ବ୍ଲ୍ୟୁ ହାଇଡ୍ରୋଜେନ୍‌ ନିର୍ମାତା ହେବାକୁ ଆର୍‌ଆଇଏଲ୍‌ର ଚେଷ୍ଟା

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସର୍ବଭାରତୀୟ ସ୍ତରରେ ନୀଳ ହାଇଡ୍ରୋଜେନ୍‌ର ସର୍ବବୃହତ୍‌ ଉତ୍ପାଦକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ବିଶ୍ୱର ସର୍ବବୃହତ୍‌ ତୈଳ ବିଶୋଧନ କମ୍ପ୍ଲେକ୍ସର ଅପରେଟର ଏକ ୩୦,୦୦୦ କୋଟି ଟଙ୍କାର ପ୍ଲାଣ୍ଟକୁ ପୁନଃ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଉଛି ବୋଲି ସୂଚନା ମିଳିଛି। ଏହା ବର୍ତ୍ତମାନ ପେଟ୍ରୋଲିୟମ କୋକ୍‌କୁ ସିନ୍ଥେସିସ୍‌ ଗ୍ୟାସ୍‌ରେ ପରିଣତକରି କିଲୋଗ୍ରାମରେ ୧.୨ରୁ ୧.୫ ଡଲାରରେ ନୀଳ ହାଇଡ୍ରୋଜେନ୍‌ ଉତ୍ପାଦନ କରିବ ବୋଲି ରିଲାଏନ୍ସ ପୃଥକ୍‌ ଯୋଜନା ବିଷୟରେ ଏକ ଉପସ୍ଥାପନାରେ ମତବ୍ୟକ୍ତ କରିଛି। ହାଇଡ୍ରୋଜେନ୍‌ ହେଉଛି ଇନ୍ଧନର ସବୁଠାରୁ ଶୁଦ୍ଧ ରୂପ। ଏହାର ଉତ୍ପାଦନ ପଦ୍ଧତି ଅନୁସାରେ ହାଇଡ୍ରୋଜେନ୍‌ ଧୂସର, ନୀଳ କିମ୍ବା ସବୁଜ ହୋଇପାରେ। ଧୂସର ହାଇଡ୍ରୋଜେନ୍‌ ହେଉଛି ସବୁଠାରୁ ସାଧାରଣ ରୂପ ଏବଂ ପ୍ରାକୃତିକ ବାଷ୍ପ କିମ୍ବା ମିଥେନ୍‌ରୁ ‘ବାଷ୍ପ ସଂସ୍କାର’ ନାମକ ଏକ ପ୍ରକ୍ରିୟା ମାଧ୍ୟମରେ ଏହା ଉତ୍ପନ୍ନ ହୁଏ। ଯେତେବେଳେ ବାଷ୍ପ ସଂସ୍କାରରୁ ଉତ୍ପନ୍ନ ଅଙ୍ଗାରକାମ୍ଳ ଧରାଯାଏ ଏବଂ ଗଚ୍ଛିତ ହୁଏ, ହାଇଡ୍ରୋଜେନ୍‌କୁ ନୀଳ ରଙ୍ଗ ଦିଆଯାଏ। ତେଣୁ ନୀଳ ହାଇଡ୍ରୋଜେନ୍‌ ବେଳେବେଳେ କାର୍ବନ ନିରପେକ୍ଷ ଭାବେ କୁହାଯାଏ, କାରଣ ବାୟୁମଣ୍ଡଳରେ ନିର୍ଗମନ ବିସ୍ତାର ହୋଇ ନ ଥାଏ। ସବୁଜ ହାଇଡ୍ରୋଜେନ୍‌କୁ ‘ପରିଷ୍କାର ହାଇଡ୍ରୋଜେନ୍‌’ ମଧ୍ୟ କୁହାଯାଏ। ନବୀକରଣଯୋଗ୍ୟ ଶକ୍ତି ଉତ୍ସରୁ ସୌର ଶକ୍ତି ବ୍ୟବହାରକରି ସୌର କିମ୍ବା ପବନ ଶକ୍ତି ଦ୍ୱାରା ଜଳକୁ ଦୁଇଟି ହାଇଡ୍ରୋଜେନ୍‌ ପରମାଣୁ ଏବଂ ଗୋଟିଏ ଅମ୍ଳଜାନ ପରମାଣୁକୁ ଇଲେକ୍ଟ୍ରୋଲାଇସିସ୍‌ ନାମକ ଏକ ପ୍ରକ୍ରିୟାରେ ବିଭକ୍ତ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜଲାନ କମିଟି ରିପୋର୍ଟ ପ୍ରଦାନ: ସୋମବାର ଆର୍‌ବିଆଇର ବିଚାର

ମୁମ୍ବାଇ,୨୫-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଶୁକ୍ରବାର ତାଙ୍କର ରିପୋର୍ଟ କେନ୍ଦ୍ରୀୟ ବ୍ୟାଙ୍କକୁ ପ୍ରଦାନ କରିଛନ୍ତି। ସୋମବାର...

