Posted inଖେଳ

ଆଶା ଆଶାରେ ରହିଗଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌

ସାଉଥାମ୍ପଟନ,୨୩।୬: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟ୍ରଫି ହାତେଇବା ଆଶା ଆଶାରେ ହିଁ ରହିଗଲା। ଭାରତୀୟ ଦଳକୁ ୮ ଉଇକେଟରେ ହରାଇ ଡବ୍ଲ୍ୟୁଟିସି ଟ୍ରଫି ହାତେଇ ନେଇଛି ନ୍ୟୁଜିଲାଣ୍ଡ। ୧୪୪ ବର୍ଷର ଇତିହାସରେ ପ୍ରଥମ ଦଳ ଭାବେ କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଟେଷ୍ଟ ଚାମ୍ପିୟନ ଆଖ୍ୟା ପାଇଛି। ଦୀର୍ଘ ୨୧ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଆଇସିସି ଟ୍ରଫି ହାତେଇଛି ନ୍ୟୁଜିଲାଣ୍ଡ।

୧୩୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ନ୍ୟୁଜିଲାଣ୍ଡକୁ ଆରମ୍ଭରୁ ଡବଲ ଝଟ୍‌କା ଦେଇଥିଲେ ଭାରତୀୟ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। କିଛି ଆଶା ସଞ୍ଚାର ହୋଇଥିଲା। ମାତ୍ର ଅଧିନାୟକ କେନ ଓ୍ବିଲିୟମସନ (୫୨) ଓ ବରିଷ୍ଠ ବ୍ୟାଟ୍ସମ୍ୟାନ ରସ ଟେଲର (୪୭) ଟିମ୍‌ ଇଣ୍ଡିଆ ହାତରୁ ଛଡ଼ାଇ ନେଇଥିଲେ ଟ୍ରଫି। ଦୁହେଁ ତୃତୀୟ ଉଇକେଟ ପାଇଁ ଯୋଡ଼ିଥିଲେ ୯୬ ରନ୍‌।

ପ୍ରଥମ ଇନିଂସରେ ଭାରତ ୨୧୭ ରନ୍‌ କରିଥିବାବେଳେ ୨୪୯ ରନ୍‌ରେ ସୀମିତ ରହିଥିଲା ନ୍ୟୁଜିଲାଣ୍ଡ। ୩୨ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୧୭୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ନ୍ୟୁଜିଲାଣ୍ଡ ଆଗରେ ଧାର୍ଯ୍ୟ ହୋଇଥିଲା ୧୩୯ ରନ୍‌ର ବିଜୟଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଣ୍ଟିଂଙ୍କ ପୁରୁଷ ଦଳ ରେକର୍ଡର ସମକକ୍ଷ: ଅଷ୍ଟ୍ରେଲିଆ ମହିଳା ଦଳର କ୍ରମାଗତ ୨୧ତମ ବିଜୟ

ବ୍ରିସ୍‌ବେନ୍‌,୮।୧୦(ଏପି): ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ବୁଧବାର ନ୍ୟୁଜିଲାଣ୍ଡକୁ ୨୩୨ ରନରେ ପରାସ୍ତ କରି ଏକ ବିରଳ ରେକର୍ଡର ସମକକ୍ଷ ହୋଇଛି। ଅଷ୍ଟ୍ରେଲିଆ ମହିଳା ଦଳ...

ମ୍ୟାକ୍‌କୁଲମ କେକେଆର ସହାୟକ କୋଚ୍‌

ନୂଆଦିଲ୍ଲୀ,୯।୮(ପିଟି): ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲମ ଆଇପିଏଲ ଫ୍ରାଞ୍ଚାଇଜ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳକୁ ଫେରିବାକୁ ଯାଉଛନ୍ତି। କିନ୍ତୁ ଜଣେ ଖେଳାଳି ଭାବେ...

ଆଇସିସିର ବାଉଣ୍ଡାରୀ ନିୟମ ପରିବର୍ତ୍ତନକୁ ନିଶାମଙ୍କ ପରିହାସ

ନୂଆଦିଲ୍ଲୀ, ୧୬।୧୦ (ପି.ଟି.)- ବିବାଦୀୟ ବାଉଣ୍ଡାରୀ କାଉଣ୍ଟ ନିୟମ ପରିବର୍ତ୍ତନ କରିବା ପରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏବେ ସମାଲୋଚନାର ଶିକାର ହୋଇଛି। ନ୍ୟୁଜିଲାଣ୍ଡ...

ରାଜସ୍ଥାନକୁ ୧୫୮ ରନ୍‌ର ଟାର୍ଗେଟ

ଅହମ୍ମଦାବାଦ,୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କ୍ୱାଲିଫାୟାର-୨ ମୁକାବିଲା ଶୁକ୍ରବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏଥିରେ ପ୍ରଥମେ ବ୍ୟାଟିଂ ନିମନ୍ତ୍ରଣ ପାଇ ରୟାଲ ଚ୍ୟାଲେଞ୍ଜର୍ସ...

ଆଇପିଏଲ୍‌ର ଶ୍ରେଷ୍ଠ ଅଲ୍‌ରାଉଣ୍ଡର

ସେନ୍‌ ଓ୍ବାଟ୍‌ସନ୍‌: (ରାଜସ୍ଥାନ, ଚେନ୍ନାଇ ଓ ବାଙ୍ଗାଲୋର) ୩୮୭୪ ରନ୍‌ ଓ ୯୨ ଉଇକେଟ ଅଷ୍ଟ୍ରେଲିଆର ଏହି ପୂର୍ବତନ ଖେଳାଳି ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ସବୁଠୁ...

ଦିଲ୍ଲୀ କ୍ୟାପିଟାଲ୍ସରେ କରୋନା ପ୍ରକୋପ: ଆଇସୋଲେଶନରେ ରିକି ପଣ୍ଟିଂ

ମୁମ୍ବାଇ,୨୨।୪: କରୋନା ପ୍ରକୋପ ଦେଇ ଗତି କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ପୁଣି ଥରେ ଏକ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିରୋଧରେ ହେବାକୁ...

ଅଲିମ୍ପିକ କମ୍ପୋଜର ଓୟାମାଡାଙ୍କ ଇସ୍ତଫା

ଟୋକିଓ,୨୧।୭: ଟୋକିଓ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ ପାଇଁ ସଙ୍ଗୀତକାର ଭାବେ କାର୍ଯ୍ୟ କରୁଥିବା କେଇଗୋ ଓୟାମାଡାଙ୍କୁ ଶେଷରେ ଇସ୍ତଫା ଦେବାକୁ ପଡିଛି। ପିଲାଦିନର ଏକ ଅଭାବନୀୟ...

କେକେଆର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେ ଓପନର

ମୁମ୍ବାଇ,୨୧।୪: କୋଲକାତା ନାଇଟ୍‌ ରାଇଜଡର୍ସ (କେକେଆର)ର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେର ବ୍ୟାଟ୍ସମ୍ୟାନ। ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସର ଓପନର ଛକା ଓ ଚୌକାର...

Advertisement
Archives

Model This Week