣବିକ ବୁଡ଼ାଜାହାଜ ରୁଷିଆର ସାମୁଦ୍ରିକ ସୀମା ଭିତରକୁ ପ୍ରବେଶ କରିଛି।

ଦୁଇ ଦେଶ ମଧ୍ୟରେ ସମ୍ପର୍କ ଶୀତଳ ଯୁଦ୍ଧର ଯୁଗରେ ପହଞ୍ଚିଥିବାର ଦେଖାଯାଉଛି। ଏହି କାରଣରୁ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବଢ଼ିିବାରେ ଲାଗିଛି।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆମେରିକାର ଓ୍ବର୍ଜିନିଆ ଶ୍ରେଣୀର ଆଣବିକ ବୁଡ଼ାଜାହାଜ ଏହାର ସାମୁଦ୍ରିକ ସୀମାରେ ପ୍ରବେଶ କରାଇଛି। ଯେତେବେଳେ ରୁଷିଆର ଯୁଦ୍ଧ ଜାହାଜ ଆମେରିକାର ବୁଡ଼ାଜାହାଜକୁ ଭୂପୃଷ୍ଠକୁ ଆସିବାକୁ କହିଲା, ସେତେବେଳେ ଏହାକୁ ଅଣଦେଖା କରାଯାଇଥିଲା। ଏହା ପରେ ରୁଷିଆର ନୌସେନା ଆମେରିକାର ବୁଡ଼ାଜାହାଜ ବିରୁଦ୍ଧରେ ବିଶେଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା।

ପରେ ଆମେରିକାର ବୁଡ଼ାଜାହାଜ ତୁରନ୍ତ ରୁଷିଆର ସମୁଦ୍ରିକ ଅଞ୍ଚଳରୁ ପଳାଇଥିଲା। ଏହି ଘଟଣାରେ ରାଗିଯାଇ ରୁଷିଆ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିକାରିଙ୍କୁ ଡକାଇ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଚେତାବନୀ ଦେଇଛି। ତେବେ ରୁଷିଆର ଏଭଳି ଅଭିଯୋଗକୁ ଆମେରିକା ଅସ୍ବୀକାର କରିଛି।

ଯଦି ୟୁକ୍ରେନ ନାଟୋରେ ଯୋଗ ଦିଏ, ତେବେ ପରମାଣୁ ଯୁଦ୍ଧ ହେବ ବୋଲି ରୁଷିଆ ରାଷ୍ଟ୍ରପତି ବ୍ଳାଡିମୀର ପୁଟିନ ଆମେରିକା ପ୍ରତିପକ୍ଷ ଜୋ ବାଇଡେନ୍‌ଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ପୁଟିନ ଚେତାବନୀ ଦେଇ କହିଛନ୍ତି ଯେ ନିଶ୍ଚିତ ଭାବରେ ନାଟୋ ଏବଂ ରୁଷିଆ ମଧ୍ୟରେ ସାମରିକ ଶକ୍ତି ତୁଳନାତ୍ମକ ନୁହେଁ। ଆମେ ଏହାକୁ ବୁଝୁୁଛୁ। କିନ୍ତୁ ଆମେ ଏହା ମଧ୍ୟ କହୁଛୁ ଯେ ରୁଷିଆ ଏକ ପ୍ରମୁଖ ଆଣବିକ ଶକ୍ତି ଏବଂ ଆମର କିଛି ଆଧୁନିକ ଅସ୍ତ୍ର ଅନ୍ୟ ରାଷ୍ଟ୍ରଙ୍କ ତୁଳନାରେ ଅଧିକ ହୋଇପାରେ। ଏହି ଯୁଦ୍ଧରେ କେହି ବିଜେତା ରହିବେ ନାହିଁ। ନିଜର ଇଚ୍ଛା ବିନା ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏହି ବିବାଦରେ ଜଡିତ ହୋଇଯିବେ ବୋଲି ପୁଟିନ୍‌ କହିଛନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାକୁ ୩୭ ହଜାର କୋଟି ଋଣ ଦେଲା ଭାରତ