ଡଟ୍‌ର ନୂଆ ନିୟମ ପାଳନ କରିବେ ଟେଲିକମ୍‌ କମ୍ପାନୀ

ଦେଶର ସୁରକ୍ଷା ଓ ଆଇନ ଶୃଙ୍ଖାଳାକୁ ଗୁରୁତ୍ୱଦେଇ ସରକାର ଏକ ନୂଆ ନିୟମ ଟେଲିକମ୍‌ ମନ୍ତ୍ରଣାଳୟ ଜରିଆରେ ଲାଗୁ କରିବାକୁ ଯୋଜନା କରିଛନ୍ତି। ଫଳରେ ଡିପାର୍ଟମେଣ୍ଟ...

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା: ଏଭଳି ଭାବେ ଆପ୍‌ରେ ରେଜିଷ୍ଟ୍ରେଶନ କରି ଲାଭ ଉଠାନ୍ତୁ…

ନୂଆଦିଲ୍ଲୀ,୧୦।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି କୃଷକ ବାର୍ଷିକ ୬୦୦୦ ଟଙ୍କା ଲାଭ କରୁଛନ୍ତି। ଏହି ଯୋଜନାର ହିତାଧିକାରୀଙ୍କ...

ହିଣ୍ଡାଲ୍‌କୋ ଦ୍ୱାରା ବିକଶିତ ହୋଇଛି ଆଲୁମିନିୟମ ପଣ୍ୟବାହୀ ରେକ୍‌

ଭୁବନେଶ୍ୱର,୧୮।୧୦: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ହିଣ୍ଡାଲ୍‌କୋ ପକ୍ଷରୁ ଭାରତର ପ୍ରଥମ ସମସ୍ତ ଆଲୁମିନିୟମ ଫ୍ରେଟ-ରେଳ ରେକ୍‌ ଚଳାଚଳର ଶୁଭାରମ୍ଭ କରାଯାଇଛି। ଯାହା ପଣ୍ୟ...

୪.୩୫% ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତ

ନୂଆଦିଲ୍ଲୀ,୧୩।୧୦: ସେପ୍ଟେମ୍ବରରେ ଖାଉଟି ମୂଲ୍ୟ ସୂଚୀ ଭିତ୍ତିକ ମୁଦ୍ରାସ୍ଫୀତି (ସିପିଆଇ) ୫ ମାସର ସର୍ବନିମ୍ନ ସ୍ତର ୪.୩୫% ସ୍ତରକୁ ଖସିଛି। ଏହା ଅଗଷ୍ଟରେ ୫.୫୯% ସ୍ତରରେ...

ମହାମାରୀ ସତ୍ତ୍ୱେ ଏଫ୍‌ଡିଆଇ ଦେଶରେ ଆକର୍ଷିତ କରିଛି: ୫ ରାଜ୍ୟକୁ ସର୍ବାଧିକ

ନୂଆଦିଲ୍ଲୀ,୨୯।୭ ଭାରତର ଉତ୍ପାଦନ ସେକ୍ଟର ୨୦୨୧-୨୨ ଆର୍ଥିକ ବର୍ଷରେ ୨୧.୩୪ ବିଲିୟନ ଡଲାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆକର୍ଷିତ କରିଛି। ଏହା ପୂର୍ବବର୍ଷ ତୁଳନାରେ...

ବିଦେଶୀ ସଭରେନ ବଣ୍ଡ ଯୋଜନା; ପୁନର୍ବିଚାର ଲାଗି ସୀତାରାମନ୍‌ ଅରାଜି

ନୂଆଦିଲ୍ଲୀ,୨୯-୭: ବିଦେଶୀ ସଭରେନ ବଣ୍ଡ ଜାରି କରି ଭାରତ ପ୍ରାୟ ୧୦ ବିଲିୟନ ଡଲାର ଋଣ ଆଣିବାକୁ ବିଚାର କରୁଛି। ଏହାକୁ ଦେଶର ବହୁ ନାମିଦାମୀ...

ମାଇଁଲାବ୍‌ ପକ୍ଷରୁ ନୂତନ ଡିଭାଇସ ଉନ୍ମୋଚିତ

ନୂଆଦିଲ୍ଲୀ,୧୨।୧୨: ମାଇଁଲାବ୍‌ ପକ୍ଷରୁ ନିକଟରେ କେତେକ ନୂତନ ଡିଭାଇସର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି କୋଭିଡ-୧୯ ପାଇଁ ଡାଇଗ୍ନୋସିସ ଉଦ୍ଭାବନକୁ ଟେକ୍ନୋଲୋଜି ଭିତ୍ତିକ କରାଯାଇଛି। ଏପରିକି...

Advertisement
Archives

Model This Week