ନୂଆଦିଲ୍ଲୀ,୨ା୨: ଆର୍ଥିକ ସଙ୍କଟରେ ପଡ଼ିଥିବା ଶ୍ରୀଲଙ୍କାରେ ତୈଳ ଏବଂ ଶକ୍ତି ଅଭାବ ମଧ୍ୟ ଲାଗି ରହିଛି। ଜରୁରିକାଳୀନ ସ୍ଥିତିରେ ତୈଳ କ୍ରୟ ପାଇଁ ଭାରତ ଶ୍ରୀଲଙ୍କାକୁ...

ଶନିବାର କିଙ୍ଗ ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକ: ଖର୍ଚ୍ଚ ହେବ ୧୦୨୧ କୋଟି…

ଲଣ୍ଡନ,୪।୫ : ବ୍ରିଟେନରେ ରାଜା ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତି ଚାଲିଛି। କିଙ୍ଗ ଚାଲର୍‌ସ ତୃତୀୟଙ୍କର ଲଣ୍ଡନରେ ୬ ମେ ଶନିବାରରେ ରାଜ୍ୟାଭିଷେକହେବ। ରାଣୀ...

ଯୁଦ୍ଧ ପାଇଁ ପ୍ରସ୍ତୁତି: ବ୍ରିଟେନ୍‌ ତିଆରି କରିବ ୮୦ ନୂଆ ପରମାଣୁ ବୋମା

ଲଣ୍ଡନ,୧୭।୩: ଚାଇନା ସହିତ ବ୍ରିଟେନର ବିବାଦ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ୮୦ ନୂଆ ପରମାଣୁ ବୋମା ତିଆରି କରିବାକୁ ଯୋଜନା...

କେବେ ଭାବି ନ ଥିଲି ଏତେବଡ ଦଣ୍ଡ ମିଳିବ, ହେଲେ…, ସଂସଦ ସଦସ୍ୟତା ଯିବା ପରେ ଆମେରିକାରେ କହିଲେ ରାହୁଲ

ସାନ ଫ୍ରାନସିସକୋ,୧।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ ବର୍ଷିଛନ୍ତି। ଆମେରିକାରେ ରାହୁଲ କହିଛନ୍ତି, ମୁଁ କେବେ...

କରୋନା ବିଶ୍ୱ ଲାଗି ସତର୍କଘଣ୍ଟି

ଜେନିଭା,୧୯।୫: କରୋନା ଭାଇରସ୍‌ ବିଶ୍ୱ ଲାଗି ସତର୍କ ଘଣ୍ଟି ବୋଲି କହିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌। ଏହି ମହାମାରୀ ବିରୋଧରେ ଲଢ଼ିବା ଲାଗି କାହା...

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ରାଜପାକ୍ସେ

କଲମ୍ବୋ,୨୧।୧୧: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ମହିନ୍ଦା ରାଜପାକ୍ସେ ଶପଥ ନେଇଛନ୍ତି। ନୂଆ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ...

ହଂକଂକୁ ସ୍ବତନ୍ତ୍ର ସୁବିଧା ବାତିଲ

ଓ୍ବାଶିଂଟନ,୧୬ା୭(ପି.ଟି.): ହଂକଂରେ ଚାଇନା ନୂଆ ଆଇନ ଲାଗୁ କରିବା ପରେ ଏବେ ଆମେରିକା ଏହି ସହରର ସ୍ବତନ୍ତ୍ର ମାନ୍ୟତାକୁ ଶେଷ କରିଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

ଭାରତ ଆସିବେ ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ

ଓ୍ବାଶିଂଟନ,୨୬।୫: ଆମେରିକାର ପ୍ରତିରକ୍ଷା ବିଭାଗ ଇଣ୍ଡିଆନ ପାସିଫିକ ସୁକ୍ୟୁରିଟି ମାମଲାର ସହାୟକ ସଚିବ ଏଲି ରୈଟନର କହିଛନ୍ତି, ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଜୁନ...

Advertisement
Archives

Model This Week